ଶାରୀରିକ ସମ୍ପର୍କ ପାଇଁ ସ୍ୱାମୀ ବି ବୁଝେ ନାହିଁ ସ୍ତ୍ରୀର ମନ, ଗରିବ ଦେଶରେ ମହିଳାଙ୍କ ସମ୍ମାନକୁ ନଥାଏ ଗୁରୁତ୍ୱ : ଜାତିସଙ୍ଘ ରିପୋର୍ଟରେ ବିସ୍ମୟକର ତଥ୍ୟ

Published By : Prameya-News7 Bureau | May 04, 2021 IST

ନୂଆଦିଲ୍ଲୀ,୦୪/୦୫: ଅନେକ ବ୍ୟକ୍ତିଗତ ପ୍ରସଙ୍ଗରେ ମହିଳାମାନେ ପୁରୁଷଙ୍କ ସହ ଖୋଲାଖୋଲି ଭାବେ କଥା ହେବାକୁ ଚାହାଁନ୍ତି । କିନ୍ତୁ ପୁରଷମାନଙ୍କୁ ଏହା ଶୁଣିବାକୁ ପସନ୍ଦ ଆସି ନଥାଏ । କାରଣ ପୁରୁଷମାନେ ନିଜର ସମ୍ମାନକୁ ଅଧିକ ଫୋକସ୍ କରିଥାନ୍ତି । ଏପରିକି ଅଧିକାଂଶ ସଂଭ୍ରାନ୍ତଶ୍ରେଣୀୟ ବ୍ୟକ୍ତିଙ୍କ ପାଖରେ ମହିଳାଙ୍କଠୁ ଏହି ସବୁ କଥା ଶୁଣିବା ପାଇଁ ସମୟ ନଥାଏ । କିନ୍ତୁ କିଛି ଏପରି ଦେଶ ଅଛି ଯେଉଁଠି ମହିଳାମାନେ ଯୌନ ସମ୍ପର୍କ ପାଇଁ ମନା କରିପାରିବେ ନାହିଁ । ନିକଟରେ ୟଏନ ପପୁଲେସନ୍ ଫଣ୍ଡ ଏକ ରିପୋର୍ଟ ପ୍ରକାଶ କରିଛି । ଏତିରେ ୫୭ଟି ଦେଶର ମହିଳାଙ୍କ ସ୍ଥିତି ଚିନ୍ତାଜନକ ରହିଥିବା ପ୍ରକାଶ ପାଇଛି ।

ରିପୋର୍ଟ ଅନୁସାରେ, ଗରିବ ଦେଶର ଆର୍ଥିକ ଭାବେ ଅନଗ୍ରସର ମହିଳା ନିଜର ବ୍ୟକ୍ତିଗତ ସମସ୍ୟା ଏପରିକି ଗର୍ଭନିରୋଧକ ବାବଦରେ ନିଷ୍ପତ୍ତି ମଧ୍ୟ ନିଜେ ନେଇପାରନ୍ତି ନାହିଁ । ଡର, ଭୟ କିମ୍ବା କାହାର ପ୍ରଭାବ ହେତୁ ସେମାନେ ଏପରି ନିଷ୍ପତ୍ତି ନେଇବାକୁ ଉଚିତ ମଣନ୍ତି ନାହିଁ । ୫୭ ଦେଶର ମାତ୍ର ୫୫ ପ୍ରତିଶତ ମହିଳା ହିଁ ଯୌନ ସମ୍ପର୍କ ରକ୍ଷା କରିବେ ନା ନାହିଁ ନିଷ୍ପତ୍ତି ନେବାର ଅଧିକାର ପାଇଥାନ୍ତି ।ସବୁଠାରୁ ଆଫ୍ରିକୀୟ ଦେଶରେ ମହିଳାମାନେ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହା ବ୍ୟତୀତ ଦକ୍ଷିଣ ପୂର୍ବ ଏସିଆ, ଲାଟିନ୍, ଆମେରିକା, କାରବିୟାନ ଦେଶରେ ୭୬ ପ୍ରତିଶତ ମହିଳା ବ୍ୟକ୍ତିଗତ ସମସ୍ୟା, ଗର୍ଭନିରୋଧକ ଓ ସ୍ୱାସ୍ଥ୍ୟକୁ ନେଇ ନିଜେ ନିଷ୍ପତ୍ତି ନେଇପାରନ୍ତି । ଆଫ୍ରିକୀୟ ଦେଶରେ ଏହା ୫୦ ପ୍ରତିଶତରୁ ମଧ୍ୟ କମ୍ ।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ମହିଳାଙ୍କ ମାନବାଧିକାର ହନନ ହେଉଛି । ପୁରୁଷ ଓ ମହିଳାଙ୍କ ମଧ୍ୟରେ ଭେଦଭାବ ବଢୁଛି । ଲିଙ୍ଗଗତ ବୈଷ୍ୟମତା ବୃଦ୍ଧି ପାଉଛି । ଫଳରେ ମହିଳାମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନେକ ମାନିସକ ଯାତନା ସହିବାକୁ ପଡୁଛି । ମହିଳାଙ୍କ ଶିକ୍ଷାସ୍ତର ଉଚ୍ଚ ହେବା ଦରକାର ଯେପରିକି ସେମାନେ ନିଜ ବାବଦରେ ନିଜେ ନିଷ୍ପତ୍ତି ନେଇପାରିବେ ।

ଭାରତରେ ୟୁଏନଏଫପିଏ ପ୍ରତିନିଧି ଆର୍ଜେଣ୍ଟିନା ମତାବେଲ୍ କହିଛନ୍ତି ଯେ, ବିଭିନ୍ନ ମାମଲାର ନିଷ୍ପତ୍ତି ନେବା ମହିଳାଙ୍କ ମୌଳିକ ଅଧିକାର । କରୋନା ବେଳେ ମହିଳାଙ୍କ ପ୍ରତି ନିର୍ଯାତନା ବଢିଛି । ସେମାନଙ୍କ ଦେଖାରଖା ଠିକ୍ ଭାବେ ହେଉନାହିଁ । ଏହାସହ ଯୌନ ହିଂସାରେ ସାମିଲ ବ୍ୟକ୍ତି ଓ ଅନୁଷ୍ଠାନକୁ କଳା ତାଲିକାଭୁକ୍ତ କରିବାକୁ ସେ ପରାମର୍ଶ ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.