Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଜ୍ୱାଇଁଙ୍କୁ ୬୭ ପ୍ରକାର ଆଇଟମ୍ ପରଶିଲେ ଶାଶୁ‌, ଭିଡ଼ିଓ ଭାଇରାଲ୍‌

12/07/2020 at 7:50 AM

ଆନ୍ଧ୍ରପ୍ରଦେଶ ୧୨।୦୭: ଭାରତୀୟ ପରମ୍ପରାରେ ଜ୍ୱାଇଁଙ୍କ ଚର୍ଚ୍ଚା ଖୁବ୍‌ ଜୋରସୋରରେ ହୋଇଥାଏ । ଏମିତିକ ଜ୍ୱାଇଁ ପୁଅ ଯେତେବେଳେ ପ୍ରଥମ ଥର ପାଇଁ ଶ୍ୱଶୁର ଘର ଆସିଥାନ୍ତ । ସେହି ସମୟରେ ଜ୍ୱାଇଁ ପୁଅଙ୍କ ଚର୍ଚ୍ଚା କରିବା ପାଇଁ ବିଶେଷ ଭାବେ ଧ୍ୟାନ ଦିଆଯାଇଥାଏ ।  ଶ୍ୱଶୂର ଘରକୁ ଜ୍ୱାଇଁ ଆସିଲେ ତାଙ୍କ ଆତିଥ୍ୟରେ ଟିକେ ବି ଊଣା କରାଯାଇନଥାଏ । ତାଙ୍କ ପାଇଁ ଶାଶୂ ମା’ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତି । ଏଭଳି ଏକ ଘଟଣା ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରଲ୍‌ ହେବାରେ ଲାଗିଛି ।   ଆନ୍ଧ୍ରପ୍ରଦେଶର ଜଣେ ମହିଳା କିନ୍ତୁ ଏ କ୍ଷେତ୍ରରେ ଆଉ ପାଦେ ଆଗେଇ ଯାଇଛନ୍ତି । ନିଜ ଜ୍ୱାଇଁଙ୍କ ଲାଗି ୬୭ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ସେ ଚର୍ଚ୍ଚାକୁ ଆସିଛନ୍ତି । ଏ ସଂପର୍କରେ ଏକ ଭିଡିଓ ଏବେ ଟ୍ୱିଟରରେ ଖୁବ୍‌ ଭାଇରାଲ୍‌ ହେଉଛି ।

ଅନନ୍ତ ରୁପନାଗୁଡ଼ି ନାମଜ କଣେ ୟୁଜର ଏହି ଭିଡିଓଟି ସେୟାର କରିଛନ୍ତି । ସେଥିରେ ମହିଳା ଜଣକ ପ୍ରସ୍ତୁତ କରିଥିବା ଆଇଟମ୍‌ଗୁଡ଼ିକୁ ସଜାଇ ରଖିଥିବାବେଳେ ତା’ ସଂପର୍କରେ କହୁଥିବାର ଦେଖାଯାଉଛି । ବ୍ୟଞ୍ଜନ ମଧ୍ୟରେ ଷ୍ଟାର୍ଟରରୁ ଆରମ୍ଭ କରି ମେନ୍‌ କୋର୍ସ ଏବଂ ଡେଜର୍ଟ ବି ସାମିଲ ଅଛି । ଜ୍ୱାଇଁ ପୁଅ ଘରକୁ ଆସୁଥିବାରୁ ଶାଶୂ ହିସାବରେ ସମ୍ପୃକ୍ତ ମହିଳା ଜଣକ କଦଳୀ ପତ୍ରରେ ୬୭ ପ୍ରକାର ଆଇଟମ ପ୍ରସ୍ତୁତ କରିଥିଲେ। ଟେବୁଲ ଉପରେ ସଜେଇ ରଖିବା ସହ କନ୍ନଡ଼ ଭାଷାରେ ସ୍ୱାଗତ କରିବାର ଭିଡିଓ ଭାଇରାଲ୍ ହୋଇଛି। ଏହାକୁ ନେଇ ଟ୍ୱିଟରରେ ମହିଳାଙ୍କୁ ଅଧିକାଂଶ ଲୋକ ପ୍ରଶଂସା କରିଛନ୍ତି।

ସେୟାର ହେବା ପରଠୁ ଭିଡିଓକୁ ୧ ଲକ୍ଷରୁ ଅଧିକ ଥର ଦେଖାସରିଲାଣି। କିଛି ଲୋକ ଏ ନେଇ ମଜାଦାର ପ୍ରତିକ୍ରିୟା ଦେଉଥିବାବେଳେ ଅନ୍ୟ କିଛି କରୋନା ସମୟରେ ଏଭଳି ଆତିଥ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।ଭାରତୀୟ ପରମ୍ପରାରେ ଜ୍ୱାଇଁଙ୍କୁ ନିମନ୍ତ୍ରଣର ଖୁବ୍‌ ଗୁରୁତ୍ୱ ରହିଛି । ଶ୍ୱଶୂର ଘରକୁ ଜ୍ୱାଇଁ ଆସିଲେ ତାଙ୍କ ଆତିଥ୍ୟରେ ଟିକେ ବି ଊଣା କରାଯାଇନଥାଏ । ତାଙ୍କ ପାଇଁ ଶାଶୂ ମା’ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତି । ତେବେ ମହିଳାଜଣଙ୍କ ଏପରି କାର୍ଯ୍ୟକୁ ସୋସିଆଲ୍‌ ମିଡିଆରେ  ଖୁବ୍‌ ପ୍ରଂଶାସ କରାଯାଉଛି ।

   Related Posts