ବାପାଙ୍କ ଶବ ସାମ୍ନାରେ ଗ୍ଲାମରସ୍ ପୋଜ୍‌ ଦେଇ ଫଟୋ ଉଠାଇଲା ଝିଅ, ସୋସିଆଲ ମିଡିଆରେ ଟ୍ରୋଲ୍ କଲେ ୟୁଜର୍ସ

Published By : Prameya-News7 Bureau | October 26, 2021 IST

ନୂଆଦିଲ୍ଲୀ ୨୬/୧୦: କୌଣସି ପିଲା ପାଇଁ ତାଙ୍କ ବାପା-ମାଙ୍କୁ ହରାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମୃତ୍ୟୁ ପରେ ଶରୀରର ଅନ୍ତିମ ସଂସ୍କାର ସମୟ ଏପରି ହୋଇଥାଏ ଯେ ସେତେବେଳେ କେବଳ ପରିବାର ନୁହେଁ, ଦୂରଦୂରାନ୍ତରର ଲୋକଙ୍କ ଆଖି ମଧ୍ୟ ଲୁହରେ ଭିଜିଯାଏ। କିନ୍ତୁ ବୋଧହୁଏ ସମସ୍ତେ ଏହି କଥା ବୁଝନ୍ତି ନାହିଁ। ନିକଟରେ ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହା ସେ ତାଙ୍କ ବାପାଙ୍କ ଅନ୍ତିମ ସଂସ୍କାର ସମୟରେ ଉଠାଇଛନ୍ତି।

{"width":661,"height":661}
woman shares photo in glamourous pose in front of father dead body

ସୁଚନାନୁସାରେ, ଜଣେ ଆମେରିକୀୟ ମହିଳାଙ୍କ ଫଟୋ ସୋସିଆଲ ମିଡିଆ ସାଇଟ୍ ରେଡିଟରେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ ନେଇ ବିବାଦ ମଧ୍ୟ ସୃଷ୍ଟି ହେଉଛି। କାରଣ ମହିଳା ଜଣକ ଗ୍ଲାମରସ୍ ପୋଷାକ ପିନ୍ଧି ଏବଂ ପୋଜ୍ ଦେଇ ଇନଫ୍ରଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ତାହା ପୁଣି ତାଙ୍କ ବାପାଙ୍କ ଶବ ପାଖରେ। ମହିଳାଙ୍କ ପଛରେ ତାଙ୍କ ବାପାଙ୍କ ଶବ ରଖାଯାଇଥିବା ଦେଖାଯାଇଛି। ତାଙ୍କ ହାତ ପଛରୁ ଦୃଶ୍ୟମାନ ହେଉଛି। ସେ ତାଙ୍କ ବାପାଙ୍କ ଶବ ସମ୍ମୁଖରେ ଠିଆ ହୋଇ ପୋଜ୍ ଦେଇଛନ୍ତି, ଯେଉଁଥିପାଇଁ ଲୋକମାନେ ତାଙ୍କୁ ବହୁତ ଟ୍ରୋଲ କରୁଛନ୍ତି।

ମହିଳା ଜଣକ ଏହି ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯାହାପରେ ତାଙ୍କୁ ବହୁତ ସମାଲୋଚନା କରାଯାଉଛି। ଜଣେ ବ୍ୟକ୍ତି କହିଛନ୍ତି, ଏହା ତାଙ୍କ ବାପାଙ୍କ ପ୍ରତି ଅତ୍ୟନ୍ତ ଅନ୍ୟାୟ ଏବଂ ଅଭଦ୍ର ବ୍ୟବହାର। ଅନ୍ୟ ଜଣେ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁଃଖଦାୟକ, କେହି ଜଣେ ସେହି ମହିଳାଙ୍କୁ ଏକ ଶିକ୍ଷା ଦେବା ଉଚିତ୍। ବାପାଙ୍କ କାସକେଟରେ ଆମେରିକାର ପତାକା ଦେଖିବା ହେତୁ ଲୋକମାନେ ଅନୁମାନ କରୁଛନ୍ତି ଯେ ସେ ନିଶ୍ଚିତ ଭାବରେ ଜଣେ ପୂର୍ବତନ ସେନା ସୈନିକ ଥିଲେ। ତେଣୁ ଲୋକମାନେ ମହିଳାଙ୍କ ଏହି କାର୍ଯ୍ୟକୁ କେବଳ ବାପାଙ୍କ ପ୍ରତି ଅପମାନ ନୁହେଁ, ଦେଶ ତଥା ଜାତୀୟ ପତାକାକୁ ମଧ୍ୟ ଅପମାନ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.