Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

କ୍ୟାନ୍‌ସର ନାଁରେ ସାହାଯ୍ୟ ମାଗିଲେ ମହିଳା, ଜୁଆରେ ଉଡ଼ାଇଲେ ଲକ୍ଷାଧିକ ଟଙ୍କା

11/11/2020 at 4:11 PM

ନୂଆଦିଲ୍ଲୀ ୧୧/୧୧: ‘ବାବା କା ଢ଼ାବା’କୁ ରାତା ରାତି ଚର୍ଚ୍ଚିତ କରାଇଥିବା ୟୁଟ୍ୟୁବର ଏବେ ଅଡ଼ୁଆରେ। ଢ଼ାବାର ମାଲିକଙ୍କୁ ଲୋକେ ଏତେ ମାତ୍ରାରେ ସାହାଯ୍ୟ କଲେ ଯେ, ସେ ଏବେ କୋଟିପତି। କିନ୍ତୁ ତାଙ୍କ ଟଙ୍କା ସମ୍ପୃକ୍ତ ୟୁଟ୍ୟୁବର ନେଇଯାଇଥିବା ଅଭିଯୋଗ କରି ଥାନାରେ ଦ୍ବାରସ୍ଥ ହୋଇଥିଲେ ‘ବାବା କା ଢ଼ାବା’ ମାଲିକ । ଏପରିକି ବୃଦ୍ଧ ଲୋକର ଭଲ କରିବାକୁ ଯାଇ ୟୁଟ୍ୟବର ଫସିଲେ। କିନ୍ତୁ ଏମିତି ଜଣେ ମହିଳା ଯିଏକି ନିଜର ଜୀବନଶୈଳୀ ପରିବର୍ତ୍ତନ କରିବାକୁ ନିଜକୁ କର୍କଟ ରୋଗୀ କହିବାକୁ ବି ପଛାଇଲେ ନାହିଁ। ନିଜକୁ କର୍କଟ ରୋଗୀ କହି ଡୋନେସନ୍‌ ଭିକ୍ଷା କରିଥିଲେ।

ପାଖାପାଖି ୪୫ ଲକ୍ଷ ଟଙ୍କା ଦାନ ପାଇବା ପରେ ​‌ଫେରାର ହୋଇଯାଇଛନ୍ତି ସମ୍ପୃକ୍ତ ମହିଳା । ତାଙ୍କ ନାଁରେ ଅଭିଯୋଗ ହେବା ପ​‌ରେ ଅଭିଯୁକ୍ତ ମହିଳାଙ୍କୁ ପୋଲିସ୍‌ ଖୋଜୁଛି।

ଇଂଲଣ୍ଡର ୪୨ ବର୍ଷୀୟ ମହିଳା ନିକୋଲ୍‌ ନିଜର ଏକ ଫଟୋ ସେୟାର କରି ଗୋ ଫଣ୍ଡ ମିରେ ଡୋନେସନ୍‌ ଭିକ୍ଷା କରିଥିଲେ। ସେୟାର କରିଥିବା ଫଟୋରେ ନିକୋଲ୍‌ ହସ୍ପିଟାଲ୍‌ ବେଡ୍‌ରେ ଶୋଇଥିବା ବେଳେ ତାଙ୍କ ଶରୀର ଅତ୍ୟନ୍ତ ଅସୁସ୍ଥ ଥିବା ମଧ୍ୟ ଦେଖିବାକୁ ମିଳୁଛି। ତେବେ  ମହିଳାଙ୍କ ଏଭଳି ଏକ ଫଟୋ ଦେଖିବା ପରେ ଲୋକେ ତାଙ୍କ ଚିକିତ୍ସା ନିମନ୍ତେ ଟଙ୍କା ଦେଇଥିଲେ। ପାଖାପାଖି ୩୯ ଜଣ ୪୫ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟରେ ଜମା କରିବା ପରେ ନିକୋଲ ଏହି ସବୁ ଟଙ୍କାରେ ଅନଲାଇନ୍‌ରେ ଜୁଆ ଖେଳିବା ଆରମ୍ଭ କରିଥିଲେ। ଏପରିକି ବଡ଼ ବଡ଼ ହୋଟେଲରେ ରହିବା ସହ ଫୁଟବଲ୍‌ ମ୍ୟାଚ୍‌ ଦେଖିବାରେ ଟଙ୍କା ଉଡ଼ାଇଥିବା ଜଣେ ଅଭିଯୋଗ କରିଛନ୍ତି।

ତେବେ ମିଳିଥିବା ସୂଚନା ଅନୁସାରେ ନିକୋଲ୍‌ଙ୍କୁ କ୍ୟାନସର ହୋଇନାହିଁ। ବରଂ ସେ ଦେଇଥିବା ଫଟୋ ତାଙ୍କର ହୋଇଥିବା ଏକ ଅପରେସନ୍‌ ବେଳର ବୋଲି ଜଣାପଡ଼ିଛି। ଗଲ ବ୍ଲାଡର ଅପରେସନ୍‌ ବେଳେ ଏହି ଫଟୋ ଉଠାଇଥିଲେ ନିକୋଲ୍‌। ନିକୋଲ୍‌ଙ୍କୁ କୌଣସି ପ୍ରକାର ରୋଗ ନଥିବା ତାଙ୍କ ଡାକ୍ତର ବନ୍ଧୁ ନିକୋଲାସ ମୋରିସ୍‌ କହିଛନ୍ତି। ଏପରିକି ସେ କେବେ ବି ତାଙ୍କ କ୍ଲିନିକ୍‌ ଆସିନଥିବା ବି ତାଙ୍କ ବନ୍ଧୁ କହିଛନ୍ତି।  

   Related Posts