ନିଜ କୁନି ଝିଅ ଉପରେ କାହିଁକି ପେଟ୍ରୋଲ ଢାଳିଲେ ଆନ୍ଦୋଳନକାରୀ ମହିଳା, ଜାଣନ୍ତୁ କ’ଣ କଲା ପୋଲିସ ?

Published By : Prameya-News7 Bureau | December 07, 2019 IST

ନୂଆଦିଲ୍ଲୀ ୭।୧୨: ଉନ୍ନାଓ ପୀଡିତାଙ୍କ ମୃତ୍ୟୁ ପ୍ରଚାରିତ ହେବା ପରେ ପୁଣି ଅଶାନ୍ତ ହୋଇଉଠିଛି ଦିଲ୍ଲୀରୁ ପଲ୍ଲୀ। ଉନ୍ନାଓ ଘଟଣାକୁ ବିରୋଧ କରି ସଫଦରଜଙ୍ଗ ହସ୍ପିଟାଲ ଆଗରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଶନିବାର ଘଟିଛି ଅଭାବନୀୟ ଘଟଣା। ଜନୈକା ଆନ୍ଦୋଳନକାରୀ ମହିଳା ତାଙ୍କ ୬ ବର୍ଷରକୁନି ଝିଅ ଦେହରେ ପେଟ୍ରୋଲ ଢାଳିଦେଇଥିଲେ। ଘଟଣାସ୍ଥଳରେ ଉପସ୍ଥିତି ପୋଲିସ ତୁରନ୍ତ ଶିଶୁଟିକୁ ଉଦ୍ଧାର କରିବା ସହ ହସ୍ପିଟାଲର ଏମର୍ଜେନ୍ସୀରେ ଭର୍ତ୍ତିକରିଛି। ସେପଟେ ଏଭଳି କାଣ୍ଡ ଲାଗି ପୋଲିସ ମହିଳାଙ୍କୁ ଗିରଫ କରିଛି।

{"id":194917,"sizeSlug":"large"}

ଘଟଣା ଏତେ ତ୍ୱରିତ ହୋଇଥିଲାଯେ ଅନ୍ୟ ପ୍ରଦର୍ଶନକାରୀଙ୍କୁବି ଏହାର ସୁରାଗ ମିଳିନଥିଲା। ପୋଲିସର ସତର୍କତା ଯୋଗୁ ଶିଶୁକନ୍ୟାଟିର ପ୍ରାଣ ରକ୍ଷା ହୋଇଯାଇଛି। ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କୁ ଅଭିଯୁକ୍ତ ବିବାହର ପ୍ରଲୋଭନ ଦେଇ ରାୟବରେଲି ନେଇଥିଲା। ସେଠାରେ ତାଙ୍କପ୍ରତି ଦୁଷ୍କର୍ମ କରି ଅଭିଯୁକ୍ତ ଭିଡିଓ ରେକର୍ଡିଂ କରିଥିଲା। ଏହି ଭିଡିଓ ଦେଖାଇ ତାଙ୍କପ୍ରତି ବାରମ୍ବାର ଦୁଷ୍କର୍ମ କରିଥିବା ବେଳେ ପୀଡିତାଙ୍କ ଅଭିଯୋଗ ଆଧାରରେ ଗିରଫ ହୋଇ ଜେଲ ବି ଯାଇଥିଲା।

{"id":194918,"width":579,"height":394,"sizeSlug":"large"}

ହେଲେ କୋର୍ଟରୁ ଜାମିନରେ ମୁକୁଳିବା ପରେ ଅଭିଯୁକ୍ତ ୪ ସାଥୀଙ୍କ ସହ ମିଶି ଗତ ଗୁରୁବାର ପୀଡିତାଙ୍କୁ ଗାଁ ଦାଣ୍ଡରେପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିଲା। ପୀଡିତା ବଞ୍ଚିବାକୁ ଚାହୁଁଥିଲେ। ହେଲେ ଡାକ୍ତରଙ୍କ ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଥିବା ବେଳେ ପୀଡିତାଙ୍କ ଗାଁରେ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଗାଁରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତେବେ ଦେଶରେ ମହିଳାଙ୍କ ସୁରକ୍ଷା ବିପନ୍ନ ଆଶଙ୍କା କରି ପ୍ରଦର୍ଶନକାରୀ ମହିଳା ବିକ୍ଷୋଭ ସ୍ଥଳରେ ନିଜ ଜନ୍ମକଲାଝିଅ ଦେହରେ ପେଟ୍ରୋଲ ଢାଲିଥିଲେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.