ପରପୁରୁଷ ସହ ରଖୁଥିଲେ ସଂପର୍କ, ସମସ୍ତଙ୍କ ସାମ୍ନାରେ ମହିଳାଙ୍କୁ ମିଳିଲା ଏଭଳି ଦଣ୍ଡ...

Published By : Prameya-News7 Bureau | November 11, 2021 IST

ଜାକାର୍ତା ୧୧।୧୧  :  ଇଣ୍ଡୋନେସିଆର ମୁସଲମାନ ଦେଶରେ ଜଣେ ବିବାହିତା ମହିଳା ଜଣେ ପୁରୁଷ ସହ ସମ୍ପର୍କ ଥିବାରୁ ତାଙ୍କୁ ଭୟଙ୍କର ଦଣ୍ଡ ଦିଆଯାଇଥିଲା। ଲୋକଙ୍କ ଉପସ୍ଥିତିରେ ମହିଳାଙ୍କୁ ଏତେ ଚାପୁଡ଼ା ଓ ଚାବୁକ୍‌ରେ ମାରିଥିଲେ ଯେ ସେ ଚେତାଶୂନ୍ୟ ହୋଇଯାଇଥିଲେ। ମହିଳା ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ଦଣ୍ଡ ଶେଷ ହେବା ପର୍ଯ୍ୟନ୍ତ ତାଙ୍କୁ ମାଡ ମରା ଯାଉଥିଲା। କେବଳ ଏତିକି ନୁହଁ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ହିଁ ଏହି ସବୁ ଘଟିଥିଲା ​​।

ଇଣ୍ଡୋନେସିଆର ବାନ୍ଦା ଆସେ ସହରରେ ଜଣେ ମହିଳା ଅନ୍ୟ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବାରୁ ତାଙ୍କୁ ଅତି ନିର୍ମମ ଭାବେ ଦଣ୍ଡିତ କରାଯାଇଥିଲା। ମହିଳାଙ୍କ ସାଥୀଙ୍କୁ ମଧ୍ୟ ଖୁବ୍‌ ମାଡ ମରାଯାଇଥିଲା। ଶରିଆ ଆଇନ ଅନୁଯାୟୀ ଦିଆଯାଇଥିବା ଏହି ଦଣ୍ଡ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ କରାଯାଇଥିଲା। ଦଣ୍ଡ ପୂର୍ବରୁ ମହିଳା ଜଣକ ଧଳା ଇସଲାମିକ ପୋଷାକ ପିନ୍ଧିଥିଲେ। ଏହା ପରେ ତାଙ୍କୁ ଭୂମିରେ ବସିବାକୁ କୁହାଗଲା ଏବଂ ତା’ପରେ ଅନ୍ୟ ଜଣେ ମହିଳା ଗୋଟିଏ ପରେ ଗୋଟିଏ ଅର୍ଥାତ୍ ୧୭ ଟି ଚାବୁକରେ ମାରିଥିଲେ ।  ଏହି ସମୟରେ ପୀଡିତା ଚିତ୍କାର କରି ଚାଲିଥିଲେ, କିନ୍ତୁ ତାଙ୍କୁ ସାହାଯ୍ୟ କରିବାକୁ କେହି ଆସି ନଥିଲେ। ଯନ୍ତ୍ରଣା ହେତୁ ମହିଳା ଜଣକ କିଛି ସମୟ ପାଇଁ ହତାଶ ହୋଇଯାଇଥିଲେ। ପରେ ତାଙ୍କୁ ଡାକ୍ତରଖାନ ନିଆଯାଇଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.