ମହିଳା ଏସଆଇଙ୍କ ସହ ଦୁଷ୍କର୍ମ ସହ ଗର୍ଭପାତ କରିଥିଲା ସେହି ଥାନାର ଏଏସଆଇ : ଏଏସଆଇ ଉପରେ ୧୦ ହଜାର ପୁରସ୍କାର ରାଶି ଘୋଷଣା କଲେ ଏସପି

Published By : Prameya-News7 Bureau | February 03, 2019 IST

ହରଦା ୩/୨ : ମଧ୍ୟ ପ୍ରଦେଶର ହରଦା ଜିଲ୍ଲାର ମହିଳା ଏଏସଆଇଙ୍କ ସହ ଦୁଷ୍କର୍ମ ଘଟଣାରେ ପୋଲିସ ବିଭାଗ ମୁକଦ୍ଦମା ଆରମ୍ଭ କରିଛି | ମହିଳା ଏସଆଇଙ୍କୁ ଏଏସଆଇ ଉମେଶ ରଘୁବଂଶୀ ଦୁଷ୍କର୍ମ କରି ଫେରାର ହୋଇଯାଇଛନ୍ତି | ଉମେଶ ରଘୁବଂଶୀଙ୍କ ଉପରେ ୧୦ ହଜାର ଟଙ୍କା ପୁରସ୍କାର ଘୋଷଣା କରାଯାଇଛି | ହରଦା ଏସପି ଅଭିଯୁକ୍ତ ଏଏସଆଇଙ୍କୁ ପଦବୀରୁ ନିଲମ୍ବିତ କରିଛନ୍ତି | ଅଭିଯୁକ୍ତକୁ ଖୋଜିବା ପାଇଁ ପୋଲିସ ଏକ ଟିମ ଗଠନ କରିଛି |


ହରଦା ଏସପିଙ୍କ ସୂଚନା ଅନୁଯାୟୀ, ମହିଳା ଏସଆଇ ଅଭିଯୋଗ କରିଥିଲେ ଯେ, ଏଏସଆଇ ଉମେଶ ରଘୁବଂଶୀଙ୍କ ସହ ତାଙ୍କର ସାକ୍ଷାତ ହରଦା ପୋଲିସ ଟ୍ରେନିଂ ସମୟରେ ହୋଇଥିଲା | ଉମେଶ କାମ ଶିଖାଇବା ବାହାନାରେ ମହିଳାଙ୍କ ସହ ବନ୍ଧୁତା କରିଥିଲେ | ଧୀରେ ଧୀରେ ଉଭୟଙ୍କ ବନ୍ଧୁତ୍ୱ ବଢିଥିଲା | ଥରେ ଅଭିଯୁକ୍ତ ଉମେଶ ଥାନା କାମ ପାଇଁ ମହିଳା ଏସଆଇଙ୍କ ଘରକୁ ଯାଇଥିଲା | ଉମେଶ ପୂର୍ବରୁ ବିବାହିତ ଥିଲା | ସେ ମହିଳା ଏସଆଇଙ୍କୁ କହିଥିଲା ଯେ, ସେ ନିଜ ସ୍ତ୍ରୀକୁ ଛାଡପତ୍ର ଦେଇଦେବ ଏବଂ ତାଙ୍କ ସହ ବିବାହ କରିବ | ଅଭିଯୁକ୍ତ ଉମେଶ ସବୁବେଳେ ମହିଳା ଏସଆଇଙ୍କୁ ଏଭଳି କଥା କହୁଥିଲା |


ଥରେ ମହିଳା ଏସଆଇଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ଜାଣି ଅଭିଯୁକ୍ତ ତାଙ୍କ ଘରକୁ ଯାଇଥିଲା | ପୀଡିତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଯାଇଥିଲା | ଡାକ୍ତରଙ୍କୁ ପରାମର୍ଶ କରି ଅଭିଯୁକ୍ତ ପୀଡିତାଙ୍କୁ ଘରକୁ ନେଇ ଆସିଥିଲା ଏବଂ ଔଷଧ ଖାଇବାକୁ ଦେଇଥିଲା | ଔଷଧ ଖାଇବା ପରେ ପୀଡିତାଙ୍କୁ ନିଦ ଲାଗିଯାଇଥିଲା | ସକାଳେ ମହିଳା ନିଦରୁ ଉଠିବା ପରେ ଜାଣିପାରିଥିଲେ ଯେ, ତାଙ୍କ ସହ ଦୁଷ୍କର୍ମ ହୋଇଛି | ଏନେଇ ପୀଡିତା ଅଭିଯୁକ୍ତକୁ ପଚାରିଥିଲେ | ପଚାରିବାରୁ ଅଭିଯୁକ୍ତ ମହିଳାଙ୍କୁ କାହାକୁ ଏ ସମ୍ପର୍କରେ ନକହିବା ପାଇଁ ଧମକ ଦେଇଥିଲା | ଫଳରେ ପୀଡିତା କାହାକୁ କିଛି ନକହି ଚୁପ ରହିଥିଲେ | ଏହାପରେ ସେ ମହିଳାଙ୍କୁ ଦ୍ୱିତୀୟ ବିବାହ କରିବ ବୋଲି କହିଥିଲା | ଏଭଳି କହି ଅଭିଯୁକ୍ତ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା | ତାଙ୍କୁ ଶାରୀରିକ ଶୋଷଣ କରୁଥିଲା | ପୀଡିତା ୩ଥର ଗର୍ଭବତୀ ମଧ୍ୟ ହୋଇଥିଲେ | ୩ଥର ଯାକ ଅଭିଯୁକ୍ତ ପୀଡିତାଙ୍କ ଗର୍ଭପାତ ମଧ୍ୟ କରାଇଥିଲା | ଏହାପରେ ଅଭିଯୁକ୍ତ ଏଏସଆଇ ଫେରାର ହୋଇଯାଇଥିଲା | ଏନେଇ ମହିଳା ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିଲେ | ଥାନା ଅଧିକାରୀଙ୍କ କହିବାନୁଯାୟୀ, ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୭୬, (୨)ଏନ, ୩୨୩ ,୫୦୬ ,୧୦୯ ଏବଂ ଏସସି ଏସଟି ଆକ୍ଟ ଧାରା ୩(୨)ବି ରେ ମାମଲା ରୁଜ୍ଜୁ ହୋଇଛି |


ମହିଳା ଏସଆଇ କହିଛନ୍ତି ଯେ, ପୋଲିସ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରିଥିଲା କିନ୍ତୁ, ଅଭିଯୁକ୍ତ ଫେରାର ହୋଇଯାଇଥିଲା | ଫେରାର ଏଏସଆଇଙ୍କ ଉପରେ ୧୦ ହଜାର ଟଙ୍କା ନଗଦ ପୁରସ୍କାର ଘୋଷଣା କରିଛନ୍ତି ହରଦା ଏସପି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.