ସ୍ଵର୍ଗବାସୀ ପ୍ରେମିକର ଆତ୍ମାକୁ ବିବାହ କରିବାକୁ ଚାହୁଁଛନ୍ତି ମହିଳା, ମୁଦି ଦେଇ କଲେ ପ୍ରପୋଜ୍

Published By : Prameya-News7 Bureau | December 02, 2021 IST

ନୂଆଦିଲ୍ଳୀ ୦୨।୧୨ : କୁହାଯାଏ କି ପ୍ରେମରେ କୌଣସି ବୟସ ସୀମା ନଥାଏ । ଯେତେବେଳେ ପ୍ରେମ ହୁଏ କାହାକୁ ଜଣାପଡେ ନାହିଁ ।  କିନ୍ତୁ ଆମେ ଯେଉଁ ମହିଳାଙ୍କ ବିଷୟରେ କହୁଛୁ, ସେ ମଧ୍ୟ ପ୍ରେମରେ ପଡିଛନ୍ତି । ହେଲେ ସେ ମନୁଷ୍ୟ ପରିବର୍ତ୍ତେ ଏକ ଆତ୍ମାକୁ ବିବାହ କରିବାକୁ ଯାଉଛନ୍ତି । ବ୍ରିଟେନର ଅକ୍ସଫୋର୍ଡଶାୟାରରେ ରହୁଥିବା ବ୍ରୋକାର୍ଡ କହିଛନ୍ତି ଯେ ସେ ଏକ ଆତ୍ମାକୁ ଭଲ ପାଆନ୍ତି ଏବଂ ତାଙ୍କ ପ୍ରେମିକର ଆତ୍ମା ତାଙ୍କୁ ଏକ ହୀରାର ମୁଦି ସହିତ ପ୍ରପୋଜ ମଧ୍ୟ କରିଛନ୍ତି । ଖୁବ ଶୀଘ୍ର ଦୁହେଁ ବିବାହ ମଧ୍ୟ କରିବାକୁ ଯାଉଛନ୍ତି।

ବ୍ରୋକାର୍ଡ ଯେତେବେଳେ କହିଲେ କି ସେ ଜଣେ ଆତ୍ମାକୁ ପ୍ରେମ କରୁଛନ୍ତି ବୋଲି ସେତେବେଳେ ସେ ବହୁତ ଚର୍ଚ୍ଚାକୁ ଆସିଥିଲେ । ଯାହାକୁ ସୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହାକୁ ନେଇ ସେ ତାଙ୍କୁ ପୁରା କାହାଣି ବର୍ଣ୍ଣନା କରି କହିଥିଲେ କି ଏଡୱାର୍ଡୋ ବିଷୟରେ କହିଥିଲେ କି ତାଙ୍କୁ ପ୍ରାୟ ୩୫ ବର୍ଷ ବୟସ । ତାଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ ପ୍ରେମିକର ଆତ୍ମା ​​ତାଙ୍କୁ ଦେଖା କରିବାକୁ ମଧ୍ୟ ଆସେ । କିନ୍ତୁ ବ୍ରୋକର୍ଡଙ୍କୁ ଦେଖିବା ପରେ ତାଙ୍କ ଆତ୍ମା ପ୍ରେମରେ ପଡିଯାଇଥିଲା ଏବଂ ଉଭୟ ଏକ ବର୍ଷ ପାଇଁ ସମ୍ପର୍କରେ ରହିଲେ। ଏଡୱାର୍ଡୋଙ୍କ ଆତ୍ମା ​​ତାଙ୍କ ତକିଆ ନିକଟରେ ଏକ ହୀରା ମୁଦି ରଖିଥିଲେ। ଏହା ପରେ ବ୍ରୋକର୍ଡେ ସେହି ମୁଦି ପିନ୍ଧି ହଁ କହିଥିଲେ। ଯେତେବେଳେ ବ୍ରୋକର୍ଡ ଗଣମାଧ୍ୟମକୁ ନିଜର ପ୍ରେମ ବିଷୟରେ କହିଥିଲେ ହେଲେଏହି ସମୟରେ ସେ ଖୁବ୍‌ ରାଗି ଯାଇଥିଲେ । କାହିଁକି ନା ସେ ଚାହୁଁ ନଥିଲେ କି ଯେ ତାଙ୍କ ପ୍ରେମ କାହାଣୀ ସାମ୍ନାକୁ ଆସୁ। ଏହାପରେ ସେ ଖୁବ୍‌ ରାଗି ଯାଇଥିଲେ । ତାଙ୍କୁ ସେଠାରେ ଡକା ମଧ୍ୟ ଯାଇଥିଲା ହେଲେ ସେ ଆସିବାକୁ ମନା କରି ଦେଇଥିଲେ । କିନ୍ତୁ ବର୍ତ୍ତମାନ ଉଭୟ ବିବାହ ପରେ ଏକାଠି ରହିବାକୁ ମଧ୍ୟ ଯୋଜନା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.