Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ନାଳରୁ ଛାତ୍ର ନିଖୋଜ ଘଟଣା, ୧୮ଘଣ୍ଟା ପରେ ମିଳିଲା ଜ୍ୟୋତିଙ୍କ ମୃତଦେହ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୧୦ କୋଭିଡ୍ ପଜିଟିଭ୍
  • ||
  • ବାରବାଟୀରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି୨୦ ! ବିସିସିଆଇ ଆପେକ୍ସ ବୈଠକରେ ଲାଗିପାରେ ମୋହର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୬ ମୃତ
  • ||
  • ଭିସୁଟର କୂଳପତି ସମେତ ୨ଛାତ୍ର କୋଭିଡ଼ ପଜିଟିଭ, ସଂଗରୋଧରେ ସମସ୍ତେ
  • ||
  • ବିଦ୍ୟାଭାରତୀଙ୍କର ମିଛଧରା ପରୀକ୍ଷା ଆଜି, ବାହାରିବ କି ସତ ?
  • ||
  • ରାଜଧାନୀ ନାଳରେ ନାବାଳକ ଭାସିଯିବା ଘଟଣା : ଏବେସୁଦ୍ଧା ମିଳିନି ପତ୍ତା, ଉଦ୍ଧାରକାର୍ଯ୍ୟ ଜାରି
  • ||

ଲାଲ କିଲ୍ଲା ନିକଟସ୍ଥ ପାର୍କରେ ମହିଳାଙ୍କୁ ଦୁଷ୍କର୍ମ, ବିରୋଧ କରିବାରୁ ମୁଣ୍ଡକୁ ପଥରରେ ଛେଚିଦେଲା ଅଭିଯୁକ୍ତ

29/07/2020 at 4:12 PM

ନୂଆଦିଲ୍ଲୀ ୨୯/୦୭ : ଉତ୍ତର ଦିଲ୍ଲୀ ଲାଲ କିଲ୍ଲା ନିକଟସ୍ଥ ପାର୍କରେ ଜଣେ ୨୩ ବର୍ଷ ବୟସ୍କ ମହିଳାଙ୍କୁ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଛି | ଅଭିଯୁକ୍ତକୁ ଗିରଫ କରାଯାଇଛି | ମଙ୍ଗଳବାର ଦିନ ପୋଲିସ କହିଛି ଯେ ଉଭୟ ପୀଡିତା ମହିଳା ଓ ଅଭିଯୁକ୍ତ ବେସାହାରା ଏବଂ ପରସ୍ପରକୁ ଜାଣିଥିଲେ | ଘଟଣା ଶନିବାର ଦିନ ଘଟିଛି |

ପୋଲିସ କହିବାନୁଯାୟୀ, ଶନିବାର ଦିନ ଜଣେ ବ୍ୟକ୍ତି ମହିଳାଙ୍କ ମୁଣ୍ଡରୁ ରକ୍ତସ୍ରାବ ହେଉଥିବା ଦେଖି ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ସୂଚନା ଦେଇଥିଲେ | ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ହସ୍ପିଟାଲ ନେଇଯାଇଥିଲା | ମହିଳା ଡାକ୍ତରଙ୍କୁ ସମସ୍ତ ଘଟଣା ସମ୍ପର୍କରେ କହିଥିଲେ | ମହିଳା ପୋଲିସକୁ କହିଥିଲେ ଅଭିଯୁକ୍ତ ତାଙ୍କ ସହିତ ଦୁଷ୍କର୍ମ କରିଥିଲା ଏବଂ ବିରୋଧ କରିବାରୁ ତାଙ୍କ ମୁଣ୍ଡକୁ ପଥରରେ ଆଘାତ କରିଥିଲା | ଅଭିଯୁକ୍ତ ତାଙ୍କ ଝିଅକୁ ଅପହରଣ କରିନେଇଥିବା ମହିଳା ପୋଲିସକୁ କହିଛନ୍ତି | ପୋଲିସ ବହୁ ଖୋଜାଖୋଜି ପରେ ମହିଳାଙ୍କ ଶିଶୁକୁ ଉଦ୍ଧାର କରିଥିଲା |

   Related Posts