Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଗର୍ଭବତୀ ମହିଳାଙ୍କ ନିଆରା ଅନ୍ଦାଜ, ସୁନ୍ଦର ଦେଖାଯିବା ପାଇଁ ୪ ଲକ୍ଷ ଟଙ୍କାର କସମେଟିକ୍‌ ଟ୍ରିଟମେଣ୍ଟ କଲେ ମହିଳା

28/09/2021 at 10:12 AM

ନୂଆଦିଲ୍ଲୀ ୨୮/୦୯: ମା’ ହେବା ପୂର୍ବରୁ ମହିଳାମାନେ ବହୁତ ସାଧାରଣ ଭାବରେ ରହିଥାନ୍ତି। ସେ କସମେଟିକ୍ ଟ୍ରିଟ୍‌ମେଣ୍ଟ ଠାରୁ ଦୂରଇ ରହି ଶିଶୁର ଜନ୍ମ ପ୍ରତି ତାଙ୍କର ସମସ୍ତ ଧ୍ୟାନ ଦେଇଥାନ୍ତି। କିନ୍ତୁ ଏପରି ଜଣେ ମହିଳା ଅଛନ୍ତି ଯିଏକି ବିଶେଷ କରି ମା’ ହେବା ପାଇଁ ନିଜ ଲୁକ୍‌କୁ ପରିବର୍ତ୍ତନ କରୁଛନ୍ତି, ନୂଆ ଡ୍ରେସ୍ କଣୁଛନ୍ତି ଏବଂ ସୁନ୍ଦର ଦେଖାଯିବା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି।

ସୂଚନା ଅନୁଯାୟୀ, ୪୦ ବର୍ଷିୟା କାର୍ଲା ବେଲୁଚି ଇଂଲଣ୍ଡର ହିଚିନ୍ ନିବାସୀ। ସେ ଖୁବ୍ ଶୀଘ୍ର ମା ହେବାକୁ ଯାଉଛନ୍ତି ଏବଂ ଏହାପୂର୍ବରୁ ସେ ନିଜର ଗ୍ଲାମରସ୍ ମେକଓଭର୍ କରୁଛନ୍ତି। ଏଥିପାଇଁ ସେ ବହୁ ପରିମାଣରେ ଖର୍ଚ୍ଚ କରୁଛନ୍ତି, ଯାହାଫଳରେ କାର୍ଲା ସି-ସେକ୍ସନରୁ ରିକଭରୀ ପରେ ସୁନ୍ଦର ଦେଖାଯିବେ। ସୁନ୍ଦର ଦେଖାଯିବା ପାଇଁ କାର୍ଲା ୪ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି।

ଏହା ପୂର୍ବରୁ ସେ ନନ୍ ସର୍ଜିକାଲ୍ ଆଇବ୍ରୋ ଲିଫ୍ଟ କରାଇଛନ୍ତି। ସେ ଲିପ୍ ଫିଲର ସହିତ ହେୟାର କଟ୍ ଏବଂ ହାଇଲାଇଟ୍ ନେଇ ନିଜ କେଶକୁ ଗ୍ଲାମରସ୍ ଲୁକ୍ ଦେଇଛନ୍ତି। ମାନିକ୍ୟୋର-ପେଡିକ୍ୟୋର୍ କରି ପ୍ରେଗ୍ନେଂସୀ ମସାଜ୍ କରିଛନ୍ତି। ଏହା ବ୍ୟତୀତ, ସେ ଦାନ୍ତକୁ ହ୍ୱାଇଟ୍‌ନିଂ ଟ୍ରିଟ୍‌ମେଣ୍ଟ ମଧ୍ୟ କରିଛନ୍ତି । କାର୍ଲା କହିଛନ୍ତି ଯେ ତାଙ୍କ ସନ୍ତାନ ଜନ୍ମ ହେବା ସମୟରେ ଯେପରି ସେ ସୁନ୍ଦର ଦେଖାଯିବେ। ଶିଶୁ ଜନ୍ମ ହେବାର ୩ ସପ୍ତାହ ପୂର୍ବରୁ ସମସ୍ତ ବୁକିଂ କରି ସେ ନିଜର ମେକଓଭର୍ କରିଛନ୍ତି। ଏହିପରି ଭାବରେ ସେ ମାନସିକ ଏବଂ ଶାରୀରିକ ସ୍ତରରେ ଭଲ ଅନୁଭବ କରୁଛନ୍ତି। କେବଳ ଏତିକି ନୁହେଁ, ସେ ନିଜ ପାଇଁ ମହଙ୍ଗା ପୋଷାକ ମଧ୍ୟ କିଣିଛନ୍ତି, ଯାହା ସେ ଶିଶୁ ଜନ୍ମ ପରେ ପିନ୍ଧିବେ।

ଏହା ପ୍ରଥମ ଥର ନୁହେଁ ଯେ କାର୍ଲା ପ୍ରସବ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ସେ ଦୁଇଟି ସନ୍ତାନର ମା ଅଟନ୍ତି। ତାଙ୍କର ୧୬ ବର୍ଷର ଝିଅ ତନିଶା ଏବଂ ୧୪ ବର୍ଷୀ ପୁଅ ଜାଡେନ ଅଛନ୍ତି। ତାଙ୍କର ପୂର୍ବ ଗର୍ଭଧାରଣ ପ୍ରାକୃତିକ ଜନ୍ମ ଥିଲା, ତେଣୁ ସେ ପ୍ରସ୍ତୁତ ହେବାକୁ ସୁଯୋଗ ପାଇନଥିଲେ। ତେଣୁ ଏଥର ସେ ପୁରା ପ୍ରସ୍ତୁତି ସହିତ ଅପରେସନ୍ ଥିଏଟରକୁ ଯିବାକୁ ଚାହାଁନ୍ତି। 

   Related Posts