ପ୍ଲାଟଫର୍ମରେ ଛିଡା ହୋଇଥିବା ଯାତ୍ରୀଙ୍କୁ ହଠାତ ଟ୍ରେନ ସାମ୍ନାକୁ ଧକ୍କା ଦେଲେ ମହିଳା: କ୍ୟାମେରାରେ କଏଦ ହେଲା ଘଟଣା

Published By : Prameya-News7 Bureau | October 05, 2021 IST

ନ୍ୟୁୟର୍କ ୦୫/୧୦ : ଆମେରିକା ନ୍ୟୁୟର୍କ ସହରରୁ ଏକ ମର୍ମନ୍ଦୁତ ଘଟଣା ସାମ୍ନାକୁ ଆସିଛି। ଏକ ଷ୍ଟେସନର ପ୍ଲାଟଫର୍ମରେ ଜଣେ ଅଜଣା ମହିଳା ଆଉ ଜଣେ ଯାତ୍ରୀଙ୍କୁ ଟ୍ରେନ ସାମ୍ନାକୁ ଧକ୍କା ମାରିଥିଲେ। ଧକ୍କା ଦେବାରୁ ମହିଳା ଜଣକ ଏକ ବଡ ଦୁର୍ଘଟଣାର ଶିକାର ହେବାରୁ ଅଳ୍ପକେ ବର୍ତି ଗଲେ। କିନ୍ତୁ ମହିଳାଙ୍କ ମୁହଁରେ ଅନେକ ଆଘାତ ହୋଇଥିଲା। ଭିଡିଓ ଦେଖି ସମସ୍ତେ ଚକିତ ହୋଇଯାଇଛନ୍ତି।

ସୋମବାର ସକାଳେ ଆମେରିକା ଟାଇମ୍ସ ସ୍କ୍ୱାୟାର ସବ ଷ୍ଟେସନରେ ଏହି ଘଟଣା ଘଟିଛି। ପ୍ଲାଟଫର୍ମରେ ଅନେକ ଯାତ୍ରୀ ଟ୍ରେନକୁ ଅପେକ୍ଷା କରିଥିଲେ। ଯେମିତି ଟ୍ରେନ ଆସି ପ୍ଲାଟଫର୍ମରେ ଲାଗିବାକୁଥିଲା ଜଣେ ମହିଳା ବେଞ୍ଚରୁ ଉଠି ସାମ୍ନାରେ ଛିଡା ହୋଇଥିବା ଆଉ ଜଣେ ମହିଳାଙ୍କୁ ଟ୍ରେନ ଆଗକୁ ଧକ୍କା ଦେଇଥିଲେ। ୪୨ ବର୍ଷୀୟ ପୀଡିତା ଅଳ୍ପକେ ବର୍ତି ଗଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ଘଟଣା ସିସିଟିଭିରେ କଏଦ ହୋଇଛି। ମହିଳା ଧକ୍କା ଦେଇ ସେଠାରୁ ଚାଲିଯାଉଥିବା ଭିଡିଓରେ ନଜର ଆସିଛି।

wp:embed {"url":"https://twitter.com/i/status/1445157235370438657","type":"rich","providerNameSlug":"twitter","responsive":true}
https://twitter.com/i/status/1445157235370438657
/wp:embed

ପ୍ଲାଟଫର୍ମରେ ଛିଡା ହୋଇଥିବା ଅନ୍ୟ ଲୋକମାନେ କହିଛନ୍ତି ଯେ ଏହିଭଳି ହମଲା ଏଠାରେ ସାମାନ୍ୟ ଘଟଣା। ୮୦ ଦଶକରେ ଏହିଭଳି ହମଲା ବହୁତ ହେଉଥିଲା। ଲୋକଙ୍କ ମାନସିକତା ଏମିତି ଯେ ଯେକୌଣସି ଛୋଟମୋଟ କଥାକୁ ନେଇ କାହାର ବି ଜୀବନ ନେବାକୁ ପଛାନ୍ତି ନାହିଁ। ଲୋକେ କହିଛନ୍ତି, ମହିଳା କିଛି ସମୟରୁ ସେଠାରେ ବସିଥିଲେ। ସେ ଅନ୍ୟ ମହିଳାଙ୍କୁ ହମଲା କରିବାକୁ ଯୋଜନା କରୁଥିବେ ବୋଲି ଲୋକେ କହିଛନ୍ତି। ଯେମିତି ଟ୍ରେନ ପହଞ୍ଚିଲା ସେ ମହିଳାଙ୍କୁ ଧକ୍କା ଦେଇଦେଲେ। କିଛି ଲୋକ କହିଛନ୍ତି, ଘଟଣା ସମସ୍ତଙ୍କ ପାଇଁ ଏକ ଶିକ୍ଷା ଯେ ଜନଗହଳିପୂର୍ଣ୍ଣ ସ୍ଥାନରେ ଆଖି ଓ କାନ ଖୋଲି ରଖିବା ଉଚିତ। ନ୍ୟୁୟର୍କରେ ଏହିଭଳି ଅନେକ ଘଟଣା ଦୁର୍ଘଟଣା ହେଉଥାଏ। ଏହି ଘଟଣାର କିଛି ସମୟ ପରେ ଆଉ ଜଣେ ଯୁବକ ନିଜ ଗୋଡରେ ଗୁଳି ମାରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.