୫ ଘଣ୍ଟା ଧରି ସ୍ତ୍ରୀକୁ ଗୃହବନ୍ଦୀ କରି ରଖିଥିଲା ସ୍ବାମୀ, ଉଦ୍ଧାର କଲା ପୋଲିସ
2/01/2020 at 8:56 AM

ବଡବିଲ ୨।୧: ଦୀର୍ଘ ୫ ଘଣ୍ଟା ଧରି ଗୃହବନ୍ଦୀ ରହିଥିବା ମହିଳାଙ୍କୁ ଉଦ୍ଧାର କଲା ପୋଲିସ । ଏହି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼। ଥାନା କମାରଯୋଡ଼। ଅଂଚଳରେ । ସ୍ବାମୀ ନିଜ ସ୍ତ୍ରୀକୁ ମାଡ଼ ମାରି ଘରେ ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଯୋଡ଼। ଥାନା କମାରଯୋଡ଼। ଅଂଚଳରେ ରହୁଥିବା ସୁଦାମ ମହାନ୍ତ ଲୋଡ଼ର ଅପରେଟର ଭାବେ କାର୍ଯ୍ୟ କରୁଥିଲେ । ସୁଦାମ ଗତ ୬ମାସ ହେବ ଗାୟତ୍ରୀଙ୍କୁ ବିବାହ କରିଥିଲେ । ବିବାହ ପରେ ଯୋଡ଼। ଥାନା କମାରଯୋଡ଼। ଅଂଚଳର ଏକ ଭଡ଼। ଘରେ ରହି ଆସୁଥିଲେ । ପାରିବାରିକ କଳହକୁ ନେଇ ସୁଦାମ ତାଙ୍କ ସ୍ତ୍ରୀଙ୍କୁ ମାରିବା ସହ ଘରେ ତାଲା ପକାଇ ଚାଲିଯାଇଥିବା ଗାୟତ୍ରୀ ଅଭିଯୋଗ କରିଛନ୍ତି ।

ତେବେ ସ୍ବାମୀ ସୁଦାମଙ୍କ କହିବା ଅନୁଯାୟୀ, ସେ ମାରପିଟ୍ କରିନାହାନ୍ତି । ରାତି ଡ୍ୟୁଟି ସମୟରେ ସ୍ତ୍ରୀକୁ ଏହିପରି ତାଲା ପକାଇ ଯାଇଥାନ୍ତି ବୋଲି ସେ କହିଛନ୍ତି । ଗାୟତ୍ରୀଙ୍କୁ ଘରୁ ଉଦ୍ଧାର କରି ଯୋଡ଼। ପୋଲିସ ଘଟଣାର ଛାନଭିନ୍ ଚଳାଇଛି ।