Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗଣଦୁଷ୍କର୍ମର ମାମଲା ରୁଜୁକରିବାକୁ ଯାଇ ପୋଲିସଙ୍କ ଦୁଷ୍କର୍ମର ଶିକାର ହେଲେ ପାକିସ୍ତାନୀ ମହିଳା

18/04/2019 at 6:05 PM

ଅହମଦପୁର ୧୮/୪: ପାକିସ୍ତାନରେ ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି। ଏଠାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ମହିଳାଙ୍କୁ ପୋଲିସ୍ ଅଧିକାରୀ ଦୁଷ୍କର୍ମ କରିଛନ୍ତି। ଦୁଷ୍କର୍ମ ସମ୍ପର୍କରେ ପଚରାଉଚରା ପାଇଁ ପୋଲିସ୍ ଅଧିକାରୀଜଣକ ମହିଳାଙ୍କୁ ନିଜ ଘରକୁ ଡାକିଥିଲେ।

ପାକିସ୍ତାନର ମିଡିଆ ଅନୁସାରେ ଉଞ୍ଚ ଶରିଫ ସହରରେ ରହୁଥିବା ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ପୋଲିସ୍ ଅଧିକାରୀ ତାଙ୍କୁ ପଚାରାଉଚରା ବାହାନାରେ ନିଜ ଘରକୁ ଡକାଇଥିଲେ ଏବଂ ଏହାପରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ପୋଲିସ୍ ଅଧିକାରୀ ଜଣକ ଏହାର ଭିଡିଓ ମଧ୍ୟ କରିଥିଲେ। ଭିଡିଓ କରିବା ପରେ ଅଭିଯୁକ୍ତ ପୋଲିସ୍ ତାଙ୍କୁ ଏହି କଥା କାହା ଆଗରେ ନକହିବାକୁ ଧମକ ଦେଇଥିଲେ।

ମିଡିଆ ରିପୋର୍ଟରେ କୁହାଯାଇଛି ୨ଜଣ ଲୋକଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ଜଣକ ଅହମଦପୁର ଇଷ୍ଟ ପୋଲିସ୍ ଷ୍ଟେସନରେ ମାମଲା ରୁଜୁ କରିଥିଲେ।

   Related Posts