ରକ୍ଷକ ସାଜିଲା ଭକ୍ଷକ : ଦୁଷ୍କର୍ମ ପରେ ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ୍ କଲା ପୋଲିସ୍ ,ସ୍ବାମୀଙ୍କୁ ମିଥ୍ୟା ମାମଲାରେ ଫସାଇ ଦେବାକୁ ଧମକ

Published By : Prameya-News7 Bureau | October 15, 2020 IST

ରାମପୁର ୧୫/୧୦: ସ୍ବାମୀଙ୍କ ଦୋକାନକୁ ଯିବା ଆସିବା କରି ମହିଳାଙ୍କୁ ଜଣେ ପୋଲିସ୍ ଟାର୍ଗେଟ୍ କରିଥିଲା ଏବଂ ଦୁଷ୍କର୍ମ ପରେ ଅଶ୍ଳୀଳ ଭିଡିଓ କରି ୬ମାସ ଯାଏଁ ବ୍ଲାକମେଲ୍ କରୁଥିଲା। ମାମଲା ଧୀରେ ଧୀରେ ଲୋକଲୋଚନକୁ ଆସିବାରୁ ଅଭିଯୁକ୍ତ ପୋଲିସ୍ ତାଙ୍କୁ ଧମକ ଦେଇଥିଲା ଯେ କାହାକୁ କିଛି କହିଲେ ତାଙ୍କ ସ୍ବାମୀଙ୍କୁ ମିଥ୍ୟା ମାମଲାରେ ଫସାଇ ଦେବ। ଏହି ଲଜ୍ଜାଜନକ ଘଟଣାଟି ଘଟିଛି ଉତ୍ତର ପ୍ରଦେଶର ରାମପୁର ଜିଲ୍ଲାରେ।

ରାମପୁର ପଟବାଇ ଥାନାର ପୋଲିସ୍ ବିରୋଧରେ ମହିଳା ବନ୍ଧୁକ ଦେଖାଇ ଦୁଷ୍କର୍ମ କରିବାର ଅଭିଯୋଗ କରିଛନ୍ତି। ପୀଡ଼ିତା ମହିଳା ନ୍ୟାୟ ପାଇଁ ପୋଲିସକୁ ଗୁହାରି କରିଛନ୍ତି। ଏହି ମାମଲାରେ ପୋଲିସ୍ ସବୁ ପଚାରି ବୁଝିଥିଲା ଏବଂ ଅଭିଯୁକ୍ତ ପୋଲିସ ଅମିତ କୁମାର ବିରୋଧରେ ପଟଓ୍ବାଇ ଥାନାରେ ମାମଲା ରୁଜୁ କରି ପୋଲିସ୍ ତଦନ୍ତ ଆରମ୍ଭ କରି ଦେଇଛି।

ପୀଡ଼ିତାଙ୍କ କହିବା ଅନୁସାରେ ପୋଲିସ୍ ଅମିତ କୁମାର ତାଙ୍କୁ ବନ୍ଧୁକ ଦେଖାଇ ଜବରଦସ୍ତି ଦୁଷ୍କର୍ମ କରିଥିଲା ଏବଂ ଏହା ପରେ ତାଙ୍କ ଅଶ୍ଳୀଳ ଭିଡିଓ କରି ତାଙ୍କୁ ବ୍ଲାକମେଲ୍ କରିଥିଲା ଏବଂ କହିଥିଲା ଯେ ଯଦି ସେ କାହାକୁ ଏବିଷୟରେ କହିବେ ତେବେ ସେ ତାଙ୍କ ସ୍ବାମୀଙ୍କ ବିରୋଧରେ ମିଥ୍ୟା କେସ୍ କରି ଫସାଇ ଦେବ।

ସାହସ ଜୁଟାଇ ପୀଡ଼ିତା ନିଜ ସ୍ବାମୀଙ୍କୁ ସବୁ କଥା କହିଥିଲେ। ଏହା ପରେ ତାଙ୍କ ସ୍ବାମୀ ତାଙ୍କୁ ନେଇ ପୋଲିସକୁ ଭେଟି ମାମଲା ରୁଜୁ କରିଥିଲେ। ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି।

ପଟଓ୍ବାଇ ଥାନା ଅଞ୍ଚଳରେ ଏକ ଗାଁରେ ପୀଡ଼ିତାଙ୍କ ସ୍ବାମୀଙ୍କ ବିଦ୍ୟୁତ୍ ଉପକରଣ ଦୋକାନ ରହିଛି ଏବଂ ଦୋକାନ ପଛରେ ତାଙ୍କ ଘର। ତାଙ୍କ ଦୋକାନକୁ ପଟଓ୍ବାଇ ଥାନାର ଜଣେ ପୋଲିସ୍ ଅମିତ କୁମାର ଜିନିଷ କିଣାକିଣି କରିବାକୁ ଆସୁଥିଲା। ସେତିକିବେଳେ ସେ ତାଙ୍କ ସ୍ତ୍ରୀ ଉପରେ ଖରାପ ନଜର ପକାଉଥିଲା। ଏହା ପରେ ସେ ଥରେ ସୁଯୋଗ ପାଇ ତାଙ୍କୁ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ପୀଡ଼ିତାଙ୍କ ଅଶ୍ଳୀଳ ଭିଡିଓ କରି ତାଙ୍କୁ ବ୍ଲାକମେଲ୍ ମଧ୍ୟ କରୁଥିଲା ଏବଂ ତାଙ୍କୁ ଧମକ ଦେଇଥିଲା ଯେ ଯଦି ସେ ଏକଥା କାହାକୁ କହିବେ ତେବେ ସେ ତାଙ୍କ ସ୍ବାମୀଙ୍କୁ ମିଥ୍ୟା କେସରେ ଫସାଇ ଦେବେ।

ପୀଡ଼ିତା ନିଜ ଦୁଃଖ ମିଡିଆ ସାମନାରେ କହିଥିଲେ ଯେ ପଟଓ୍ବାଇ ଥାନାର ଜଣେ ପୋଲିସ୍ ତାଙ୍କୁ ଦୁଷ୍କର୍ମ କରିଥିଲା। ଯେତେବେଳେ ସେ ତାଙ୍କ ଘରେ ଶୋଇଥିଲେ ସେତେବେଳେ ଘର ପଛରୁ ପୋଲିସ୍ ଘର ଭିତରେ ପଶି ଯାଇଥିଲା ଏବଂ ତାଙ୍କ ଅଶ୍ଳୀଳ ଫଟୋ ଉଠାଇ ତାଙ୍କୁ ବ୍ଲାକମେଲ୍ କରିଥିଲା। ଏହା ପରେ ତାଙ୍କ ଛାତିରେ ବନ୍ଧୁକ ରଖି ତାଙ୍କୁ ଦୁଷ୍କର୍ମ କରିଥିଲା।

ପୀଡ଼ିତା କହିଥିଲେ ଯେ ୬/୭ମାସରୁ ତାଙ୍କ ସହ ଏପରି ହୋଇ ଆସୁଛି। ୨ଦିନ ତଳେ ତାଙ୍କ ସ୍ବାମୀ ଏହା ଦେଖି ନେଇଥିଲେ। ପୋଲିସ ଅଧୀକ୍ଷକଙ୍କ କହିବା ଅନୁସାରେ ଏନେଇ ତଥ୍ୟ ସାମନାକୁ ଆସିବା ପରେ ତଥ୍ୟ ଆଧାରରେ ଅଭିଯୁକ୍ତ ପୋଲିସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.