Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଏୟାରପୋର୍ଟରେ ଲୋକଙ୍କ ସାମ୍ନାରେ ଅଶ୍ଳୀଳ ଭିଡିଓ ଶୁଟିଂ କଲେ ମହିଳା: ଭିଡିଓ ଭାଇରାଲ ପରେ ଗିରଫ, ୧୨ ବର୍ଷ ଜେଲ ଦଣ୍ଡ

6/12/2021 at 9:50 PM

ନୂଆଦିଲ୍ଲୀ ୦୬/୧୨ : କଣ୍ଟେଣ୍ଟ କ୍ରିଏଟର ନିଜ ଭିଡିଓକୁ ଲୋକପ୍ରିୟ କରିବାକୁ ସବୁ ସୀମା ପାର କରିଦେଇଥାନ୍ତି। ପବ୍ଲିକ ପ୍ଲେସରେ ସେମାନେ ଏମିତି କାମ ସବୁ କରନ୍ତି ଯେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। କେତେବେଳେ କାହାର ଜିନିଷ ଚୋରି କରିନେବା ତ କେତେବେଳେ ଅଜବ କାରନାମା କରିବା। ନିକଟରେ ଜଣେ ମହିଳା ଏୟାରପୋର୍ଟରେ ଏମିତି କାମ କଲେ ଯେ ଦେଖି ସମସ୍ତେ ଚକିତ ହୋଇଗଲେ। ଏହାପରେ ମହିଳାଙ୍କୁ ଗିରଫ କରାଯାଇଛି।

ମହିଳା ଜଣକ ଏୟାରପୋର୍ଟରେ ଉଲଗ୍ନ ଭିଡିଓ ଶୁଟିଂ କରିଥିଲେ ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ସୋସିଆଲ ମିଡ଼ିଆରେ ସିସକାଇ ନାଁରେ ପ୍ରସିଦ୍ଧ ଆଡଲ୍ଟ କଣ୍ଟେଣ୍ଟ କ୍ରିଏଟର ଏମିତି କାମ କରିଛନ୍ତି। ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ, ଇଣ୍ଡୋନେସିଆର ୟୋଗ୍ୟାକାର୍ତା ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ମହିଳା ସେମି ନ୍ୟୁଡ ହୋଇ ନଜର ଆସିଥିଲେ। ଏହାପରେ ତାଙ୍କର ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା | ଭିଡିଓ ଭାଇରାଲ ହେବାପରେ ପୋଲିସ ତାଙ୍କୁ ଗିରଫ କରିଛି।

ଭିଡିଓରେ ନଜର ଆସୁଥିବା ମହିଳା ମାସ୍କ ଲଗାଇଛନ୍ତି ଓ ଏୟାରପୋର୍ଟରେ ପବ୍ଲିକ ନ୍ୟୁଡିଟି କରୁଥିବା ନଜର ଆସିଛନ୍ତି। ତାଙ୍କ ପଛରେ ଅନ୍ୟ ଯାତ୍ରୀ ଯିବା ଆସିବ କରୁଥିବା ନଜର ଆସିଛନ୍ତି। ମାମଲା ଗତ ମାସରେ ସାମ୍ନାକୁ ଆସିଥିଲା। ସେବେଠାରୁ ପୋଲିସ ତାଙ୍କୁ ଖୋଜୁଥିଲା। ଡିସେମ୍ବର ୪ ତାରିଖରେ ପୋଲିସ ତାଙ୍କୁ ଗିରଫ କରିଛି। ପୋଲିସ ଅନୁଯାୟୀ, ଏୟାରପୋର୍ଟ କର୍ମଚାରୀ କହିଛନ୍ତି ଯେ ଭିଡିଓ ଅକ୍ଟୋବର ଶୁଟିଂ କରାଯାଇଥିଲା। ପୋଲିସ ଦାବି କରିଛି ମହିଳା ଟପ ତଳେ ଅନ୍ତବସ୍ତ୍ର ପିନ୍ଧିନଥିଲେ। ଏଥିରୁ ପୋଲିସ ଅନ୍ଦାଜା ଲାଗିଛି ଯେ ସେ ଏହି କାମ କରିବାକୁ ଆଗରୁ ପ୍ଲାନ କରିଥିଲେ।

ପୋଲିସ କହିଛି ଯେ ଏୟାରପୋର୍ଟରେ ଅଶ୍ଳୀଳ କାମ କ୍ଷମା କରାଯିବ ନାହିଁ। ପବ୍ଲିକ ପ୍ଲେସରେ ଅଶ୍ଳୀଳତା ପାଇଁ କୌଣସି ଜାଗା ନାହିଁ। ମହିଳା ଗୋଟିଏ ଟ୍ରେନରୁ ଗିରଫ କରାଯାଇଥିଲା। ମହିଳାଙ୍କ ଅପରାଧ ପ୍ରମାଣିତ ହେଲେ ୧୨ ବର୍ଷ ଯାଏଁ ଜେଲ ଦଣ୍ଡ ହୋଇପାରେ। ଇଣ୍ଡୋନେସିଆରେ ପର୍ଣ୍ଣଗ୍ରାଫି ବିରୋଧରେ କଠୋର ଆଇନ ରହିଛି।

   Related Posts