Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

‘ତୁମ ବାଥରୁମ୍ ଝରକାରେ ସବୁ ଦିଶୁଛି’, ମହିଳାଙ୍କୁ ଚିଠି ଲେଖିଲେ ଯୁବକ

26/07/2021 at 8:09 AM

ନୂଆଦିଲ୍ଲୀ ୨୬।୦୭: ବହୁ ସମୟରେ ଏପରି ହୋଇଥାଏ । କୌଣସି କାରଣରୁ ଘରେ ଲାଗିଥିବା ଝରକା ଭିତରେ କଣ ଅଛି, ତାହା ବାହାର ପଟୁ ଦେଖାଯାଇଥାଏ ।  ଏଭଳି ଏକ ରୋଚକ ମାମଲା ସାମ୍ନାକୁ ଆସିଛି । ଜଣେ ମହିଳା ଏକ ଚିଠି ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଚିଠିରେ ଲେଖାଥିଲା କି ଆପଣଙ୍କ ବାଥରୁମ୍‌ରେ ଲାଗିଥିବା ଝାରକାରେ ବାହାର ପଟୁ ସବୁ କିଛି ଦେଖାଯାଉଛି ।

ଡେଲି ମେଲ୍‌ର ରିପୋର୍ଟ  ଅନୁଯାୟୀ,  ଇଂଲଣ୍ଡର ଗ୍ରେଟର ମଞ୍ଚେଷ୍ଟର ଅଞ୍ଚଳରେ ଏହି ଘଟଣା । ସେଠାରେ ଏକ ୨୬ବର୍ଷୀୟ ମହିଳା ନିଜର କିଛି ସଂପର୍କୀୟଙ୍କ ସହ ରହୁଥିଲେ । ଗୋଟେ ଦିନ ତାଙ୍କୁ ଏକ ଚିଠି ମିଳିଲା । ଯାହାକୁ ପଢି ମହିଳାଙ୍କ ପାଦ ତଳୁ ମାଟି ଖସିଯାଇଥିଲା ।

ଚିଠିରେ ଯୁବତୀଙ୍କ ବାଥରୁମରେ ଲାଗିଥିବା ଝରକା ବିଷୟରେ ଲେଖାଥିଲା । ଜଣେ ଅଜଣା ବ୍ୟକ୍ତି ଏହି ଚିଠିକୁ ଲେଖିଥିଲେ । ସେଥିରେ ସେ କହିଥିଲେ କି, ଆପଣଙ୍କ ବାଥରୁମରେ ଲାଗିଥିବା ଝରକାରେ ବାହାର ପଟକୁ ସବୁ ଦେଖାଯାଉଛି । ଆପଣଙ୍କ ଆପଣଙ୍କ ବାଥରୁମରେ କିଛି ଲଗାଇବା ଦରକାର । ଏହି ପ୍ରସଙ୍ଗକୁ ନେଇ ମୁଁ ଆପଣଙ୍କ କବାଟ ବାଡେଇ ନିଜକୁ ଲଜ୍ଜିତ ହେବାକୁ ଚାହୁଁନାହିଁ, ଧନ୍ୟବାଦ ।

ସେହି ଅଜଣା ବ୍ୟକ୍ତି ଜଣଙ୍କ ଏହି ଚିଠିକୁ ସେହି ଯୁବତୀଙ୍କ ଘର କବାଟରେ ଲଗାଇଥିଲେ । ସେହି ଯୁବତୀ ଜଣଙ୍କ ପେଶାରେ ଜଣେ ସାମ୍ବାଦିକା । ସେ କିଛି ଦିନ ଘରର ନବୀକରଣ କାମ କରିଥିଲେ । ଏହି ସମୟରେ କିଛି ବାକି ରହିଯାଇଥିବା ଲାଗୁଛି । ଏଥିପାଇଁ ଏପରି ହୋଇଥାଇପାରେ ବୋଲି ଯୁବତୀ କହିଛନ୍ତି ।

ରିପୋର୍ଟରେ ଆହୁରି ଲେଖାଥିଲା କି, ମହିଳା ଜଣଙ୍କ କିଛି ଦିନ ହେଲା ଗ୍ରୀସରେ ଛୁଟି କାଟି ଫେରିଛନ୍ତି । ଏହି ସମୟରେ ତାଙ୍କୁ ଏହି ଚିଠି ମିଳିଛି । ଝରକାର ବାହାର ପଟକୁ ସବୁ ଦେଖାଯାଉଛି ବୋଲି ସେ ଜାଣିନାହାନ୍ତି । ତେବେ ସେ ୧୦ ଦିନର ଆଇସୋଲେସନରେ ରହିବା ପରେ ଏହାର ମରାମତି କରାଇଦେବେ ବୋଲି କହିଛନ୍ତି ।

   Related Posts