Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

ରାସ୍ତା ଉପରେ ଭୟଙ୍କର ଦୃଶ୍ୟ ସମସ୍ତଙ୍କୁ କରିଦେଲା ସ୍ତବ୍ଧ : ଶିଶୁକୁ କୋଳରୁ କାଢ଼ି ତଳେ ବସାଇ ଦେଇ ନିଜ ଦେହରେ ନିଜେ ନିଆଁ ଲଗାଇ ଦେଲେ ମହିଳା

31/08/2020 at 3:54 PM

ଡେହରାଡୁନ ୩୧/୮: ଡେହରାଡୁନରେ ଆଜି ଏକ ଘଟଣା ଯୋଗୁଁ ହଇଚଇ ସୃଷ୍ଟି ହୋଇଛି। ଏଠାରେ ଜଣେ ମହିଳା ସର୍ବସମ୍ମୁଖରେ ଏପରି ଆତ୍ମଘାତୀ କାର୍ଯ୍ୟ କରିଛନ୍ତି ଯାହାକୁ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସୂଚନା ଅନୁଯାୟୀ ଡେହରାଡୁନରେ ରାସ୍ତାରେ ଯାଉଥିବା ଜଣେ ମହିଳା ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାଟି ଘଟିଛି ତ୍ୟାଗୀ ରୋଡରେ।

ମହିଳାଙ୍କ କୋଳରେ ଜଣେ ଶିଶୁ ଥିଲା। ମହିଳା ଜଣକ ଶିଶୁକୁ ପ୍ରଥମେ କୋଳରୁ ଓହ୍ଲାଇଥିଲେ ଏବଂ ରାସ୍ତାରେ ନିଜ ଦେହରେ କିରାସିନି ତେଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ସ୍ଥାନୀୟ ଲୋକଙ୍କ ସୂଚନା ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଗୁରୁତର ଅବସ୍ଥାରେ ମହିଳାଙ୍କୁ କୋରୋନେସନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମହିଳା ନିଜ ନାଁ କହିବାକୁ ଅସମର୍ଥ। ସେପଟେ ଘଟଣାର ସୂଚନା ପାଇ ମହିଳାଙ୍କ ସ୍ବାମୀ ହସ୍ପିଟାଲ୍ ପହଞ୍ଚିଛନ୍ତି। ପୋଲିସ୍ ମାମଲାର ତଦନ୍ତ ଆରମ୍ଭ କରିଛି।

   Related Posts