ଜଳନ୍ତା ଚିତାରୁ ଗାୟବ ହୋଇଗଲା ମହିଳାଙ୍କ ଖପୁରୀ

Published By : Prameya-News7 Bureau | June 07, 2019 IST

ଦିଲ୍ଲୀ ୭/୬ : ଦିଲ୍ଲୀ ନିକଟସ୍ଥ ଗାଜିଆବାଦରେ ଘଟିଛି ଏକ ଅଜବ ଘଟଣା । ଜଳନ୍ତା ଜୁଇରୁ ଜଣେ ମହିଳାଙ୍କ ଖପୁରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ମହିଳାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ଗୁଣିଗାରେଡି କରିବା ପାଇଁ ୨ଜଣ ତାନ୍ତ୍ରିକ ମହିଳାଙ୍କ ଖପୁରୀ ଜଳନ୍ତା ଜୁଇରୁ ଚୋରି କରିଛନ୍ତି । ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚୁରା କରୁଛି ।

{"id":120590}

ପୋଲିସ ସୂଚନା ଅନୁଯାୟୀ, ଏହି ଘଟଣାରେ ୩ଜଣ ସାମିଲ ଅଛନ୍ତି । ତେବେ ୨ ଜଣ ପୋଲିସ କବଜାରେ ଥିବାବେଳେ ତୃତୀୟ ଅଭିଯୁକ୍ତ ଫେରାର ଅଛି । ଫେରାର ଅଭିଯୁକ୍ତକୁ ପୋଲିସ ଖୋଜୁଛି । ଚୋରି ହୋଇଥିବା ଖପୁରୀ ମଧ୍ୟ ଖୋଜୁଛି ପୋଲିସ ।

{"id":120591}

ଯେଉଁ ମୃତକ ମହିଳାଙ୍କ ଖପୁରୀ ଚୋରି ହୋଇଛି ତାଙ୍କ ପରିବାରଲୋକ ଅଭିଯୋଗ କରିଛନ୍ତି ଯେ, ଗିରଫ ଦୁଇଜଣ ଗୁଣିଗାରେଡି କାମ କରନ୍ତି । ପୋଲିସ ସୂଚନା ଅନୁଯାୟୀ, ମହିଳାଙ୍କ ମୃତ୍ୟୁ ପରେ ଗାଁ ପାଖରେ ଥିବା ଏକ ପଡିଆରେ ଅନ୍ତିମ ସଂସ୍କାର କରାଯାଇଥିଲା । ଯେତେବେଳେ ମହିଳାଙ୍କ ପରିବାରଲୋକ ଅସ୍ଥି ନେବା ପାଇଁ ସେଠାରେ ପହଁଚିଲେ ସେଠାରୁ ଖପୁରୀ ଗାୟବ ଥିଲା । ପରିବାରଲୋକ ଆଖପାଖରେ ଖୋଜିଥିଲେ କିନ୍ତୁ ପାଇନଥିଲେ । ଏହାପରେ ପୋଲିସ ଥାନାରେ ଏତଲା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.