Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ରାଜରାସ୍ତାରେ ଚଳନ୍ତା ସ୍କର୍ପିଓରୁ ମହିଳାଙ୍କୁ ଠେଲିଦେଲେ, ଚାଲିଗଲା ଜୀବନ : ସିସିଟିଭିରେ କଏଦ ଭୟଙ୍କର ଦୃଶ୍ୟ

7/09/2021 at 6:55 PM

ଚେନ୍ନାଇ ୦୭/୦୯ : ସମାଜରେ ଶ୍ରେଷ୍ଠ ପ୍ରାଣୀ ବୋଲାଉଥିବା ମଣିଷ ବି ବେଳେବେଳେ ଏମିତି ନୃଶଂସ କାମ କରେ ଯାହା ଦେଖିଲେ ଧିକାର ଲାଗେ । ବର୍ବରତାର ସବୁସୀମା ପାର କରିଯିବା ପରେ ଅମଣିଷ ପାଲଟିଯାଏ ମଣିଷ । ତାମିଲନାଡୁର କୋଏମ୍ବାଟୁରରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଏକ ସ୍ପର୍ପିଓରେ ଯାଉଥିବା କିଛି ଲୋକ ଜଣେ ମହିଳାଙ୍କୁ ଚଳନ୍ତା ଗାଡିରୁ ଠେଲି ଦେଇଚାଲିଯାଇଛନ୍ତି । ଫଲରେ ମହିଳାଙ୍କର ମୃତ୍ୟୁ ହୋଇଥିବା କହିଛି ପୋଲିସ । ଚଳନ୍ତା ଗାଡିରୁ ଫିଙ୍ଗିଦେବା ପରେ ସେଠାରୁ ଆଖି ପିଛୁଳାକେ ଫେରାର ହୋଇଯାଇଛନ୍ତି ଅଭିଯୁକ୍ତ ।

ଏହି ପୁରା ଘଟଣାକ୍ରମ ସିସିଟିଭିରେ କଏଦ ହୋଇଯାଇଛି । ମଙ୍ଗଳବାର ସକାଳୁ ରାଜପଥରୁ ପୋଲିସ ଉକ୍ତ ମହିଳାଙ୍କ ମୃତଦେହ ଜବତ କରିଛି ପୋଲିସ । ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । କୋଏମ୍ବାଟୁର ଚିନ୍ନିୟାମପଲୟମ ଚେକ୍‌ପୋଷ୍ଟ ନିକଟରୁ ହିଁ ମଙ୍ଗଳବାର ଭୋରରୁ ଜଣେ ୫୦ ବର୍ଷୀୟ ମହିଳାଙ୍କ ମୃତଦେହ ଜବତ କରିଥିଲା ପୋଲିସ ।

ତେବେ ନିକଟରେ ଲାଗିଥିବା ଏକ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରିବା ପରେ ଘଟଣା ବାବଦରେ ଜଣାପଡିଥିଲା । ସିସିଟିଭିରେ ସ୍ପଷ୍ଟ ଦେଖିବାକୁ ମିଳିଥିଲା ଯେ, ଏକ ସ୍ପର୍ପିଓ ଗାଡି ମଧ୍ୟରୁ ଜଣେ ମହିଳାଙ୍କୁ ଠେଲିଦିଆଯାଉଛି । ରାସ୍ତାରେ ଅନ୍ୟ ଗାଡି ମଟର ମହିଳାଙ୍କ ଉପରେ ଚଢିଯିବାରୁ ତାଙ୍କୁ ଚିହ୍ନିବା ମଧ୍ୟ ମୁସ୍କିଲ ହୋଇଯାଇଥିଲା ।  

ତେବେ ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ଘଟଣାର ତଦନ୍ତ ପାଇଁ ୨ଟି ଟିମ ଗଠନ କରିଛି ପୋଲିସ । ସିସିଟିଭି ଫୁଟେଜ୍‌କୁ ଆଧାର କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଆରମ୍ଭ କରାଯାଇଛି । ଏହା ସହିତ ଅଭିଯୁକ୍ତମାନେ ବ୍ୟବହାର କରିଥିବା ସ୍କର୍ପିଓ ଗାଡିକୁ ଖୋଜୁଛି ପୋଲିସ ।  

   Related Posts