କଟକରେ ଏଟିଏମ୍ ଭିତରେ ସଟର ବନ୍ଦ କରି ମହିଳାଙ୍କୁ ଦୁଷ୍କର୍ମ : ସିକ୍ୟୁରିଟି ଗାର୍ଡ ଓ ଦୁଇ ସହଯୋଗୀ ଅଟକ
19/11/2018 at 7:04 PM

କଟକ ୧୯|୧୧: କଟକ ମାଲଗୋଦାମ ଥାନା ଅଧିନରେ ଥିବା ଏକ ଏଟିଏମରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ କରିଛନ୍ତି ପୀଡିତା ମହିଳା । ମହିଳାଙ୍କ ଏତଲା ଆଧାରରେ ମାଲଗୋଦାମ ଥାନା ପୋଲିସ ତଦନ୍ତ କରି ଏଟିଏମର ସିକ୍ୟୁରିଟି ଗାର୍ଡ ଓ ତାଙ୍କର ଜଣେ ସହଯୋଗୀଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଶନିବାର ବିଳମ୍ବିତ ରାତିରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କୁ ଟେକି ନେଇ ମାଲଗୋଦାମ ଅଞ୍ଚଳରେ ଥିବା ଏଟିଏମ୍ ଭିତରେ ପୁରାଇ ସଟର ବନ୍ଦ କରି ଦୁଷ୍କର୍ମ କରିଥିବା ନେଇ ମହିଳା ଜଣକ ଅଭିଯୋଗ କରିବା ପରେ ପୋଲିସ ଆରମ୍ଭ କରିଥିଲା ତନାଘନା । ଅଭିଯୋଗ ମୁତାବକ ଅଭିଯୁକ୍ତକୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଥିବା ବେଳେ ଆଜି ଉଭୟ ପୀଡିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଥିବା କହିଛନ୍ତି ଡିସିପି ।