ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ! ଚିଙ୍ଗୁଡି ଫ୍ୟାକ୍ଟ୍ରିରେ କାମ କରାଇଦେବାକୁ କହି ନେଇଯାଇଥିଲେ ଦୁଇ ଯୁବକ

Published By : Prameya-News7 Bureau | November 12, 2019 IST

ନୀଳଗିରି ୧୨।୧୧: ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ବାଇଗଡିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମହିଳାଙ୍କୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

{"id":182933}

ପୀଡିତା ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଗାଁର ଜଣେ ଯୁବକ ଆସି ତାଙ୍କୁ ଏକ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ କାମ କରାଇଦେବାକୁ କହି ଅନ୍ୟ ଦୁଇ ଯୁବକଙ୍କ ସହ ଯିବା ପାଇଁ କହିଥିଲେ । ସଂପୃକ୍ତ ଦୁଇ ଯୁବକ ତାଙ୍କୁ ବାଇକ୍‌ରେ ନେଇଯାଇଥିଲେ । ଏକ ନିଛାଟିଆ ସ୍ଥାନରେ ଗାଡି ରଖି ତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ପୀଡିତା ମହିଳା କହିଛନ୍ତି । କାହାକୁ କିଛି କହିଲେ ଜୀବନରୁ ମାରିଦେବାକୁ ଉଭୟ ମହିଳାଙ୍କୁ ଧମକ ଦେଇଥିଲେ । ପରେ ଉଭୟ ଯୁବକ ତାଙ୍କୁ ସେଠାରେ ଛାଡି ବାଇକ୍ ନେଇ ସେହି ସ୍ଥାନ ଛାଡି ଫେରାର ହୋଇଯାଇଥିଲେ ।

{"id":182934}

ଦୁଇ ଅଭିଯୁକ୍ତ ଖନ୍ତାପଡା ଅଂଚଳର ବୋଲି ଜଣାପଡିଛି । ପୀଡିତାଙ୍କୁ ନେଇ ନୀଳଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି ତିନୋଟି ସ୍ବୟଂ ସହାୟକ ଗୋଷ୍ଠୀ । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.