ନିଜ ପୋଷା କୁକୁରକୁ ବଞ୍ଚାଇବା ପାଇଁ ଭାଲୁ ସହ ଲଢିଲେ ଯୁବତୀ, ଦେଖନ୍ତୁ ଲୋମ ଟାଙ୍କୁରା ଭିଡିଓର ଦୃଶ୍ୟ

Published By : Prameya-News7 Bureau | June 02, 2021 IST

ନୂଆଦିଲ୍ଲୀ ୦୨।୦୬: ନିଜର ଗୃହପାଳିତ ପଶୁ ସେ ଗାଈଗୋରୁ ହେଉ କି ପୋଷା ବିଲେଇ କିମ୍ବା କୁକୁର ହୁଅନ୍ତୁ, ସେମାନଙ୍କର ଜୀବନ ବଞ୍ଚାଇବାର ଅନେକ ଭାଇରାଲ୍ ଭିଡିଓ ଏବଂ ଖବର ଆପଣମାନେ ଦେଖିଥିବେ। କିନ୍ତୁ ଜଣେ ୧୭ ବର୍ଷୀୟ ଯୁବତୀ ନିଜ ଛୋଟ ପୋଷା କୁକୁରର ଜୀବନ ବଞ୍ଚାଇବା ପାଇଁ ଏକ ବିଶାଳ  ଭାଲୁ ସହ ଲଢିଛନ୍ତି। ତିଳେ ହେଲେ ଭୟ ନକରି ନିଜକୁ ବିପଦରେ ପକାଇ ନିଜ ପୋଷା କୁକୁରକୁ ଭାଲୁ ମୁହଁରୁ ଉଦ୍ଧାର କରିଛନ୍ତି। ଏହି ଘଟଣାର ଲୋମ ଟାଙ୍କୁରା ଭିଡିଓ ଭାଇରାଲ ହୋଇଛି। ଏହି ଘଟଣା ଆମେରିକା କାର୍ଲିଫର୍ଣ୍ଣିଆର।

ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, କାନ୍ଥରେ ଏକ ବିରାଟ ଭାଲୁ ଚାଲି ଚାଲି ଆସୁଛି। ତଳେ ଥିବା ପୋଷା ଛୋଟ ଛୋଟ କୁକୁର ଭାଲୁ ଉପରେ ଭୁକିବା ସହ ତା ସହ ଲଢୁ ପଡୁଛନ୍ତି। ଭାଲୁ ମଧ୍ୟ ଛାଡିବା ଜନ୍ତୁ ନୁହେଁ ସେ ମଧ୍ୟ କୁକୁରଙ୍କ ସହ ଲଢୁଛି। ଏହି ସମୟରେ ଏକ ଛୋଟ କୁକୁର ଭାଲୁ  ହାବୁଡରେ ପଡି ଯାଉଛି। ଅଚାନକ ଜଣେ ଝିଅ ଦୌଡି ଆସି ସାହାସର ସହ ଭାଲୁଟିକୁ କାନ୍ଥ ଅପର ପାର୍ଶ୍ଵକୁ ଠେଲି ଦେଇ ନିଜର ଛୋଟ ପୋଷା କୁକୁର ବଞ୍ଚାଉଛନ୍ତି। ଏହା ପରେ କୋଳରେ କୁକୁରକୁ ଧରି ଦୌଡି ପଳାଉଛନ୍ତି। ଅନ୍ୟ କୁକୁରମାନେ ମଧ୍ୟ ଦୌଡି ପଳାଉଛନ୍ତି। ୨୧ ସେକେଣ୍ଡର ଏହି ଲୋମ ଟାଙ୍କୁରା ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି।

wp:html /wp:html

ଯୁବତୀଙ୍କ ନାଁ ହେଉଛି ହେର୍ଲି। ସେ କହିଛନ୍ତି ଯେ, ମୁଁ ଦେଖିଲି ଭାଲୁଟି ମୋ କୁକୁର ଭାଲେଣ୍ଟିନାକୁ ଟେକି ନେଉଛି। ତୁରନ୍ତ ମୁଁ ଘଟଣାସ୍ଥଳକୁ ଦୌଡିଥିଲି ଏବେ ପ୍ରଥମେ ଭାଲୁଟିକୁ କାନ୍ଥ ଆରପଟକୁ ଠେଲି ଦେଇଥିଲି। ଏହି ଘଟଣାର ପୂରା ଦୃଶ୍ୟ ଆଖପାଖ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇ ଯାଇଛି। ଏହାକୁ କେହି ଜଣେ ଇଣ୍ଟରନେଟ୍‌ରେ ଛାଡିବା ପରେ ଏହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.