ବନ୍ଦ ଘରୁ ଗୁରୁତର ଅବସ୍ଥାରେ ମହିଳା ଉଦ୍ଧାର, ଲୁହା ରଡ୍‌ରେ ପିଟି ଗୋଡ ହାତ ଭାଙ୍ଗି ଦେଇଛି ସ୍ବାମୀ ; ଦୁଇଟି ସ୍ତ୍ରୀ ଥାଇ କରିଥିଲା ତୃତୀୟ ବିବାହ

Published By : Prameya-News7 Bureau | December 17, 2019 IST

ବ୍ରହ୍ମପୁର ୧୭।୧: ଗଞ୍ଜାମ ଜିଲ୍ଲା ବୁଗୁଡା ପୋଲିସ ଗତକାଲି ବୁଗୁଡା଼ ସ୍ଥିତ ଏକ ଭଡ଼ା ଘରୁ ମହିଳାଙ୍କୁ ଉଦ୍ଧାର କରିଛି । ମହିଳାଙ୍କୁ ତାଙ୍କ ବାପଘରେ ନେଇ ଛାଡିଛି ପୋଲିସ । ମହିଳା ଜଣଙ୍କ ହେଲେ ହୀରା ନାଇକ । ସେ ପଦ୍ମନାଭ ସାହୁଙ୍କୁ  ଦୀର୍ଘ ୮ବର୍ଷ ପୂର୍ବେ ପ୍ରେମ କରି ବିବାହ କରିଥିଲେ । ସେ ପଦ୍ମନାଭଙ୍କ ତୃତୀୟ ସ୍ତ୍ରୀ ।

{"id":198903,"sizeSlug":"large"}

ସୂଚନାଯୋଗ୍ୟ ଯେ, ପଦ୍ମନାଭ ସବୁବେଳେ ହୀରାଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ଅଧିକାଂଶ ସମୟ ପଦ୍ମନାଭ ହୀରାଙ୍କୁ ଲୁହା ରଡରେ ବାଡାଇ କ୍ଷତବିକ୍ଷତ କରିଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । କିନ୍ତୁ  ଏଥର ପଦ୍ମନାଭ ହୀରାଙ୍କୁ ଲୁହା ରଡରେ ପିଟି ତାଙ୍କର ଦୁଇ ଗୋଡ଼ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିବା ହୀରା ଅଭିଯୋଗ କରିଛନ୍ତି । ଏ ସମସ୍ତ ଘଟଣା ଘଟାଇ ସେ ଭଡ଼ାଘରେ ଚାବି ପକାଇ କେଉଁ ଆଡେ ଚାଲିଯାଇଛନ୍ତି । ବୁଗୁଡା଼ ପୋଲିସ ଖବର ପାଇ ଘରୁ ହୀରାଙ୍କୁ ଉଦ୍ଧାର କରିଛି । ଚିକିତ୍ସା କରାଇ ହୀରାଙ୍କୁ ବାପଘରେ ପଞ୍ଚଭୁତି ଗ୍ରାମରେ ଆଣି ଛାଡ଼ି ଦେଇ ଛନ୍ତି । ହୀରାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଛି।

{"id":198904,"sizeSlug":"large"}

ଗୋଟିଏ ପଟେ ହୀରାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା ବେଳେ ଅନ୍ୟପଟେ ସ୍ବାମୀ ପଦ୍ମନାଭ ଏହି ଘଟଣା କାହାରିକୁ ଜଣାଇଲେ ଜୀବରୁ ମାରିଦେବା ପାଇଁ ଧମକ ଦେଇଛନ୍ତି। ବର୍ତ୍ତମାନ ହୀରାଙ୍କର ସାତ ବର୍ଷର ଗୋଟିଏ ପୁତ୍ର ସନ୍ତାନ ଅଛି । ହୀରାଙ୍କୁ ଏବଂ ତାର ବାପା ମା ଏବଂ ଭଉଣୀଙ୍କୁ ମଧ୍ୟ ମାରି ଦେବା ପାଇଁ ପଦ୍ମନାଭ ଧମକ ଦେଇଛି।ବର୍ତ୍ତମାନ ହୀରାଙ୍କ ସମସ୍ତ ପରିବାର ଲୋକଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ଦାବି ହେଉଛି ।

{"id":198906,"sizeSlug":"large"}

ପଦ୍ମନାଭଙ୍କ ଅନ୍ୟ ଦୁଇଟି ସ୍ତ୍ରୀ ରହିଥିବାରୁ ତୃତୀୟ ସ୍ତ୍ରୀ ଭାବରେ ହୀରାଙ୍କୁ ଏପରି ନିର୍ଯ୍ୟାତନା ଦେଉଥିବା ଜଣାପଡୁଛି। ଏ ସମସ୍ତ ଘଟଣା ଭଞ୍ଜନଗର ଏସଡିପିଓଙ୍କୁ ଅବଗତ କରାଯାଇଛି। ସେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ହୀରାଙ୍କ ପରିବାରଲୋକେ ଅତ୍ୟନ୍ତ ଗରିବ । ମୂଲ ଲାଗି ଚଳନ୍ତି । ହୀରାଙ୍କର ଚିକିତ୍ସା ନେଇ ଏବେ ସେମାନଙ୍କ ମନରେ ଅନେକ ପ୍ରଶ୍ନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.