Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ସ୍ଵାମୀ ଆଗରେ ସ୍ତ୍ରୀକୁ କଲେ ଦୁଷ୍କର୍ମ, ପାଟି କରିବାରୁ ମାରିଦେବାକୁ ଦେଲେ ଧମକ

16/03/2019 at 7:21 PM

କନୌଜ ୧୬/୩- ରାତି ଅଧରେ ଘରେ ପଶି ସ୍ଵାମୀ ଆଗରେ ସ୍ତ୍ରୀକୁ କଲେ ଦୁଷ୍କର୍ମ । ପାଟି କରିବାରୁ ଜୀବନରୁ ମାରିଦେବାକୁ ଦେଲେ ଧମକ ।

ଏଭଳି ଅଭାବନୀୟ ଘଟଣା ଘଟିଛି କନୌଜରେ । ରାତିରେ ସ୍ଵାମୀ-ସ୍ତ୍ରୀ ପରିବାର ଲୋକଙ୍କ ସହ ଖାଇପିଇ ଶୋଇଥିଲେ । ରାତି ଅଧରେ କବାଟ ବାଡ଼େଇ କେହି ଡ଼ାକିଥିଲେ ବୋଲି କହିଛନ୍ତି ପୀଡ଼ିତାଙ୍କ ସ୍ଵାମୀ । ସେମାନେ କବାଟ ଖୋଲିବା ପରେ ଘରେ ଧସେଇ ପଶିଥିଲେ ।

ସ୍ଵାମୀଙ୍କ ଆଗରେ ସେମାନେ ସ୍ତ୍ରୀ ସହ କରିଥିଲେ ଦୁଷ୍କର୍ମ । ଏହାର ପ୍ରତିବାଦ କରିବାରୁ ମୁହଁରେ କପଡ଼ା ଦେଇ ସ୍ତ୍ରୀକୁ କରିଥିଲେ ଦୁଷ୍କର୍ମ । ସ୍ବାମୀଙ୍କୁ ମଧ୍ୟ ମାଡ଼ମାରି ଜୀବନରୁ ମାରିଦେବାକୁ ଦେଇଥିଲେ ଧମକ ।

ଏହି ଘଟଣାରେ ପରିବାରଲୋକଙ୍କୁ ମଧ୍ୟ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇ ଜଣେ ପରେ ଜଣେ କରିଥିଲେ ଅମାନୁଷିକ ଭାବେ ଦୁଷ୍କର୍ମ ।

ଏହି ଘଟଣାରେ ପୀଡ଼ିତାଙ୍କ  ସ୍ଵାମୀ ଥାନାରେ ଏତାଲା ଦେଇଥିଲେ । ପୋଲିସ ପୀଡ଼ିତାଙ୍କୁ ଡ଼ାକ୍ତରୀମାଇନା କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଜାରି କରିଛି ସ୍କେଚ୍ ।

ଏହି ଘଟଣାରେ ତନାଘନା କରୁଛି ପୋଲିସ। ଅପରାଧିଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସ କରିଛି ଛାନଭିନ ।

   Related Posts