ମହିଳାଙ୍କୁ କାମୁଡିଥିଲା ସାପ, ହସ୍ପିଟାଲରେ ମୋବାଇଲରେ ଚାଲିଲା ଝଡାଫୁଙ୍କା

Published By : Prameya-News7 Bureau | November 12, 2021 IST

ସୋର, ୧୨|୧୧: ଅନ୍ଧବିଶ୍ୱାସର ଅନ୍ଧଗଳିରେ ମଣିଷ । ବାଲେଶ୍ବର ଜିଲ୍ଲା ସୋର ଭଳି ଶିକ୍ଷାରେ ବିକଶିତ ଅଞ୍ଚଳରେ ବି ଆଧୁନିକ ଯୁଗରେ ବଞ୍ଚି ରହିଛି ଅନ୍ଧ ବିଶ୍ବାସ । ଲୋକେ ଏବେବି ଗୁଣି ଗାରେଡିକୁ ବିଶ୍ୱାସ କରୁଛନ୍ତି l ସାପ ବିଷ ଝାଡିବା ପାଇଁ ଗୁଣି ଗାରେଡିର ଆଶ୍ରୟ ନେଉଛନ୍ତି ଲୋକେ ।

ସୂଚନାନୁସାରେ, ସୋର ବ୍ଲକ ଅନ୍ତର୍ଗତ ତଳନଗର ଅଞ୍ଚଳର ଜଣେ ମହିଳାଙ୍କୁ ସାପ କାମୁଡି ଦେଇଥିଲା ।  ପରିବାର ଲୋକେ ମହିଳାଙ୍କୁ ସୋର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । କିନ୍ତୁ ସେଠାରେ ଜଣେ ଗୁଣିଆ ମୋବାଇଲ ମାଧ୍ୟମରେ ଝଡାଫୁଙ୍କା କରିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ଏହାକୁ ନେଇ ଡା.କରୁଣାକର ବିଶ୍ବାଳ କହିଛନ୍ତି ଯେ, ଆଜିର ଆଧୁନିକ ଯୁଗରେ ଅନ୍ଧବିଶ୍ବାସରେ ନପଡି ସାପ କାମୁଡା ରୋଗୀକୁ ଯଥା ଶୀଘ୍ର ଡାକ୍ତରଖାନା ଆଣିବା ଆବଶ୍ୟକ । ସଠିକ୍ ଚିକିତ୍ସା କଲେ ରୋଗୀଟି ସୁସ୍ଥ ହୋଇପାରିବ । ସେହିପରି ଡା. ଶଶାଙ୍କ ଶେଖର ଆଚାର୍ଯ୍ୟ ମଧ୍ୟ ସମାନ କଥା କହିଛନ୍ତି । ଆଧୁନିକ ଯୁଗରେ ସାପ କାମୁଡା ରୋଗୀଙ୍କ ଚିକିତ୍ସାରେ ବିଭିନ୍ନ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରାଯାଉଛି ।  ଅନ୍ଧବିଶ୍ବାସରେ ନପଡି ରୋଗୀକୁ ସଠିକ୍  ଚିକିତ୍ସା କଲେ ଜୀବନ ବଞ୍ଚି ପାରିବ ବୋଲି ସେ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.