Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ହସ୍ପିଟାଲରେ ମହିଳା କଏଦୀଙ୍କ ସହ ଗଣଦୁଷ୍କର୍ମ କଲେ ପୋଲିସ କର୍ମୀ ; ଟ୍ୱିଟ କରି ମୁଖ୍ୟମନ୍ତ୍ରୀଙ୍କୁ ନିନ୍ଦା କଲେ ଲାଲୁ

1/12/2018 at 2:36 PM

ମୁଜାଫରପୁର ୧/୧୨ : ବିହାରର ମୁଜାଫରପୁର ଜିଲ୍ଲାର ଶ୍ରୀ କୃଷ୍ଣ ମେଡିକାଲ କଲେଜ ହସ୍ପିଟାଲରେ ଜଣେ ମହିଳାଙ୍କ ସହ ଦୁଇଜଣ ଗଣଦୁଷ୍କରଣ କରିଥିବା ଘଟଣା ସାମ୍ନାକୁ ଆସିଛି | ଦୁଷ୍କର୍ମ କରିଥିବା ୨ ଅଭିଯୁକ୍ତ ପୋଲିସକର୍ମୀ ବୋଲି ଜଣାପଡିଛି | ମହିଳା ଜଣକ ସୀତାମଢିର ଜେଲରେ କଏଦୀ ଥିଲେ | ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା |

ମୁଜାଫରପୁର ବରିଷ୍ଠ ପୋଲିସ ଅଧ୍ୟକ୍ଷ ମଣିଜ କୁମାରର ସୂଚନା ଅନୁଯାୟୀ, ପଡୋଶୀ ସୀତାମଢି ଜିଲ୍ଲାର ଜେଲରେ ଜଣେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ତାଙ୍କୁ ଗତ ନଭେମ୍ବର ୧୧ ତାରିଖରେ ଶ୍ରୀ କୃଷ୍ଣ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା | ମହିଳା କଏଦୀ ଜଣକ ୨୧ ତାରିଖ ପର୍ଯ୍ୟନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ | ନଭେମ୍ବର ୨୨ ତାରିଖରେ ତାଙ୍କୁ ହସ୍ପିଟାଲରୁ ଛୁଟି ମିଳିଥିଲା | ତେବେ ଜେଲକୁ ଫେରିବା ପରେ ମହିଳା ଜଣକ ତାଙ୍କ ସହ ହସ୍ପିଟାଲରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଥିଲେ | ହସ୍ପିଟାଲରେ ଥିବାବେଳେ ୧୪ ତାରିଖ ରାତିରେ ହସ୍ପିଟାଲ ଶୌଚାଳୟରେ ଦୁଇ ପୋଲିସ କର୍ମୀ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ |

ତେବେ ଅହିୟାପୁର ଥାନାରେ ଏକ ପ୍ରାଥମିକ ରିପୋର୍ଟ ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରହିଛି ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି | ଘଟଣା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି |

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ମଧ୍ୟ ଘଟଣାକୁ ନେଇ ଟ୍ୱିଟ କରିଛନ୍ତି ଯେ, ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ମହିଳା କଏଦୀଙ୍କ ସହ ପୋଲିସ କର୍ମୀ ଦୁଷ୍କର୍ମ କରିଛନ୍ତି | ଲାଲୁ ଏହାକୁ ବିହାରରେ ଚାଲୁଥିବା ଅପରାଧର ପରାକାଷ୍ଠା ବୋଲି କହି ମୁଖ୍ୟମନ୍ତ୍ରୀଙ୍କୁ ନିନ୍ଦା କରିଛନ୍ତି | ଲାଲୁ ଯାଦବ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରି କହିଛନ୍ତି ଯେ, ଅପରାଧ ହୋଇଥିବା ଜାଗାରେ ଜାଣିଶୁଣି ଚୁପ ରହିବ ମଧ୍ୟ ଏକ ଅପରାଧ |

ବିହାର ବିଧାନସଭାରେ ବିରୋଧୀ ନେତା ତେଜସ୍ୱି ଯାଦବ କହିଛନ୍ତି ଯେ, ମୁଜାଫରପୁର ହସ୍ପିଟାଲରେ ଚିକିତ୍ସାଧୀନ ମହିଳା କଏଦୀଙ୍କ ସହ ନୀତିଶଙ୍କ ଅଧୀନ ପୋଲିସ କର୍ମୀ ଦୁଷ୍କର୍ମ କରିଛନ୍ତି | ବର୍ତ୍ତମାନ ବିହାରରେ କଏଦୀଙ୍କ ସହ ପୋଲିସ କର୍ମୀ ଦୁଷ୍କର୍ମ କରୁଛନ୍ତି, ଏହା ହେଉଛି ନୀତିଶଙ୍କ ରାକ୍ଷସୀ ସୁଶାସନ ସରକାର ବୋଲି କହିଛନ୍ତି ତେଜସ୍ୱି |

   Related Posts