ବିଧବା ସଜେଇ ବିବାହିତା ମହିଳାଙ୍କୁ ୬ ଥର ବାହା କଲେଣି ଦଲାଲ, ଜାଣନ୍ତୁ କେତେ ବିପଦଜନକ ଏହି ଚୋରଣୀ ବୋହୂ

Published By : Prameya-News7 Bureau | August 29, 2019 IST

ଶିକର : ରାଜସ୍ଥାନର ଶେଖାବଟୀ ଅଞ୍ଚଳ ଏବେ ବୋହୂ ହାଟରେ ପରିଣତ ହୋଇଛି। ଯାହାର ଏବେ ଖୁବ୍ ଫାଇଦା ନେଉଛନ୍ତି ମହିଳା କିଣାବିକା କରୁଥିବା ଗୋଷ୍ଠୀ ଓ ଦଲାଲମାନେ। ଏଠାରୁ ମହିଳା କିଣୁଥିବା ଲୋକେ ଆଜିକାଲି ଠକାମୀର ଶିକାର ହେଉଥିବା ଅଭିଯୋଗ କରୁଛନ୍ତି। ନିକଟରେ ଶ୍ରୀମାଧୋପୁର ପଟବାରୀ ଗାଁରୁ ଚୋରଣୀ ବୋହୂ ନେଇ ଥାନାରେ  ଅଭିଯୋଗ ହୋଇଥିବା ବେଳେ ୩   ଦଲାଲଙ୍କ ସମେତ ଚୋରଣୀକୁ ଗିରଫ କରିଛି ପୋଲିସ ।

{"id":150540}

୩ ଲକ୍ଷ ଟଙ୍କା ଦେଇ ପରିବାର ଲୋକେ ବୋହୂ କିଣିକି ଆଣିଥିଲେ। ହେଲେ ଦିନ ୧୦ଟା ନ ଯାଉଣୁ ବୋହୂ ଘରେ କଳାକନା ବୁଲେଇ ଦେଇଥିବା ପୋଲିସରେ ଅଭିଯୋଗ ହୋଇଥିଲା। ପରିବାରର ଅଭିଯୋଗ ଅନୁଯାୟୀ  ଉତ୍ତରପ୍ରଦେଶର ଜନୈକା ମହିଳାଙ୍କୁ ସେମାନେ ଘରକୁ ବୋହୂ କରି ଆଣିଥିଲେ। ଏଥିଲାଗି ପରିବାର ଲୋକେ ମୋଟା ରକମର ଟଙ୍କା ବି ଦେଇଥିଲେ। ହେଲେ ମହିଳା ବୋହୂ ହୋଇ ଘର ବସେଇବେ କଣ ଘରକୁ ଲୁଟି କରି ଫେରାର ହୋଇଯାଇଥିଲେ। ମାମଲାର ତଦନ୍ତରୁ ମହିଳାଙ୍କର ଏହା ପ୍ରଥମ ବିବାହ ନୁହେଁ ବୋଲି ଜଣାପଡିଛି। ଏହା ପୂର୍ବରୁ ଦଲାଲମାନେ ତାଙ୍କୁ ବିଧବା ସଜେଇ ବାରମ୍ବାର  ବାହା କରାଇଥିବା ବେଳେ ମହିଳା ସେମାନଙ୍କ ଘର ଲୁଟପାଟ କରିଚାଲିଆସିଥିଲା।

{"id":150541,"width":578,"height":323}

ମହିଳାଙ୍କୁ ଫତେପୁରାର ହରିଶ କୁମାର ଜାଟ, ଗୁମାନସିଂ ଢାଣୀର ବଂଶୀଧର ଜାଟ୍ ଓ ୟୁପି ମଥୁରାର ନରସିଂହ ଅବିବାହିତ କହି ପଟବାରୀ କା ବାସ ନିବାସୀ ମୋହନଲାଲ ଜାଟଙ୍କୁ ବିବାହ କରାଇଦେଇଥିଲେ। ଏଥିଲାଗି ନରସିଂହ, ବଂଶୀଧର ଓ ହରିଶ ମିସି ତାଙ୍କଠାରୁ ୩ ଲକ୍ଷ ଟଙ୍କା ବି ନେଇଥିଲେ। ତେବେ ମହିଳା ବାସ୍ତବରେ ନରସିଂହର ପତ୍ନୀ ଥିଲା।  ଏଣୁ ବିବାହ ପରେ ମହିଳା ପତ୍ନୀ ହେବାର ବାହାନା କରି  ଦିନ୧୦ଟା କଟେଇ। ସମସ୍ତ ସ୍ୱର୍ଣ୍ଣ ଆଭୂଷଣ ସହ ଘରୁ ଟଙ୍କା ପଇସା ଲୁଟି ନେଇ କେଉଁଆଡେ ଫେରାର ହୋଇ ଯାଇଥିଲା।

{"id":150543,"width":576,"height":223}

ତେବେ ପୋଲିସ ପଚରା ଉଚରା ପରେ ଏବେ ଚୋରଣୀ ବୋହୂର ଗୁମର ଖୋଲିଛି। ସେ ଅଧଡଜନରୁ ଅଧିକ ଏଭଳି ବିବାହ କରିଥିବା ବେଳେ ସମସ୍ତଙ୍କୁ ଲୁଟାପାଟ କରି ଚାଲିଆସିଥିଲା। ତେବେ ଅନ୍ୟମାନେ ମାନସମ୍ମାନ ଦୃଷ୍ଟିରୁ ପୋଲିସର ଦ୍ୱାରସ୍ଥ  ହୋଇ ନଥିବା ବେଳେ ମୋହନଲାଲ କିନ୍ତୁ ଚୋରଣୀର ପିଛା ଛାଡି ନଥିଲେ। ପୋଲିସ ୩ ଦଲାଲଙ୍କ ସମେତ ସରୋଜକୁ ଗିରଫ କରିଥିବା ବେଳେ ଠକେଇ ଅପରାଧରେ କୋର୍ଟରେ ହାଜର କରିଥିଲା। କୋର୍ଟ ସମସ୍ତଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.