Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଛାତ୍ରୀଙ୍କ ଅଜବ ବୟାନ୍, ସୋସିଆଲ ମିଡିଆରେ ହେଲା ଭାଇରାଲ୍‌ : କହିଲେ ମୁଁ ହେବି ଦେଶର ଟପ୍‌ଲେସ୍‌ ପ୍ରଧାନମନ୍ତ୍ରୀ…

17/10/2021 at 2:57 PM

ଲଣ୍ଡନ୍‌ ୧୭।୧୦ : ବ୍ରିଟେନ୍ର ଜଣେ ଯୁବତୀ ଏମିତି ବୟାନ ଦେଇଛନ୍ତି । ଯାହା ପରେ ତାଙ୍କର ଏହି ବୟାନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ୩୧ ବର୍ଷିୟ ଲାରା ଏମ୍‌ହର୍ସ୍ଟ କହିଛନ୍ତି କି ବ୍ରିଟେନର ସେ ପ୍ରଥମ ଟପଲେସ୍ ପ୍ରଧାନମନ୍ତ୍ରୀ ହେବେ। ଗତ କିଛି ମାସ ହେବ ଜଳବାୟୁ ପରିବର୍ତ୍ତନ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଲାରା ଏମ୍‌ହର୍ସ୍ଟ ଟପଲେସ୍ ହୋଇ ପ୍ରଦର୍ଶନ କରୁଛନ୍ତି ।

ସୂଚନା ଅନୁଯାୟୀ ଲାରା ବର୍ତ୍ତମାନ ରାଜନୀତି ବିଜ୍ଞାନରେ ଉପରେ ପାଠ ପଢୁଛନ୍ତି । ଏନେଇ ଲାରା କହିଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଅପେକ୍ଷା ମୁଁ ଏକ ଭଲ ସରକାର ଚଳାଇ ପାରିବି । ବୋରିସ୍ ଜନସନଙ୍କ ଅପେକ୍ଷା ମୁଁ ରାଜନୀତି ବିଷୟରେ ଅଧିକ ଜାଣେ । ଏହା ସହ ସେ ଆହୁରି କହିଛନ୍ତି ଯେ ଏହି ବର୍ଷ ମୋର ସ୍ନାତକୋତ୍ତରର ଶେଷ ବର୍ଷ । ପରବର୍ତ୍ତୀ ସମୟରେ ମୁଁ କେବଳ ରାଜନୀତି ଉପରେ ଧ୍ୟାନ ଦେବି। ମୁଁ ପ୍ରଧାନମନ୍ତ୍ରୀ ହେବାକୁ ପସନ୍ଦ କରିବି। ପ୍ରଧାନମନ୍ତ୍ରୀ ହେଲେ ମଧ୍ୟ ମୁଁ ଟପଲେସ୍ ହୋଇ ରହିବି। କାରଣ ମୁଁ ଅନ୍ୟ ଲୋକଙ୍କଠାରୁ ଟିକିଏ ଅଲଗା ଦେଖାଯିବି । ଏହା ସହ ମୁଁ ରାଜନୀତିରେ ଏକ ବଡ ପରିବର୍ତ୍ତନ ଆଣିବାକୁ ଚାହୁଁଛି ଏବଂ ଏନେଇ ମୁଁ ଏହାକୁ ଜାରି ରଖିବି । କିନ୍ତୁ ଯେତେବେଳେ ମୁଁ ଟପଲେସ୍ ହୋଇ ପ୍ରଦର୍ଶନ କରିଥିଲି ମୋ ମାଆ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କିନ୍ତୁ ତଥାପି ମୋ ମାଆ ମୋତେ ସମର୍ଥନ କରିଛନ୍ତି  ମୁଁ ଭାବୁଛି ମୁଁ ରାଜନୀତିରେ ଏକ ରେକର୍ଡ କରିବି।

   Related Posts