ବାଙ୍କୀରେ ଦେଶୀ ମଦ ବିକ୍ରିକୁ ବିରୋଧ କରି ତାତିଲେ ମହିଳା; ମଦ ବ୍ୟାରେଲ ଜବତ

Published By : Prameya-News7 Bureau | November 12, 2018 IST

ବାଙ୍କୀ ୧୨/୧୧ : ବାଙ୍କୀ ବୈଦେଶ୍ୱର ଥାନା ଅନ୍ତର୍ଗତ କଳାପଥର ଗ୍ରାମରେ ଚୋରା ଦେଶୀ ମଦ ବିକ୍ରିକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ଏ ନେଇ ବୈଦେଶ୍ୱର ଥାନାରେ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ ପ୍ରଶାସନ ନଶୁଣିବାରୁ ଆଜି ବାଧ୍ୟ ହୋଇ କଳାପଥର ଗ୍ରାମର ମହିଳାମାନେ ଏକାଠି ହୋଇ ଖୁଲମଖୁଲା ଦେଶୀ ମଦ ବିକ୍ରିକୁ ସବୁଦିନ ପାଇଁ ବନ୍ଦ କରିବା ସହ ଚୋରା ଦେଶୀମଦ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଘର ସମ୍ମୁଖରେ ପାଟିତୁଣ୍ଡ କରିଥିଲେ ଅନେକ ମହିଳା । ଗ୍ରାମରେ ଅନେକ ଦିନ ହେବ ଅବ।ଧରେ ଦେଶୀମଦ ବିକ୍ରି ହେଉଥିବାବେଳେ ବହୁ ସମୟରେ ଗ୍ରାମରେ ଗଣ୍ଡଗୋଳ ହେଉଥିବା ସ୍ଥାନୀୟ ଲୋକଙ୍କ ଅସନ୍ତୋଷ । ଏବେ ଏହି ଚୋରାଦେଶୀ ମଦ ବିକ୍ରିକାରବରକୁ ବନ୍ଦ କରିବା ତଥା ଆଜି ମଦ ବିକ୍ରିଗ୍ରାମରେ ହେଉଥିବାବେଳେ ଗ୍ରାମମହିଲା ଏକାଠିହୋଇ ଏହାକୁ ବିରୋଧ କରି ହୋହଲା ପାଟିତୁଣ୍ଡକରିଥିଲେ । ଖବର ପାଇ ବୈଦେଶ୍ୱର ପୋଲିସ ଘଟଣାସ୍ଥଳେ ପହଂଚି ମଦ ବ୍ୟାରେଲ ଜବତ କରିବାସହ ମଦବିକ୍ରିକରୁଥିବା ଅଭିଯୁକ୍ତକୁ ଧରି ଥାନାକୁ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.