ଚାକିରୀ କରାଇଦେବା ନାଁରେ ୫ବର୍ଷଧରି ମହିଳାଙ୍କୁ ଦୁଷ୍କର୍ମ କରୁଥିଲେ ବାପା ଓ ପୁଅ

Published By : Prameya-News7 Bureau | December 24, 2018 IST

ଲକ୍ଷ୍ନୌ ୨୪|୧୨: ଲକ୍ଷ୍ନୌ ଗୋମତିନଗରର ଜଣେ ମହିଳାଙ୍କୁ ଶିକ୍ଷା ବିଭାଗରେ ଚାକିରୀ କରାଇଦେବାକୁ କହି ୫ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ତାଙ୍କଠାରୁ ୧୫ଲକ୍ଷ ଟଙ୍କା ମଧ୍ୟ ଠକି ନେଇଥିବା ପୀଡିତା ମହିଳା ଅଭିଯୋଗ କରିଛନ୍ତି । ଏହାପରେ ମଧ୍ୟ ଚାକିରୀ ନମିଳିବା ଏବଂ ଟଙ୍କା ଫେରସ୍ତ ନମିଳିବାରୁ ପୀଡ଼ିତା ପୋଲିସର ଦ୍ବାରସ୍ଥ ହୋଇଛନ୍ତି ।

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ପୋଲିସ ମହିଳା ଥାନାରେ ଅଭିଯୁକ୍ତ ଓ ତାଙ୍କ ପୁଅ ବିରୋଧରେ ଯୌନ ନିର୍ଯାତନା ଏବଂ ଧମକାଇବା ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଛାନଭିନ ଜାରି ରଖିଛି ।

ସୂଚନା ଅନୁସାରେ ୪ବର୍ଷ ପୂର୍ବରୁ ଗୋମତିନଗର ବାସିନ୍ଦା ପୀଡ଼ିତା ମହିଳାଙ୍କର ଇନ୍ଦିରାନଗରର ଫରିଦନଗର ନିବାସୀ ଡକ୍ଟର ଜୟପ୍ରସାଦ ସିଂହଙ୍କ ସହ ସାକ୍ଷାତ ହୋଇଥିଲା । କଥାବାର୍ତ୍ତା ସମୟରେ ଜୟ ପୀଡିତା ମହିଳାଙ୍କୁ ଶିକ୍ଷା ବିଭାଗରେ ଚାକିରୀ କରାଇଦେବାକୁ କହିଥିଲେ । ଏହାପରେ ତାଙ୍କୁ ଫସାଇ ଯୌନ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ । ଏହା ଭିତରେ ଚାକିରୀ କରାଇଦେବା ପାଇଁ ୧୫ଲକ୍ଷ ଟଙ୍କା ଦେବା ପାଇଁ କହିଥିଲେ । ଚାକିରୀ ପାଇବା ପ୍ରଲୋଭନରେ ମହିଳା ଜଣଙ୍କ କୌଣସି ପ୍ରକାରରେ ୧୫ଲକ୍ଷ ଟଙ୍କା ଯୋଗାଡ କରି ଦେଇଥିଲେ । ମାତ୍ର କିଛି ଦିନ ବିତିଯାଇଥିଲେ ମଧ୍ୟ ମହିଳାଙ୍କର ଚାକିରୀ ହୋଇନଥିଲା । ଏପଟେ ଅଭିଯୁକ୍ତ ମଧ୍ୟ ଧରାଛୁଆଁ ଦେଉନଥିଲେ । ଅଭିଯୁକ ଜଣଙ୍କ ଠକେଇ କରିଥିବା ଅନୁଭବ କଲା ପରେ ପୀଡିତା ମହିଳା ତାଙ୍କ ଘରକୁ ଯାଇଥିଲେ ଟଙ୍କା ମାଗିବା ପାଇଁ । ଜୟପ୍ରସାଦଙ୍କ ଘରେ ଯେତେବେଳେ ମହିଳା ଜଣଙ୍କ ପହଞ୍ଚିଥିଲେ ସେ ଏବଂ ତାଙ୍କ ପୁଅ ମିଶି ଅଭଦ୍ରାମି କରିବା ସହ ଧମକାଇ ଘରୁ ବାହାର କରିଦେଇଥିଲେ ।

ପୀଡିତା ମହିଳାଙ୍କ ଅଭିଯୋଗ ଅନୁସାରେ ଜୟପ୍ରସାଦ ତାଙ୍କୁ ଶିକ୍ଷା ବିଭାଗରେ ଚାକିରି ଦେବା ପାଇଁ ଭରସା ଦେଇଥିଲେ । ଅଧିକାରୀମାନଙ୍କ ସହ ଦେକାକରାଇବା ବାହାନାରେ ସହରଠୁ ବାହାରକୁ ନେଇଯାଉଥିଲା । ସେଠାରେ ଅଭିଯୁକ୍ତ ତାଙ୍କ ସହ ଦୁଷ୍କର୍ମ କରୁଥିଲା । ବିରୋଧ କରିବାରୁ ଚାକିରି ହେବନାହିଁ ବୋଲି ଧମକ ଦେଉଥିଲେ । ଲୋକଲଜ୍ଜା ଡରରେ ମହିଳା ଜଣଙ୍କ ମଧ୍ୟ ଚୁପ୍ ରହିୁଥିଲେ । ଏ ଭିତରେ ଜୟରପ୍ରସାଦଙ୍କ ପୁଅ ମଧ୍ୟ ମହିଳାଙ୍କ ସହ ଦୁଷ୍କର୍ମ କରିବାରେ ଲାଗିଲା । ଏଭଳି ୫ବର୍ଷ ପର୍ଯ୍ୟନ୍ତ ମହିଳାଙ୍କ ସହ ଯୌନ ଶୋଷଣ କରୁଥିଲେ । ବିଭିନ୍ନ ସମୟରେ ମହିଳାଙ୍କଠାରୁ ୧୫ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ । ଚାକିରି ନମିଳାରୁ ମହିଳା ଜଣଙ୍କ ଅଭିଯୁକ୍ତ ବାପା ଓ ପୁଅଙ୍କୁ ଟଙ୍କା ଫେରାଇବା ପାଇଁ କହିବାରୁ ବାପା ଓ ପୁଅ ମିଶି ମହିଳାଙ୍କୁ ଧମକାଇଥିଲେ । କିଛି ଉପାୟ ନପାଇ ମହିଳା ଜଣଙ୍କ ଥାନାର ଦ୍ବାରସ୍ଥ ହୋଇଥିଲେ । ମହିଳା ଥାନା ପୋଲିସ ମାମଲା ଦାୟର କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.