ମୃତ ଦେହଠାରୁ ମାତ୍ର ୩ଫୁଟ ଦୂରରେ ୮ ସପ୍ତାହ ଶୋଇ ରହିଲେ ମହିଳା, ଆଉ ତାପରେ...

Published By : Prameya-News7 Bureau | October 16, 2021 IST

ନୂଆଦିଲ୍ଲୀ ୧୬/୧୦: ଆମେରିକାର ଲସ୍ ଆଞ୍ଜେଲସରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ମୃତ ଶରୀରଠାରୁ ମାତ୍ର ତିନି ଫୁଟ ଦୂରରେ ୮ ସପ୍ତାହ ଶୋଇଥିଲେ ଏବଂ ସେ ଜାଣି ପାରିନଥିଲେ। ଯେତେବେଳେ ମହିଳା ଜଣକ ଏହି ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ତାଙ୍କର ହୋସ ଉଡ଼ିଗଲା।

ସୂଚନା ଅନୁଯାୟୀ, ମହିଳାଙ୍କ ନାମ ରେଗାନ୍ ବେଲି। ସେ ନିଜେ ଟିକଟକ୍ ଭିଡିଓ ମାଧ୍ୟମରେ ଏହି ଅଦ୍ଭୁତ ଘଟଣା ବିଷୟରେ ସମସ୍ତଙ୍କୁ କହିଛନ୍ତି। ରେଗାନ୍ କହିଛନ୍ତି, ମେ ୨୦୨୦ ରେ ତାଙ୍କ ସହିତ ଏହା ଘଟିଥିଲା।  ଅନେକ ଦିନ ଧରି ତାଙ୍କ କୋଠରୀରୁ ଏକ ଦୁର୍ଗନ୍ଧ ଆସୁଥିଲା କିନ୍ତୁ ସେ ବୁଝି ପାରୁନଥିଲେ ଯେ ଏହା ପଛରେ ପ୍ରକୃତ କାରଣ କ’ଣ ଥିଲା। ପ୍ରଥମେ ସେ ଭାବିଥିଲେ ଯେ ଏହି ଗନ୍ଧ ପଚି ଯାଇଥିବା ମାଛରୁ ଆସୁଛି। କିନ୍ତୁ ଯେତେବେଳେ ସେ ମାଛକୁ ଖୋଜିଲେ କିଛି ପାଇଲେ ନାହିଁ। ତା’ପରେ କିଛି ଦିନ ପରେ ତାଙ୍କ ଘରେ କୀଟ ଆସିବା ଆରମ୍ଭ କଲା। ଏସବୁ କାହିଁକି ଏବଂ କିପରି ଘଟୁଛି ରେଗାନ୍ ଜାଣିପାରରିଲେ ନାହିଁ?

ସେ ଘରୁ ଆସୁଥିବା ଗନ୍ଧ ବିଷୟରେ ଆପାର୍ଟମେଣ୍ଟର ମ୍ୟାନେଜରଙ୍କ ନିକଟରେ ଅଭିଯୋଗ କରିଥିଲେ, କିନ୍ତୁ ସେ ମଧ୍ୟ ଏହାର କାରଣ ବୁଝିପାରିଲେ ନାହିଁ। ଏହା ପରେ, ଯେତେବେଳେ ସେ ପୁନର୍ବାର ଅଭିଯୋଗ କଲେ, ମ୍ୟାନେଜର ରାଗିଯାଇ କହିବାକୁ ଲାଗିଲେ ଯେ ଆପଣ ଆଖପାଖରେ ରହୁଥିବା ଅନ୍ୟ ଲୋକଙ୍କୁ ହଇରାଣ କରୁଛନ୍ତି।

ଶେଷରେ ମହିଳା ବାଧ୍ୟ ହୋଇ ପୋଲିସକୁ ଫୋନ କରିଥିଲେ, ଜଣାପଡିଥିଲା ​​ଯେ ୮ ସପ୍ତାହ ପୂର୍ବରୁ ତାଙ୍କ ଶୋଇବା ଘର ପାଖରେ ଥିବା ଅନ୍ୟ ଏକ ଘରେ ଜଣେ ପୁରୁଷଙ୍କର ମୃତ୍ୟୁ ଘଟିଛି। ମହିଳା ଜଣକ କହିଛନ୍ତି ଯେ ତାଙ୍କ ବିଛଣା ଏବଂ ସେହି ବ୍ୟକ୍ତିଙ୍କ ଶବ ଯେଉଁଠାରେ ଥିଲା ତାହା ଦୂରତା ମାତ୍ର ୩ ଫୁଟ ଅଟେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.