ରାସ୍ତା କଡରେ ପଡି ରହିଥିଲେ ମହିଳା, ଉଦ୍ଧାର ପରେ ଘରେ ଛାଡିଲା ପୋଲିସ

Published By : Prameya-News7 Bureau | April 11, 2021 IST

ଭଦ୍ରକ,୧୧/୦୪: ରାସ୍ତାକଡରେ ମୁର୍ମୂଷୁ ଅବସ୍ଥାରେ ପଡିଥିଲେ ମହିଳା । ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା ସହିଦ ଭଗତ ସେନା । ତେବେ ଦୀର୍ଘ ସମୟ ପରେ ପୋଲିସ ମହିଳାଙ୍କୁ ନେଇ ତାଙ୍କ ଘରେ ଛାଡିଛି । ଏପରି ଘଟଣା ସାମ୍ନାକୁ ଆସିଛି ଭଦ୍ରକ ସହର ବନ୍ତ ଛକ ନିକଟରେ ।

ସୂଚନା ଅନୁସାରେ, ଯେ ଭଦ୍ରକ ସହରର ବନ୍ତ ଛକ ନିକଟ ରାସ୍ତା କଡରେ ଜନୈକ ମହିଳା ମୁର୍ମୂଷୁ ଅବସ୍ଥାରେ ପଡିରହିଥିଲେ । ସହିଦ ଭଗତ ସେନାର ସଦସ୍ୟମାନେ ତାଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମହିଳାଜଣଙ୍କ ଚିକିତ୍ସା ପରେ ତାଙ୍କ ନାମ ମାନସୀ ଜେନା କହିବା ସହ ଘର ବାଲେଶ୍ଵର ଜିଲ୍ଲା ସୋର ଥାନା ଜହ୍ନିଆ ବୋଲି କହିଥିଲେ ।

ପରେ ସହିଦ ଭଗତ ସେନା ତରଫରୁ ସୋର ଥାନାଧିକାରୀ ଓ ବାଲେଶ୍ଵର ଏସପିଙ୍କ ସହ ଯୋଗାଯୋଗ କରାଯାଇଥିଲା । ପରେ ବିଳମ୍ବିତ ରାତିରେ ସୋର ପୋଲିସର ଏକ ଟିମ୍ ଆସି ମହିଳାଙ୍କୁ ସାଙ୍ଗରେ ନେଇ ତାଙ୍କ ଘର ଲୋକଙ୍କୁ ଜିମା ଦେଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.