ସ୍ତ୍ରୀ ସରପଞ୍ଚକୁ ସ୍ବାମୀ ଠିକାଦାର : ବିନା କାର୍ଯ୍ୟାଦେଶରେ ରାସ୍ତା ନିର୍ମାଣ ନେଇ ହରଡ ଘଣାରେ ପଡିଲେ ମହିଳା ସରପଞ୍ଚ

Published By : Prameya-News7 Bureau | August 30, 2019 IST

କଳାହାଣ୍ଡି ୩୦|୮: ବିନା କାର୍ଯ୍ୟାଦେଶରେ ୪ ଲକ୍ଷ ଟଙ୍କାର ରାସ୍ତା ନିର୍ମାଣ ନେଇ ହରଡ ଘଣାରେ ପଡିଛନ୍ତି ମହିଳା ସରପଞ୍ଚ ଓ ତାଙ୍କ ଠିକାଦାର ସ୍ବାମୀ ।କଳାହାଣ୍ଡିର କୁଚା ଗାଁ ପଞ୍ଚାୟତରେ ହୋଇଥିବା ଏହି ରାସ୍ତା କାମ ସଂପର୍କରେ ପ୍ରଘଟ ହେବା ପରେ ଏବେ ହାତଝାଡି ବସିଯାଇଛନ୍ତି  ପିଇଓ  ଏବଂ ଯନ୍ତ୍ରୀ । ୪ ଲକ୍ଷ ଟଙ୍କାର ବିଲ୍‌  କିଏ କରିବ ତାହା ବଡ ପ୍ରଶ୍ନ ହୋଇଥିବା ବେଳେ, ଫସିଯାଇଛନ୍ତି ସରପଞ୍ଚ ଓ ତାଙ୍କ ସ୍ବାମୀ । ଏହା ଭିତରେ ସବୁଠୁ ଚିନ୍ତାର କଥାଟି ହେଲା ପଞ୍ଚାୟତସ୍ତରରେ କିପରି କ୍ଷମତାଧାରୀ ମାନେ ମିଳିମିଶି ବିକାଶକୁ ବାଟବଣା କରୁଛନ୍ତି, ତାହା ଜଣାପଡିଛି ।

{"id":151022}

ରାସ୍ତା ଦୁର୍ନୀତି । ବିନାକାର୍ଯ୍ୟାଦେଶରେ , ବିନା ସୂଚନା ଫଳକରେ  ଚାଲିଛି ୪ ଲକ୍ଷ ଟଙ୍କାର କଙ୍କ୍ରିଟ ରାସ୍ତା କାମ । ତେବେ  ବିବାଦ ଟି ହେଲା କାମ ସଂପର୍କରେ ଜନପ୍ରତିନିଧି ଏବଂ ଠିକାଦାରଙ୍କ  ସଂପର୍କ ଏବଂ ଭିନ୍ନ ବୟାନ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କୁଚା ଗାଁ ପଞ୍ଚାୟତର ମୁଖ୍ୟ ରାସ୍ତାକୁ ନେଇ ଏହି ବିବାଦ । ଏହା ହେଉଛି ପଞ୍ଚାୟତର ମହିଳା ସରପଞ୍ଚ ଙ୍କ ଘର । ଆଉ ତାଙ୍କରି ଘର ସାମ୍ନା ରେ ଚାଲିଛି  ପଞ୍ଚାୟତ ଫଣ୍ଡ ଖର୍ଚ୍ଚରେ ରାସ୍ତାକାମ । ସୁଚନା ଫଳକ ବା କାର୍ଯ୍ୟାଦେଶ ନଥିବା ବେଳେ,ମହିଳା ସରପଞ୍ଚଙ୍କ ଯୁକ୍ତି  ହେଲା ନିର୍ବ।ଚିତ ପ୍ରତିନିଧି ଭାବେ  ସାଧାରଣ ଲୋକଙ୍କ  ସୁବିଧା ପାଇଁ  ପଦକ୍ଷେପ ନେବା ତାଙ୍କର କର୍ତ୍ତବ୍ୟ  । କିନ୍ତୁ  ମହିଳା ସରପଞ୍ଚ କାମର କାର୍ଯ୍ୟାଦେଶ ନେଇ କିଛି ଜାଣନ୍ତିନି । ଆହୁରି ବିବାଦୀୟ ହେଲା କାମ କରୁଥିବା ଠିକାଦାର ହେଉଛନ୍ତି ମହିଳା ସରପଞ୍ଚଙ୍କ ସ୍ବାମୀ  । ଆଉ ତାଙ୍କ ସଫେଇ ହେଲା, ପଞ୍ଚାୟତ ଅଧିକାରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ଜ୍ଞାତସାରରେ ସେ  ରାସ୍ତା କାମ ର ଦାୟିତ୍ବ ନେଇଛନ୍ତି । 

{"id":151023}

ସରପଞ୍ଚ  କିଛି ଜାଣିନଥିଲା ବେଳେ , ଏକଦମ ସ୍ମାର୍ଟ ଉତ୍ତର ରଖିଛନ୍ତି ତାଙ୍କ ଠିକାଦାର ସ୍ବାମୀ । କହିଛନ୍ତି ପଞ୍ଚାୟତ ଅଧିକାରୀ ଏବଂ ଜେଇ ଙ୍କ ଜାଣତରେ କାମ ହେଉଛି । ଅଥଚ  ଠିକାଦାର ଙ୍କ କଥାକୁ ଫୁ କରି  ଉଡାଇ ଦେଇଛନ୍ତି  ସରକାରୀ ବାବୁ । ପଞ୍ଚାୟତ ସଂପ୍ରସାରଣ ଅଧିକାରୀ  ଏବଂ  ଜୟପାଟଣା ବ୍ଲକ କନିଷ୍ଠ ଯନ୍ତ୍ରୀ  ରାସ୍ତା କାମର କାର୍ଯାଦେଶ ଦିଆଯାଇନଥିବା ଏବଂ  ବିନା ଟେଣ୍ଡରରେ ହେଉଥିବା କାମ ବେଆଇନ ବୋଲି ସ୍ପଷ୍ଟ କରିଦେଇଛନ୍ତି । ସରକାରୀ ବାବୁ ହାତ ଟେକିଦେବାପରେ  ଠିକାଦାରଙ୍କ ଅଡୁଆ ବଢିଛି ।

{"id":151024}

ରାସ୍ତା ବିଲ୍‌ କିଏ  କରିବ , କିଏ କେମିତି ପାଇବ ତାହା ତ ପ୍ରଶ୍ନ । ତେବେ ତାହା ଭିତରେ ବଡ ଚିନ୍ତାଟି ହେଲା ମିଳିମିଶି ବିକାଶର ଅର୍ଥକୁ କେମିତି ବାଟମାରଣା କରାଇପାରେ ।ତେବେ ଏହି ଘଟଣାର  ଖୋଳତାଡ ହେଲେ , ଆହୁରି ଏପରି ଅନିୟମିତତା ଯେ ନବାହାରିବ, ଅସାଧୁ ଟିମ୍‌ର  ଗୁମର ଯେ ନଫିଟିବ ତାହା  କହିହେବନି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.