Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଅମାନୁଷିକ ! ସବୁଦିନ ରାତିରେ ପ୍ରେମିକ ସାଙ୍ଗେ ମଜା କରୁଥିଲେ ମହିଳା, ଧରା ପଡିବାରୁ ସ୍ୱାମୀଙ୍କ ପ୍ରାଇଭେଟ୍ ପାର୍ଟରେ ପକାଇଦେଲେ ଏସିଡ୍

27/09/2020 at 5:24 PM

ମେରଠ ୨୭/୦୯ : ମେରଠ ଟିପିନଗର ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ପତ୍ନୀ ନିଜ ପ୍ରେମିକ ସହ ମିଶି ପତିର ପ୍ରାଇଭେଟ୍ ପାର୍ଟରେ ଏସିଡ୍ ଢାଳି ଦେଇଥିବା ମାମଲା ସାମ୍ନାକୁ ଆସିଛି । ଘଟଣା ପରେ ପୋଲିସ ଉଭୟ ମହିଳା ଓ ତାଙ୍କ ପ୍ରେମିକକୁ ଅଟକ ରଖିଛି । ମହିଳା ଜଣକ ନିଜର ଡାକ୍ତର ପ୍ରେମିକ ସହ ମିଶି ଶାଶୂଘରେ ସମସ୍ତଙ୍କୁ ନିଶା ବଟିକା ଦେଇ ବେହୋସ୍ କରିଦେଇଥିଲେ ଏବଂ ତାପରେ ପତିଙ୍କ ପ୍ରାଇଭେଟ୍ ପାର୍ଟରେ ଏସିଡ୍ ଢାଳି ଦେଇଥିବା ଅଭିଯୋଗ ହୋଇଛି ।

ପୀଡିତ ପତି ଅଭିଯୋଗ କରିଛନ୍ତି ଯେ ସରାଧନା ଅଞ୍ଚଳର ଡାକ୍ତରଙ୍କ ସହ ତାଙ୍କ ପତ୍ନୀର ଅନୈତିକ ସମ୍ପର୍କ ଅଛି । ଶାଶୂଘର ଲୋକ ଏହି ସମ୍ପର୍କ ବିଷୟରେ ଜାଣିବା ପରେ ବିରୋଧ କରିଥିଲେ । ଏହାପରେ ମହିଳା ଜଣକ ପରିବାର ଲୋକଙ୍କୁ ହଇରାଣ ହରକତ କରିବା ଆରମ୍ଭ କରିଥିଲେ । ଶୁକ୍ରବାର ଦିନ ମହିଳା ଜଣକ ପରିବାର ଲୋକଙ୍କୁ ନିଶା ବଟିକା ଦେଇ ବେହୋସ୍ କରିଦେଇଥିଲେ । ଏହାପରେ ନିଜ ଡାକ୍ତର ପ୍ରେମିକ ଘରକୁ ଡାକିଥିଲେ । ଯେତେବେଳେ ପରିବାର ଲୋକଙ୍କୁ ହୋସ୍ ଆସିଥିଲା ସେମାନେ ବୋହୁକୁ ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ଧରିଥିଲେ । ଘଟଣା ପରେ ମହିଳା ନିଜ ପତିର ପ୍ରାଇଭେଟରେ ଏସିଡ୍ ଢାଳି ଦେଇଥିଲେ ।

ପୀଡିତ ପତି ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ ପତ୍ନୀ ପ୍ରତିଦିନ ପରିବାର ଲୋକଙ୍କୁ ନିଶା ବଟିକା ଦେଇ ପ୍ରେମୀକୁ ଘରକୁ ଡାକୁଥିଲେ । ଏ ସମ୍ପର୍କରେ ସ୍ଥାନୀୟ ଲୋକ ପରିବାର ସଦସ୍ୟଙ୍କୁ ସୂଚନା ଦେଇଥିଲେ ଯେ ଜଣେ ଅଜଣା ଲୋକ ପ୍ରତିଦିନ ରାତିରେ ତାଙ୍କ ଘରକୁ ଆସୁଛି ।

ପୀଡିତ ବ୍ୟକ୍ତିଙ୍କ ପ୍ରାଇଭେଟ୍ ପାର୍ଟରେ ଏସିଡ ଢାଳି ଦେବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ମେଡିକାଲ୍ ରିପୋର୍ଟ ଅପେକ୍ଷାରେ ରହିଛି । ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇଯିବ ଯେ ପ୍ରାଇଭେଟ୍ ପାର୍ଟରେ ଏସିଡ୍ ପକାଯାଇଛି ନା ଅନ୍ୟ କିଛି ପଦାର୍ଥ ବ୍ୟବହାର କରାଯାଇଛି ।

   Related Posts