Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ସ୍ବାମୀ ସମ୍ମୁଖରେ ମହିଳାଙ୍କୁ ଦୁଷ୍କର୍ମ କଲା ସ୍ବାମୀଙ୍କ ସାଙ୍ଗ, ବିରୋଧ କରିବାରୁ ନିସ୍ତୁକ ମାଡ ମାରିଲା ସ୍ବାମୀ

25/06/2019 at 2:46 PM

ରାଜନଗର ୨୫|୬: ସ୍ବାମୀ ସମ୍ମୁଖରେ ସ୍ତ୍ରୀକୁ ଦୁଷ୍କର୍ମ କଲା ସାଙ୍ଗ । ବିରୋଧ କରିବାରୁ ମହିଳାଙ୍କୁ ନିସ୍ତୁକ ମାଡ ମାରିଲା ସ୍ବାମୀ । ପୀଡିତା ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଥିବା ବେଳେ ଘଟଣାର ୫ ଦିନ ପରେ ମଧ୍ୟ ପୋଲିସ ଚୁପ୍ ହୋଇ ବସିଛି । 

କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ କଣ୍ଡିରା ବଳରାମପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁସାରେ ଗତ ୨୦ ତାରିଖ ଗୁରୁବାର ବିଳମ୍ବିତ ରାତିରେ ବଳରାମପୁର ଗାଁର ପ୍ରଭାତ ମଳିକ ଏବଂ ତାଙ୍କ ପତ୍ନୀ ଘରେ ଶୋଇଥିଲେ । ରାତି ପ୍ରାୟ ୧ଟା ୩୦ ସମୟରେ ପ୍ରଭାତଙ୍କ ସ୍ତ୍ରୀ ଜାଣିବାକୁ ପାଇଲେ ତାଙ୍କ ସହିତ ଖରାପ ବ୍ୟବହାର କରାଯାଉଛି । ନିଦ ଭାଙ୍ଗିଲା ବେଳକୁ ଦେଖିଥିଲେ ତାଙ୍କ ସ୍ବାମୀ  ପାଖରେ ଉପସ୍ଥିତ ଥିବା ବେଳେ ସେହି ଗାଁର ବ୍ରଜ ମଳିକ ତାଙ୍କ ସହିତ ଦୁର୍ଷ୍କମ କରୁଛନ୍ତି । ଏହାର ପ୍ରତିବାଦ କରିବାରୁ ସ୍ବାମୀ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ । ଫଳରେ ବ୍ରଜ ଚମ୍ପଟ ମାରିଥିଲେ । ପୀଡିତାଙ୍କ  ଚିତ୍କାର ଶୁଣି ଶାଶୁ ଘର ଲୋକେ  ଘଟଣା ସ୍ଥଳରେ ପହଞ୍ଚି ସ୍ବାମୀ ପ୍ରଭାତକୁ ମାଡ ମଧ୍ୟ ମାରିଥିଲେ । ଏହା ପରେ ଶାଶୁ ଘର ଲୋକେ କିଛି ସମାଧାନ ନକରିବାରୁ ପୀଡିତା ଶନିବାର ଦିନ ରାଜନଗର ଥାନରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ପାଇଁ ଆକୁଳ ନିବେଦନ କରିଛନ୍ତି ।

ସଭ୍ୟ ସମାଜରେ ଏଭଳି ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବୁଦ୍ଧିଜୀବିମାନେ । ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ କଠୋର ଦଣ୍ଡ ବିଧାନ ପାଇଁ ଦାବି କରିଛନ୍ତି । ଅପରପକ୍ଷରେ ରାଜନଗର ପୋଲିସ କେସ୍ ନଂ ୧୦୩/୧୯ରେ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ବିଫଳ ହୋଇଛି । ଥାନା ଅଧିକାରୀ ତପନ କୁମାର ନାୟକ କହିଛନ୍ତି ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ।

ଏହି ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚ।ର ବିଷୟ ପାଲଟିଥିବା ବେଳେ ପୋଲିସ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାର କଥା । 

   Related Posts