Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଟୀକାକରଣ କେନ୍ଦ୍ରରେ ଅବ୍ୟବସ୍ଥା: ତଳେ ପଡ଼ିଯାଇଥିବା ମହିଳାଙ୍କ ଉପରେ ଚାଲିଗଲେ ଲୋକେ, ଭାଙ୍ଗିଗଲା ପଞ୍ଜରା ହାଡ଼

7/07/2021 at 9:03 PM

ଗଞ୍ଜାମ, ୦୭।୦୭: ଗଞ୍ଜାମ ଜିଲ୍ଲା ପୋଲସରା ସହରର ରାଣୀପଡା ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଚାଲିଥିବା କୋଭିଡ ଟୀକାକରଣ କାର୍ଯ୍ୟକ୍ରମରେ ମଙ୍ଗଳବାର ଅବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳିଛି । ଟୀକା ଗ୍ରହଣ ଲାଗି ଟୀକାକରଣ କେନ୍ଦ୍ରରେ ଲୋକଙ୍କ ଗହଳି ଲାଗିଥିଲା । ଇତି ମଧ୍ୟରେ ଗହଳି ଭିତରେ ଟୀକା  ନେଵାଲାଗି ଆଗଭର ହେଉଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି ।

ମହିଳା ଜଣଙ୍କ ହେଉଛନ୍ତି ପୋଲସରା ଥାନା ନିକଟ ଲକ୍ଷ୍ମଣପଲି ଗ୍ରାମର ଭାନୁମତି ସାହୁ । ଲୋକଙ୍କ ଠେଲା ଠେଲି ଭିତରେ ମହିଳା ଜଣଙ୍କ ତଳେ ପଡିଯାଇଥିଲେ । ମହିଳା ଜଣକ ତଳେ ପଡିଯିବାପରେ ସମସ୍ତେ ତାଙ୍କ ଉପରେ ଚାଲିଯାଇଥିଲେ । ଯାହାଫଳରେ ଭାନୁମତିଙ୍କ ଛାତିର ପଞ୍ଜରା ହାଡ ଭାଙ୍ଗିଯାଇଥିଲା। ପରିବାର ପକ୍ଷରୁ ଭାନୁମତିଙ୍କୁ ଉଦ୍ଧାର କରାଯାଇ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ୧୦୮ଯୋଗେ ବ୍ରହ୍ମପୁର ପଠାଯାଇଥିଲା। ସ୍ଥାନୀୟ ପ୍ରଶାସନର ଢିଲା ନୀତି ଯୋଗୁଁ ଟୀକା କରଣ କେନ୍ଦ୍ରରେ ଅବ୍ୟବସ୍ଥା ଦେଖା ଦେଇଥିଲା ବୋଲି ଆହତଙ୍କ ପୁଅ ପ୍ରତାପ ସାହୁ କହିଛନ୍ତି । ଘଟଣା ପରେ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ, ତହସିଲଦାର ପ୍ରଦୀପ କୁମାର ନାୟକ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶ୍ନ କୁମାର ଦାସ  ପ୍ରମୁଖ ଉପସ୍ଥିତ ରହି ବୁଝାସୁଝା କରିଥିଲେ ।

   Related Posts