ଘର କାର୍ଯ୍ୟରେ ସାହାଯ୍ୟ ନିମନ୍ତେ ନିଯୁକ୍ତ ହୋଇଥିବା ଯୁବତୀଙ୍କୁ ବେଶ୍ୟାଳୟରେ ବିକି ଦେଇଥିଲେ ମାଲିକାଣୀ, ଜାଣନ୍ତୁ ପୁରା ଘଟଣା

Published By : Prameya-News7 Bureau | August 10, 2019 IST

ଦିଲ୍ଲୀ : ଆନ୍ଧ୍ରପ୍ରଦେଶରୁ ଚାକିରୀ କରେଇ ଦେବାକୁ କହି ଯୁବତୀଙ୍କୁ ଆଣି ଦିଲ୍ଲୀରେ ଜଣକ ଘରେ କାମ କରିବାକୁ ଛାଡିଦେଇଗଲେ ମହିଳା। ତେବେ ଘରର ମାଲିକାଣୀ ଯୁବତୀଙ୍କ ଅଗଚୋରରେ ତାଙ୍କୁ ଜିବି ରୋଡ ବେଶ୍ୟାଳୟରେ ବିକି ଦେଇଥିଲେ। ଯୁବତୀ ଏବେ ପୋଲିସରେ ପହଞ୍ଚିଥିବା ବେଳେ ତାଙ୍କ ବୟାନ ରାଷ୍ଟ୍ରୀୟ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।  

{"id":142977,"align":"center"}

ପୋଲିସ ଅନୁସାରେ ଆନ୍ଧ୍ରପ୍ରଦେଶର ଯୁବତୀଙ୍କୁ ଦିଲ୍ଲୀ ବେଗମପୁରର ଆଶା ନାମ୍ନୀ ଜନୈକା ମହିଳା ଭଲ ଦରମାରେ ଚାକିରୀ କରେଇ ଦେବାର ପ୍ରତିଶ୍ରୁତି ଦେଇ ଡକାଇ ଆଣିଥିଲେ। ଏଠାରେ ସେ ସରୋଜ ନାମ୍ନୀ ଅନ୍ୟ ଜଣେ ମହିଳାଙ୍କ ଘରେ ତାଙ୍କୁ କାମ କରିବା ଲାଗି ରଖେଇ ଦେଇଥିବା ବେଳେ ସେ ତାଙ୍କୁ ବେଶ୍ୟାଳୟରେ ବିକି ଦେଇଥିଲେ। ଯୁବତୀ ତାଙ୍କ ଇଚ୍ଛା ବିରୋଧରେ ଦୀର୍ଘ ଦିନ ଧରି ତାଙ୍କର ଶୋଷିତ ହେଉଥିଲା। ତେବେ ସରୋଜ ତାଙ୍କୁ ପୁଣି ବେଗମପୁର ଡକାଇନେଇଥିଲେ।

{"id":142979}

ଯୁବତୀ ସରୋଜଙ୍କ ଘରେ ପହଞ୍ଚିବା ବେଳକୁ ସେ ଘରେ ନଥିଲେ। ପତ୍ନୀଙ୍କ ଅନୁପସ୍ଥିତିରେ ତାଙ୍କ ସ୍ୱାମୀ ଯୁବତୀଙ୍କପ୍ରତି ଦୁଷ୍କର୍ମ କରିଥିଲେ। ସରୋଜ ଫେରିବା ପରେ ସେ ଘଟଣା ନେଇ ତାଙ୍କୁ ଜଣାଇବାରୁ ସେ କିଛି  ନ କହି ତାଙ୍କୁ ଘରେ କବାଟ କିଳି ବନ୍ଦୀ କରିଦେଇଥିଲେ। ତେବେ ଯୁବତୀ ଝରକା ରାସ୍ତାରେ ସାଢୀ ବାନ୍ଧି ବାହାରକୁ ଚାଲି ଆସି କମଳା ମାର୍କେଟ ଥାନାରେ ନିଜର ଦୁଃଖ ବଖାଣିଥିବା ବେଳେ ପୋଲିସ ତାଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ କରିଛି। ପୋଲିସ ଜିବି ରୋଡ ବେଶ୍ୟାଳୟ  ଉପରେ ଚଢଉ କରିଥିବା ବେଳେ କୋଠି ସଞ୍ଚାଳିକା ଫେରାର ହୋଇଯାଇଛନ୍ତି । ତେବେ ପୋଲିସ ସରୋଜ ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.