Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବୋହୂକୁ ଯୌନ ଶୋଷଣ କରିବା ପରେ କୁକୁଡା ରକ୍ତ ପିଇବାକୁ ବାଧ୍ୟ କରୁଥିଲା ଶ୍ବଶୁର: ବନ୍ଧା ହେଲେ ସ୍ବାମୀ ଓ ଶ୍ବଶୁର

23/09/2021 at 1:32 PM

ମୁମ୍ବାଇ ୨୩/୦୯  : କୁହାଯାଏ କି ବାପା ସମାନ ଶ୍ବଶୁର । ହେଲେ ଯେତେବେଳେ ବାପା ସମାନ ଶ୍ବଶୁର ପାଲଟି ଯାଏ ନର-ପିସାଚ । ତା ଠାରୁ ଲଜ୍ଜା ଜନକ ଘଟଣା ଆଉ କଣ ହୋଇ ପାରେ । ତେବେ ଯେତେବେଳେ ବୋହୂକୁ ଯୌନ ଶୋଷଣ କରିବା ସହ କୁକୁଡା ରକ୍ତ ପିଇବାକୁ ବାଧ୍ୟ କରୁଥିବା ସହ କେବଳ ଶ୍ୱଶୁର ନୁହେଁ ଏଥିରେ ସାଥ ଦେଇଥିଲେ ସାତ ଜନମ ପାଇଁ ସାଥୀ ହୋଇଥିବା ସ୍ୱାମୀ । ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଖବର ମହାରାଷ୍ଟ୍ରର ମୁମ୍ବାଇରୁ।

ତେବେ ଅଭିଯୋଗ ମୁତାବକ, ମହାରାଷ୍ଟ୍ରର ଜଣେ ୩୩ ବର୍ଷୀୟ ମହିଳାଙ୍କୁ ତାଙ୍କ ଶ୍ୱଶୁର, ଶାଶୁ ଏବଂ ସ୍ୱାମୀ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଇଛନ୍ତି। ଏପରିକି ନିଜକୁ ଭଗବାନ ଓ ବାପା କହୁଥିବା ଶ୍ୱଶୁର ବୋହୂକୁ କୁକୁଡା ରକ୍ତ ପିଇବକୁ ବାଧ୍ୟ କରିଛି। ଏଥିରେ ଗତ ୩ ବର୍ଷ ହେଲା ଶ୍ୱଶୁର ତାଙ୍କୁ ଯୌନ ଶୋଷଣ କରିଆସୁଛି ଏଥିସହ ଗର୍ଭବତୀ କରାଇବାକୁ ମଧ୍ୟ ଚେଷ୍ଟା କରିଥିବାର ମଧ୍ୟ ପୀଡିତା ଜଣଙ୍କ କହିଛନ୍ତି।

କିନ୍ତୁ ଯେତେବେଳେ ସେ ତାଙ୍କ ସ୍ୱାମୀଙ୍କ ଅପାରଗତା ବିଷୟରେ ଜାଣିଲେ ସେତେବେଳେ ପୀଡିତା ଜଣକ ନିଜ ସମ୍ପର୍କୀୟଙ୍କୁ ଏ ବିଷୟରେ କହିଥିଲେ। ଏହା ଜାଣିବା ପରେ ତାଙ୍କୁ ଶାଶୁଘର ଦ୍ୱାରା ଶାରୀରିକ ନିର୍ଯାତନା ଦିଆଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ଭୋସାରୀ ଥାନା ପୁଲିସ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତ ସ୍ୱାମୀ ଏବଂ ଶ୍ୱଶୁରକୁ ଗିରଫ କରାଯାଇଛି। ଏଥିସହ ଶାଶୁଙ୍କ ବିରୋଧରେ  ମଧ୍ୟ ଏକ ମାମଲା ରୁଜୁ ହୋଇଛି।

ସୁଚନା ଅନୁଯାୟୀ ଏହି ମାମଲାରେ ପୁଲିସ କହିଛି, ସ୍ନାତକ ଡିଗ୍ରୀଧାରୀ ମହିଳା ଜଣକ ଜଣେ ଡିପ୍ଲୋମା ଇଞ୍ଜିନିୟରକୁ ବିବାହ କରିଥିଲେ। ୨୦୧୮ ଡିସେମ୍ବର ୩୦ ପରେ ଗତ ଚାରିମାସ ହେବ ସେମାନେ ଶାଶୁ ଶ୍ୱଶୁର ଠାରୁ ଅଲଗା ରହୁଥିଲେ। ପରେ ତାଙ୍କୁ ନିର୍ଯାତନା ଦିଆଯାଇଥିଲା । ତେବେ ଅଭିଯୋଗ ଅନୁଯାୟୀ ଶାଶୁଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାବେଳେ ପୀଡିତାଙ୍କ ସ୍ୱାମୀ ଏବଂ ଶ୍ୱଶୁରଙ୍କୁ ପୋଲିସ ଗିରଫ କରି ଏବେ ପୂରା ମାମଲାର ତଦନ୍ତ ଚାଲିଛି।

   Related Posts