୨୦୦୦ ଟଙ୍କିଆ ନୋଟ ଉଠାଇବାବେଳେ ଯୁବତୀଙ୍କ ଉପରକୁ ମାଡ଼ିଗଲା ମେଟ୍ରୋ ଟ୍ରେନ : ତା'ପରେ କଣ ହେଲା ଜାଣନ୍ତୁ

Published By : Prameya-News7 Bureau | March 13, 2019 IST

ଦିଲ୍ଲୀ ୧୩/୩ : ମଙ୍ଗଳବାର ଦିନ ଦିଲ୍ଲୀ ମେଟ୍ରୋ ଷ୍ଟେସନରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା | ଜଣେ ଯୁବତୀ ଏକ ୨୦୦୦ ଟଙ୍କିଆ ନୋଟ ଉଠାଇବା ପାଇଁ ମେଟ୍ରୋ ଧାରଣାକୁ ଓହ୍ଲାଇବାବେଳେ ମେଟ୍ରୋ ତାଙ୍କ ୱାପରେ ମାଡି ଯାଇଥିଲା | ଯୁବତୀଙ୍କ ଉପରୁ ମେଟ୍ରୋ ଚାଲିଯାଇଥିଲା କିନ୍ତୁ ଯୁବତୀଙ୍କର କିଛି ହୋଇନଥିଲା | ସୌଭାଗ୍ୟବଶତଃ ଯୁବତୀ ବଂଚି ଯାଇଥିଲେ | ଘଟଣା ଦ୍ୱାରିକା ଷ୍ଟେସନ ଠାରେ ଘଟିଥିଲା | ଯୁବତୀ ନିଜ ଉପସ୍ଥିତ ବୁଦ୍ଧି ବଳରେ ବଂଚି ଯାଇଥିଲେ | ଟ୍ରେନ ଆସୁଥିବା ଦେଖି ସେ ରେଳ ଧାରଣା ମଧ୍ୟରେ ଶୋଇ ପଡ଼ିଥିଲେ | ଯାହାଫଳରେ ତାଙ୍କ ଜୀବନ ବଂଚି ଯାଇଥିଲା |

{"id":93139}


ଘଟଣା ମଙ୍ଗଳବାର ସକାଳ ସାଢେ ୧୦ଟା ବେଳେ ଦ୍ୱାରିକା ଷ୍ଟେସନ ଠାରେ ଘଟିଥିଲା | ଘଟଣା ଦେଖି ଷ୍ଟେସନରେ ଉପସ୍ଥିତ ଲୋକେ ଆଚମ୍ବିତ ହୋଇଯାଇଥିଲେ | ପ୍ରତ୍ୟକ୍ଷଦର୍ଶୀ ପାଟି କରିଥିଲେ | ସେମାନେ ଭାବିଥିଲେ ଯୁବତୀ ଆଉ ବଂଚିବେ ନାହିଁ | ଲୋକଙ୍କ ପାଟି ଶୁଣି ଟ୍ରେନ ଡ୍ରାଇଭର ଟ୍ରେନ ଅଟକାଇ ଦେଇଥିଲେ | ଏହାପରେ ମେଟ୍ରୋ ଷ୍ଟେସନ କଣ୍ଟ୍ରୋଲର ଏବଂ ସିଆରପିଏଫ ସିଫ୍ଟ ଇନଚାର୍ଜ ଘଟଣାସ୍ଥଳରେ ପହଂଚି ଯାଞ୍ଚ କରିଥିଲେ | ୨୬ ବର୍ଷ ବୟସ୍କ ଯୁବତୀଙ୍କ ନାଁ ଚେତନା ଶର୍ମା |

{"id":93140}


ଦିଲ୍ଲୀ ମେଟ୍ରୋ ଅଧିକାରୀ କହିଛନ୍ତି, ମେଟ୍ରୋର ଦୁଇଟି କୋଚ ଯୁବତୀଙ୍କ ଉପରୁ ଯାଇଥିଲା | କିନ୍ତୁ ଯୁବତୀଙ୍କର କିଛି ବି ହୋଇନଥିଲା | ଟ୍ରେନ ଷ୍ଟେସନରେ ରହିଯିବ ପରେ ଯୁବତୀ ସୁରକ୍ଷିତ ଭାବେ ରେଳ ଧାରଣାରୁ ବାହାରି ଆସିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.