ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ଫିଙ୍ଗି ଦେଲେ, ରେଳ କାରଖାନା ନିକଟରୁ ଉଦ୍ଧାରକଲା ପତିତ ଉଦ୍ଧାର ସମିତି

Published By : Prameya-News7 Bureau | December 09, 2020 IST

ଭୁବନେଶ୍ଵର ୦୯।୧୨: ଭୁବନେଶ୍ୱରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମ କରି  ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ନିକଟରେ ଫିଙ୍ଗି ଦେଇଥିବା ସୂଚନା ମିଳିଛି। ପୀଡିତଙ୍କୁ ଉଦ୍ଧାର କରି ପତିତ ଉଦ୍ଧାର ସମିତି ଚିକିତ୍ସା ପାଇଁ ହସ୍ପିଟାଲ  ସ୍ଥାନାନ୍ତର କରିଛି।

ଉଦ୍ଧାର ଯୁବତୀ ମାନସିକ ବିକାରଗସ୍ତ ହୋଇଥିବା ଜଣା ପଡିଛି। ଏହି ସୁଯୋଗରେ ବଦମାସମାନେ ତାଙ୍କ ସହ ଘୃଣିତ କାର୍ଯ୍ୟ କରିବାକୁ ପଛାଇ ନାହାନ୍ତି। ଏହି ଘଟଣାରେ ଏକାଧିକ ଲୋକ ସାମିଲ ଥିବା ସନ୍ଦେହ କରାଯାଉଛି। ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ନିକଟରେ ଯୁବତୀଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏହାର ସୂଚନା ପାଇ ପତିତ ସମିତି ଘଟଣାସ୍ଥଳରେ ପହଞ୍ଚି ପୀଡିତ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ଏଥିସହ ଚିକିତ୍ସା ପାଇଁ ହସ୍ପିଟାଲ ସ୍ଥାନାନ୍ତର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.