Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

କିଛି ସେକେଣ୍ଡରେ ବଦଳି ଯାଉଛି ମହିଳାଙ୍କ ରୂପ, ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ…

29/11/2021 at 12:44 PM

ନୂଆଦିଲ୍ଳୀ ୨୯।୧୧ : ସାଧାରଣତଃ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳେ । ଏଥିରେ ଆପଣ ଅନେକ ପ୍ରତିଭାଶାଳୀମାନଙ୍କୁ ମଧ୍ୟ ଦେଖିବାକୁ ପାଆନ୍ତି । ହେଲେ କିଛି କିଛି ଏମିତି ପ୍ରତିଭା ଥିବା ବ୍ୟକ୍ତିଙ୍କ ଦେଖିବାକୁ ମିଳେ । ଯାହା ଖୁବ୍‌ ଆଶ୍ଚର୍ଯ୍ୟକର ଲାଗେ । ତାହାକୁ ଦେଖିଲେ ଆମେ ବିଶ୍ବାସ କରି ପାରୁ ନାହିଁ । ବର୍ତ୍ତମାନ ଏଭଳି ଜଣେ ମହିଳା ଅନଲାଇନ୍ ଆପ୍‌ ଟିକ୍‌ଟକ ପ୍ଲାଟଫର୍ମ ମାଧ୍ୟମରେ ଭିଡିଓ ସେୟାର କରିଛନ୍ତି, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯିବେ । ସେ ଏପରି ଏକ ପ୍ରକାରର ମହିଳା ଯାହାକୁ ଦେଖିଲେ ଲାଗେ ଗୋଟିଏ ମୁହୂର୍ତ୍ତରେ ନିଜର ରୂପ ପରିବର୍ତ୍ତନ କରୁଛନ୍ତି ।

ତେବେ କାନାଡାର ରହୁଥିବା କ୍ଲୋଇ ଫାଉଣ୍ଟେନ୍‌ଙ୍କର ଏକ ଭିଡିଓ ଟିକ୍‌ଟକ୍‌ରେ ଖୁବ୍‌ ଭାଇରାଲ ହେଉଛି । ଯେଉଁଥିରେ ମହିଳା ଜଣଙ୍କ ପ୍ରଥମେ ବୃଦ୍ଧ ପରି ଦେଖାଯାଉଛନ୍ତି ଏବଂ କିଛି ସମୟ ପରେ ବହୁତ ସୁନ୍ଦର ଏବଂ ଯୁବା ଦେଖା ଯାଉଛନ୍ତି । ଯେଉଁମାନେ ଏହି ଭିଡିଓ ଦେଖି ସେମାନେ ମହିଳାଙ୍କ ଏହି ଭ୍ରମରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଭିଡିଓରେ ଉଭୟ ମହିଳା ସମାନ ବୋଲି ସେମାନେ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହଁନ୍ତି ।

ଭିଡିଓରେ ପୂର୍ବରୁ ଦେଖାଯାଇଥିବା ମହିଳାଙ୍କ ମୁହଁରେ ମେକଅପ୍ ନାହିଁ ଏବଂ ମୁହଁରେ କୁଞ୍ଚିତ ଚର୍ମ ଗୁଡିକ ଦେଖା ଯାଉଛି । ତାଙ୍କ ଆଖି ତଳେ ଗାଢ କଳା ଏବଂ ଧଳା କେଶ ଦୃଶ୍ୟମାନ ହୁଏ । ତା’ପରେ କିଛି ସେକେଣ୍ଡର ବ୍ୟବଧାନ ପରେ କେବଳ ମହିଳାଙ୍କ ରୂପ ବଦଳିଯାଏ । ତାହା ଦେଖି ୟୁଜର୍ସମାନେ ଚକିତ ହୋଇ ଯାଇଛନ୍ତି । ତାଙ୍କର ଏହି ଭିଡିଓରେ କ୍ଲୋଇ ଲେଖିଛନ୍ତି ଯେ ମେକଅପ୍ ଟ୍ରାନ୍ସଫର୍ମେସନ୍ କିଛି କରିପାରିବ, ଏହି ଦୁଇଜଣ ଅଲଗା ନୁହଁନ୍ତି ଗୋଟିଏ । ଏହି ଭିଡିଓ ଦେଖିବା ପରେ ଲୋକମାନେ ଏହା ଉପରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । ଲୋକମାନେ ଏହି ଭିଡିଓକୁ ଆଦୌ ବିଶ୍ବାସ କରିପାରୁ ନାହାନ୍ତି ।

   Related Posts