ସ୍ବାମୀ ହାତ ଛାଡ଼ିଦେଲା ପରେ ଅଟୋର ହାତ ବାଛି ନେଲେ ମଧୁମିତା, ପାଲଟିଗଲେ ଅସହାୟ ମହିଳାଙ୍କ ପାଇଁ ଉଦାହରଣ

Published By : Prameya-News7 Bureau | February 08, 2020 IST

ବାଲେଶ୍ବର୮/୨:  ଏକା କରି ଅଧା ବାଟରେ ହାତ ଛାଡ଼ି ଦେଲା ସ୍ବାମୀ। ଅଗ୍ନୀକୁ ସାକ୍ଷୀ ରଖି ବିବାହ କରିଥିବା ସ୍ବୀମୀ ସ୍ତ୍ରୀର ହାତ ଛାଡ଼ି ଅନ୍ୟ ଜଣେ ଯୁବତୀଙ୍କୁ ଜୀବନ ସାଥୀ କରିନେଲା। ମାତ୍ର ସ୍ବାମୀଙ୍କ ଧକ୍କାରେ ଭାଙ୍ଗି ପଡ଼ି ନଥିଲେ ମଧୁମିତା ବିନ୍ଧାଣୀ। ଜୀବନ ଯୁଦ୍ଧରେ କେମିତି ସେ ଆଗକୁ ଯିବେ ସେଥିପାଇଁ ମନରେ ବଳ ସଞ୍ଚୟ କରିଥିଲେ ମଧୁମିତା।

{"id":221903,"sizeSlug":"large"}

ତେବେ ଦୁଇଟି ପିଲାଙ୍କ ପାଠ ପଢ଼ା ଖର୍ଚ୍ଚ ଓ ମୁହଁରେ ଦାନା ଟିକିଏ ଦେବା ପାଇଁ ମଧୁମିତା ବାଛିଥିଲେ ଅଟୋ ଡ୍ରାଇଭିଂ। ମଧୁମିତାଙ୍କ ଇଚ୍ଛା ଶକ୍ତି ତାଙ୍କୁ ଆଗକୁ ନେଇଥିଲା। ତାଙ୍କର ଏଭଳି କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକେ ତାଙ୍କୁ ପ୍ରଂଶସା କରିଛନ୍ତି। ସ୍ବାମୀ ଛାଡ଼ି ଚାଲିଯିବା ପରେ ମଧୁମିତା ନିଜେ ଶିଙ୍ଗରେ ନିଜେ ମାଟି ତାଡ଼ିବା ଶିଖିଛନ୍ତି। ସମାଜର ଅନ୍ୟ ଅସହାୟ ମହିଳାଙ୍କ ପାଇଁ ମଧୁମିତା ଉଦାହରଣ ପାଲଟିଛନ୍ତି।

{"id":221904,"sizeSlug":"large"}

ସକାଳରୁ ସନ୍ଧ୍ୟା ଯାଏଁ  ଅଟୋ ରିକ୍ସା ଭିତରେ ତାଙ୍କ ଜୀବନ କଟିଯାଏ । ସ୍ବାମୀ ହାତ ଛାଡି ଦେବା ପରେ ଅଟୋର ହାତ ଧରି ନେଇଛନ୍ତି ମଧୁମିତା। ୨୭ ବର୍ଷ ବୟସ୍କା ମଧୁମିତାଙ୍କୁ ଅଟୋ ହିଁ ବାଟ କଡ଼େଇ ନେଇଛି। ପୁଅ ଓ ଝିଅକୁ ପାଠ ପଢାଇବା ସହ ପରିବାରର ବୋଝ ମଧୁମିତା ନିଜେ ମୁଣ୍ଡାଇନ୍ତି। ଋଣ କରି ମଧୁମିତା ଅଟୋ କିଣିଥିଲେ । ମାତ୍ର ଋଣ ସୁଝିବାକୁ ଅଳ୍ପ କିଛି ଟଙ୍କା ବାକି ଅଛି । ଜୀବନ ସଂଘର୍ଷରେ ସେ ଜିତିଯାଇଛନ୍ତି। ମଧୁମିତା କହିଛନ୍ତି ‘ହାତ ଗୋଡ ଥିବା ମଣିଷ ସବୁ କିଛି କରିପାରିବ’ । ତାଙ୍କର ଏଭଳି କାର୍ଯ୍ୟ ଦେଖି ବାଲେଶ୍ବରବାସୀ ମଧୁମିତାଙ୍କୁ ଭୁରିଭୁରି ପ୍ରଂଶାସ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.