ଗର୍ଭବତୀ ମହିଳାଙ୍କୁ ଘରୁ ଟେକି ନେଇ ରାତି ସାରା ଦୁଷ୍କର୍ମ ଅଭିଯୋଗ, ପାଣି ମାଗିବାରୁ ମିଳିଲା ମାଡ

Published By : Prameya-News7 Bureau | September 19, 2019 IST

ସୋର ୧୯।୯: ଗର୍ଭବତୀ ମହିଳାଙ୍କୁ ଘରୁ ଟେକି ନେଇ ରାତିସାରା ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପିଡୀତା ପିଇବା ପାଇଁ ପାଣି ମାଗିବାରୁ ମିଳିଲା ମାଡ । ଏଭଳି ଅଭାବନୀୟ ଘଟଣା ଘଟିଛି ସୋର ଶିଙ୍ଗଖୁଣ୍ଟା ଅଞ୍ଚଳରେ ।

{"id":159582}

ସୂଚନାଯୋଗ୍ୟ ଯେ, ସୋର ଶିଙ୍ଗାଖୁଣ୍ଟା  ଅଞ୍ଚଳର ଜଣେ  ୭ମାସର ଗର୍ଭବତୀ ମହିଳା ଦୁଇ ନଣନ୍ଦଙ୍କ ସହ ଘରେ ଶୋଇଥିଲେ । ଶାଶୁ ଓ ଶ୍ବଶୁର ବାହାରକୁ ଯାଇଥିଲେ । ଗାଁର ଜଣେ ୨୨ବର୍ଷୀୟ ଯୁବକ ପୂର୍ବ ରାଗ ସୁଝାଇବାକୁ ଯାଇ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ପକାଇ ନିଜ ଘରକୁ ନେଇଯାଇଥିଲା । ଗର୍ଭବତୀ ମହିଳାଙ୍କୁ ତାଙ୍କ ଘରେ ଦୁଷ୍କର୍ମ କରିବା ସହିତ ମାଡ ମଧ୍ୟ ମାରିଥିଲା । ରାତିରେ ମହିଳାଙ୍କୁ ପରିବାରଲୋକେ ଉଦ୍ଧାର କରିବାକୁ ଯିବାରୁ ଅଭିଯୁକ୍ତ ସେମାନଙ୍ମାକୁ ମାରଣାସ୍ତ୍ରରେ ଆକ୍ରମଣ କରିବାକୁ ଧମକ ଦେଇଥିଲା । ଭୟରେ ପିଡୀତାଙ୍କ ପରିବାରଲୋକେ ଗ୍ରାମବାସୀଙ୍କ ସହାୟତାରେ ତା ପରଦିନ ଭୋରରୁ ମହିଳାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ସୋର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.