ତାତିଲେ ମହିଳା, ଭାଙ୍ଗିଲେ ମଦ ଦୋକାନ
13/11/2019 at 6:08 PM

କେନ୍ଦ୍ରାପଡା ୧୩।୧୧: ତାତିଲେ ମହିଳା । ଭାଙ୍ଗିଲେ ମଦ ଦୋକାନ । କେନ୍ଦ୍ରାପଡା ସଦର ଥାନା ନାଗେଶ୍ବରପୁର ଠାରେ ଥିବା ଏକ ମଦ ଦୋକାନକୁ ଉତ୍ୟକ୍ତ ମହିଳା ଭାଙ୍ଗି ଦେଇଛନ୍ତି । ଆଜି ପୂର୍ବ।ହ୍ନରେ ସ୍ଥାନୀୟ ମହିଳା ଏକାଠି ହୋଇ ମଦ ଦୋକାନ ପାଖରେ ପହଞ୍ଚିଥିଲେ । ଦୋକାନର ତାଲା ଭାଙ୍ଗିବା ସହ ମଦ ଭର୍ତ୍ତି ପେଟି ଗୁଡିକୁ ତଳକୁ ଆଣି ଭଙ୍ଗାରୁଜା କରିଥିଲେ । ସାବଳ ଓ ବାଉଁଶରେ ପିଟି ପିଟି ମଦ ବୋତଲକୁ ମହିଳାମାନେ ଭାଙ୍ଗୁଥିବାର ଦେଖିବାକୁ ମିଳିଥିଲା ।

ତେବେ ପ୍ରଶାସନିକ ଲାଇସେନ୍ସ ନେଇ ନାଗେଶ୍ବର ପୁରଠାରେ ଖୋଲିଥିବା ଏହି ମଦ ଦୋକାନକୁ ଦୀର୍ଘ ଦିନ ଧରି ସ୍ଥାନୀୟ ମହିଳା ବିରୋଧ କରି ଆସୁଥିଲେ । ଏଠାରେ ମଦ ଦୋକାନ ରହିବା ଦ୍ବାରା ଘରର ପୁରୁଷମାନେ ନିଜ ରୋଜଗାରର ସମସ୍ତ ପଇସା ନିଶାରେ ଉଡେଇ ଦେଉଥିବା ଅଭିଯୋଗ ହୋଇଥିଲା । ମଦ ଦୋକାନ ଉଛେଦ ନହେବାରୁ ଆଜି ମହିଳାମାନେ ଏହାକୁ ଭାଙ୍ଗି ଦେଇଥିଲେ । ତବେ ଏ ନେଇ ଜିଲ୍ଲା ଅବାକାରୀ ବିଭାଗର ପ୍ରତିକ୍ରିୟା ମିଳି ପାରିନାହିଁ।