Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ରକ୍ଷକ ସାଜିଲା ଭକ୍ଷକ ; ୬୫ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ସିକ୍ୟୁରିଟି ଗାର୍ଡ ଗିରଫ

9/11/2021 at 8:35 PM

ମୁମ୍ବାଇ ୦୯/୧୧ : ମହାରାଷ୍ଟ୍ରର ଥାଣେ ସହରରେ ଏକ ହାଉସିଂ ସୋସାଇଟିରେ କାର୍ଯ୍ୟରତ ୨୫ ବର୍ଷୀୟ ସୁରକ୍ଷା କର୍ମୀ ତାଙ୍କ ଫ୍ଲାଟରେ ୬୫ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଗିରଫ କରିଛି। ସୋମବାର ଜଣେ  ପୋଲିସ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି।

ଅଭିଯୁକ୍ତ ଜଣକ ପାଣି ପିଇବା ବାହାନା କରି ପୀଡିତାଙ୍କ ଫ୍ଲାଟରେ ପ୍ରବେଶ କରିଥିଲା। ତେବେ ଘରେ କେହି ନଥିବାର ସୁଯୋଗ ନେଇ ଜୋରଜବରଦସ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିଲା । ପରେ ସିକ୍ୟୁରିଟି ଗାର୍ଡ ଗଣକ ସେଠାରେ ଫେରାର ହୋଇଯାଇଥିଲା । ଥାନେର ନୌପଡ଼ା ପୋଲିସର ଜଣେ ଅଧିକାରୀ କହିଛନ୍ତି, ପାଣି ପିଇବା ପାଇଁ ମାଗିବା ସହ ଘରେ କେହି ନଥିବାର ସୁଯୋଗ ନେଇ ପ୍ରବେଶ କରିବା ସହିତ ଅଭିଯୁକ୍ତ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିଥିଲା । ତେବେ ବର୍ତ୍ତମାନ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହା ସହିତ ଅଧିକ ତଦନ୍ତ ଜାରି ରହିଛି ।

   Related Posts