Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଅପହରଣ କରି ୧୪ ବର୍ଷ ଯାଏଁ ଦୁଷ୍କର୍ମ: ଯୁବକ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ୩ ସନ୍ତାନର ମା’

4/07/2021 at 8:13 PM

ଗୁରୁଃଗ୍ରାମ ୦୪/୦୭ : ହରିୟାଣାରେ ଜଣେ ମହିଳାଙ୍କୁ ଅପହରଣ କରି ୧୪ ବର୍ଷ ଯାଏଁ ଦୁଷ୍କର୍ମ କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ପୀଡିତା ମହିଳା ବର୍ତ୍ତମାନ ୩ ଶିଶୁର ମା’। ପୋଲିସ ମହିଳାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜ୍ଜୁ କରି ଯାଞ୍ଚ କରୁଛି। ପୋଲିସ ସୂଚନା ଅନୁଯାୟୀ, ହରିୟାଣା ଜିନ୍ଦ ଜିଲ୍ଲାରେ ଜଣେ ମହିଳା ଜଣ ଯୁବକ ବିରୋଧରେ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ମହିଳା ଜଣକ କହିଛନ୍ତି ଯେ ଯୁବକ ତାଙ୍କୁ ଅପହରଣ କରି ୧୪ ବର୍ଷ ଯାଏଁ ଦୁଷ୍କର୍ମ କରିଛନ୍ତି।

ପୋଲିସ ଅନୁଯାୟୀ, ଉତ୍ତର ପ୍ରଦେଶ ମଉ ଜିଲ୍ଲା ବାସିନ୍ଦା ୨୮ ବର୍ଷୀୟ ମହିଳା ଅଭିଯୋଗ କରିଛନ୍ତି ଯେ ୨୦୦୭ ମସିହାରେ ବିହାର ଚମ୍ପାରଣର ଯୁବକ ସୁମନ ତାଙ୍କୁ ଅପହରଣ କରି ଜିନ୍ଦ ନରବାନା ସ୍ଥିତ ଭଗତ ସିଂହ କଲୋନୀକୁ ନେଇ ଯାଇଥିଲେ। ସେବେଠାରୁ ସେ ତାଙ୍କର ଯୌନ ଶୋଷଣ କରୁଥିଲେ। ମହିଳାଙ୍କ ଅଭିଯୋଗ କ୍ରମେ ନରବାନା ପୋଲିସ ଅଭିଯୁକ୍ତ ବିରୋଧରେ ଅପହରଣ, ଯୌନ ଶୋଷଣ ଓ ବନ୍ଧକ କରି ରଖିଥିବା ଧାରା ଅନୁଯାୟୀ ମାମଲା ରୁଜ୍ଜୁ କରିଛି। ମହିଳା କହିଛନ୍ତି ଯେ ଅଭିଯୁକ୍ତ ସୁମନ ତାଙ୍କୁ ବିବାହ କରିନି ଏବଂ ତାଙ୍କର ୩ ସନ୍ତାନ ମଧ୍ୟ ଅଛନ୍ତି। ପୋଲିସ ମାମଲାର ଯାଞ୍ଚ କରୁଛି।

   Related Posts