ବ୍ୟକ୍ତିଗତ ଭାବନାଠୁ ନିଜର କର୍ତ୍ତବ୍ୟକୁ ଉପରେ ରଖିଲେ: ପିତାଙ୍କ ମୃତ୍ୟୁ ଖବର ମିଳିବା ପରେ ବି ପରେଡ୍‌ର ନେତୃତ୍ଵ ନେଲେ ଇନ୍ସପେକ୍ଟର

Published By : Prameya-News7 Bureau | August 16, 2020 IST

ଚେନ୍ନାଇ ୧୬।୦୮: ତାମିଲନାଡୁରେ ନିଜର ପିତାଙ୍କ ମୃତ୍ୟୁ ପରେ ବି ଜଣେ ପୋଲିସ ଇନ୍ସପେକ୍ଟର ସ୍ଵାଧୀନତା ଦିବସ ଅବସରରେ ପରେଡ୍‌ର ନେତୃତ୍ଵ ନେଇଥିଲେ। ସେ ନିଜର କର୍ମକୁ ପ୍ରାଥମିକତା ଦେଇ ନିଜର ପରେଡ୍ ଶେଷ କରିଥିଲେ ଏବଂ ଏହା ପରେ ଯାଇ  ହିଁ ପିତାଙ୍କ ଅନ୍ତିମ ସଂସ୍କାର ପାଇଁ ଯାଇଥିଲେ। ପଲୟମକୋଟ୍ଟଇ ଭୋକ ପଡିଆରେ ସଶସ୍ତ୍ର ରିଜର୍ଭ ପୋଲିସ ଇନ୍ସପେକ୍ଟର ଏନ ମହେଶ୍ଵରୀ ନିଜର ଦୁଃଖକୁ ଚାପି ରଖି ଏବଂ କଲେକ୍ଟର ଶିଳ୍ପା ପ୍ରଭାକର ସତୀଶ ଓ ପୋଲିସ ଅଧୀକ୍ଷକଙ୍କୁ ଗାର୍ଡ ଅଫ ଅନର ଦେଇ ପରେଡର ନେତୃତ୍ଵ ନେଇଥିଲେ।

ଏକ ପୋଲିସ ରିଲିଜ୍‌ରେ କୁହାଯାଇଛି ଯେ, ଇନ୍ସପେକ୍ଟରଙ୍କୁ ତାଙ୍କ ପିତାଙ୍କ ଦେହାନ୍ତ ଅଗଷ୍ଟ ୧୪ରେ ଘଟିଥିବା ସୂଚନା ମିଳିଥିଲା। ମାତ୍ର ସେ ନିଜ କର୍ତ୍ତବ୍ୟକୁ ଗୁରୁତ୍ଵ ଦେଇ ଶନିବାର ସକାଳେ ପରେଡ୍ ସମାପ୍ତ କରିବା ପରେ ହିଁ ଅନ୍ତିମ ସଂସ୍କାରରେ ସାମିଲ ହୋଇଛନ୍ତି।

ପୋଲିସ୍ ବିଭାଗ କହିଛି, ଏହା ତାଙ୍କ ପାଇଁ ଗର୍ବର କଥା ଯେ, ସେ ବ୍ୟକ୍ତିଗତ ଭାବନାରୁ ଉପରକୁ ଉଠି ଦେଶ ପାଇଁ ନିଜର କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇଛନ୍ତି। ପରେଡ୍ ସମାରୋହରେ ଇନ୍ସପେକ୍ଟର ନିଜ  ଦୁଃଖ କାହାକୁ ଜାଣିବାକୁ ଦେଇନଥିଲେ ଏବଂ ପୂରା ଦେଶ ଭକ୍ତି ସହିତ ପରେଡ୍‌ର ନେତୃତ୍ଵ ନେଇଥିଲେ। ଇନ୍ସପେକ୍ଟରଙ୍କ ୮୩ ବର୍ଷୀୟ ପିତା ନାରାୟଣସ୍ଵାମୀଙ୍କ ନିଧନ ଡିଣ୍ଡିଗୁଲ ଜିଲ୍ଲାରେ ଘଟିଛି, ଯାହା ପଲୟମକୋଟ୍ଟଇ ଭୋକ ପଡିଆଠୁ ୨୦୦ କିଲୋମିଟର ଦୂରରେ ରହିଛି। ନିଜର ଡ୍ୟୁଟି ସାରିବା ପରେ ସେ ପିତାଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.