Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ରୁଷିଥିବା ସ୍ବାମୀଙ୍କୁ ଖୋଜିବାକୁ ସହରକୁ ଆସିଥିଲେ ପତ୍ନୀ, ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ କଲେ ୬ ନର ପିଶାଚ

9/10/2021 at 7:09 PM

ବର୍ଦ୍ଧମାନ ୦୯/୧୦ : ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ପରେ ରାଗିଯାଇ ଘରୁ କେଉଁଆଡେ ଚାଲିଯାଇଥିଲେ ସ୍ବାମୀ । ପଛେ ପଛେ ପତ୍ନୀ ଖୋଜିବାକୁ ବାହାରି ପଡିଥିଲେ । କିନ୍ତୁ କିଏ ଜାଣିଥିଲା କିଛି ମଣିଷ ରୂପୀ ପିଶାଚ ତାଙ୍କ ସହିତ ଜଘନ୍ୟ ବ୍ୟଭିଚାର କରିବେ ବୋଲି । ପଶ୍ଚିମବଙ୍ଗର ବର୍ଦ୍ଧମାନ ସହରରେ ଘଟିଛି ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଯାହାକି ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ୨୫ ବର୍ଷୀୟା ବିବାହିତାଙ୍କ ସହିତ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ୬ ଜଣ ଦୁର୍ବୁତ୍ତ ତାଙ୍କୁ ରାସ୍ତା କଡରୁ ଜୋରଜବରଦସ୍ତ ଉଠାଇନେଇ ଏକ ନିଛାଟିଆ ସ୍ଥାନରେ ଗଣଦୁଷ୍କର୍ମ କରିଛନ୍ତି । ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବର୍ଦମାନ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିଲେ ବି ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି ।

ଘଟଣାରୁ ପ୍ରକାଶ ଯେ, ଗତ ଗୁରୁବାର ସକାଳେ ବର୍ଦମାନ ହସ୍ପିଟାଲ ନିକଟ ରାଜ୍‌ କଲେଜ୍‌ ଗେଟ ସାମ୍ନାରେ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ପଡିଥିବାର ସ୍ଥାନୀୟ କିଛି ଲୋକେ ଦେଖିଥି​‌ଲେ । ପରେ ସେମାନେ ପୋଲିସକୁ ଏ ନେଇ ସୂଚନା ଦେଇଥିଲେ । ମହିଳାଜଣକ ଗୁରୁତର ହୋଇପଡିଥିବାରୁ ପୋଲିସ ଆସିବା ପୂର୍ବରୁ ହିଁ ସ୍ଥାନୀୟ କିଛି ବ୍ୟକ୍ତି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି ।

ପୋଲିସକୁ ପୀଡିତା ଦେଇଥିବା ବୟାନ ଅନୁଯାୟୀ, ଘରୋଇ କଳହରୁ ତାଙ୍କ ସ୍ବାମୀ ଘର ଛାଡି ଚାଲିଯାଇଥିଲେ । ଦୀର୍ଘ ସମୟ ଧରି ନଆସିବାରୁ ସେ ଖୋଜାଖୋଜି କରିବାକୁ ବାହାରିପଡିଥିଲେ । ମହିଳାଜଣକ ଖୋଜିଖୋଜି ବର୍ଦମାନ ଚାଲିଆସିଥିଲେ । କାରଣ ତାଙ୍କ ସ୍ବାମୀ ବର୍ଦମାନରେ ରହି କାମ କରୁଥିଲେ । ଅନେକ ଲୋକଙ୍କୁ ପଚରାଉଚରା କରିବା ପରେ ବି କେହି କିଛି କହିପାରିନଥିଲେ । ବୁଧବାର ଦିନ ତମାମ ଖୋଜିବା ପରେ ସନ୍ଧାନ ନପାଇ ଏକ ସ୍ଥାନରେ ବସିଥିଲେ । ତାଙ୍କ ନିକଟରେ ଆଉ ଜଣେ ମହିଳା ମଧ୍ୟ ବସିଥିଲେ ସେଥିପାଇଁ ସେ ତାଙ୍କ ନିକଟରେ ବସିଥିଲେ । ଏତିକି ବେଳେ ୬ ଜଣ ବ୍ୟକ୍ତି ଆସି ତାଙ୍କୁ ଏକ ଗାଡିରେ ଜୋରଜବରଦସ୍ତ ଉଠାଇ ନେଇଥିଲେ । ନିକଟରେ ବସିଥିବା ମହିଳା ସେମାନଙ୍କୁ ଅଟକାଇଥିଲେ ସୁଦ୍ଧା ସଫଳ ହୋଇନଥିଲେ ।

ଅଭିଯୁକ୍ତମାନେ ମହିଳାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ତାଙ୍କୁ ମାଡ ମଧ୍ୟ ମାରିଥିବା ସେ କହିଛନ୍ତି । ପରେ ସେମାନେ ଗାଡିରେ ଆଣି ଗୁରୁତର ଅବସ୍ଥାରେ ଫିଙ୍ଗିଦେଇ ଚାଲିଯାଇଥିଲେ । ଉଦ୍ଧାର ପାଇଁ ନେହୁରା ହେଉଥିଲେ ବି ଆଖପାଖରେ କେହି ନଥିଲେ । ପରେ କିଛି ମହିଳାଙ୍କ ସହଯୋଗରେ ତାଙ୍କୁ ହସ୍ପିଟାଲ​‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା କରାଯାଇ କିଛି ମାତ୍ରାରେ ସୁସ୍ଥ ହେବାପରେ ପୋଲିସ ତାଙ୍କ ବୟାନ ରେକର୍ଡ କରିଥିଲା ।

ଘଟଣାକୁ ନେଇ ପୋଲିସ କହିଛି ଯେ, ବର୍ତ୍ତମାନ ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଗାଡି ଚାଳକ ଘଟଣାରେ ସଂପୃକ୍ତ ଥିବା ଏସ୍‌ପି କଲ୍ୟାଣ ସିହ୍ନା କହିଛନ୍ତି । ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ମହିଳାଙ୍କ ବୟାନକୁ ଆଧାର କରି ଯାଞ୍ଚ ଜାରି ରଖିଛି ପୋଲିସ ।

   Related Posts