ଘରୋଇ ଫାଇନାନ୍ସ କମ୍ପାନୀର ଜୁଲମ ଅଭିଯୋଗ, ଚାନ୍ଦବାଲି ତହସିଲ ଅଫିସ ଘେରିଲେ ଶତାଧିକ ମହିଳା

Published By : Prameya-News7 Bureau | May 31, 2020 IST

ଚାନ୍ଦବାଲି ୩୧।୫: ଚାନ୍ଦବାଲି ତହସିଲ ଅଫିସ ଘେରିଲେ ମହିଳା । ଶତାଧିକ ମହିଳା ସାମାଜିକ ଦୂରତା ରକ୍ଷା କରି ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କର ଦାବିପତ୍ର ପ୍ରଦାନ କରିଛନ୍ତି । ଲକ୍ ଡାଉନ୍ ପାଇଁ ଗରିବ ଅସହାୟ ପରିବାର ଲୋକମାନେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ଏପରି ସ୍ଥିତିରେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାଗୁଡିକ ଲକ୍ ଡାଉନ୍ ସରିବା ପୂର୍ବରୁ ଲୋନ୍ ନେଇଥିବା ପରିବାରମାନଙ୍କଠାରୁ ଅର୍ଥ ଦାବି କରିବାପରେ ସେମାନେ ନିରୁପାୟ ହୋଇ ସରକାରଙ୍କ ସହଯୋଗ ଲୋଡିଛନ୍ତି ।

{"id":279162,"sizeSlug":"large"}

ସୂଚନାଯୋଗ୍ୟ ଯେ, ଚାନ୍ଦବାଲି ବ୍ଲକରେ ୫ଟି ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ମହିଳାମାନଙ୍କୁ ଲୋନ୍  ପ୍ରଦାନ କରିଛନ୍ତି । ଏବେ ସେହି ଅର୍ଥ ଲଗାଣକାରୀ ସଂସ୍ଥାମାନେ ଲୋନଧାରୀମାନଙ୍କଠାରୁ ଅର୍ଥ ଦାବି କରିବାରୁ ଏହାର ପ୍ରତିବାଦ କରି ମହିଳାମାନେ ତହସିଲ ଅଫିସ ଘେରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.