Monday, May 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୩ପିଲାଙ୍କୁ ବିଷ ଦେଇ ନିଜେ ବିଷ ପିଇ ଆତ୍ମହତ୍ୟା କଲା ମାଆ : କାରଣ ଅସ୍ପଷ୍ଟ

ମୁଜାଫରନଗର ୧୫/୫: ଉତ୍ତରପ୍ରଦେଶର ମୁଜାଫରନଗରରେ ଜଣେ ମାଆ ନିଜର ୩ପିଲାଙ୍କୁ ବିଷ ଦେଇ ନିଜେ ଆତ୍ମହତ୍ୟା କରିଛି। ୪ଜଣଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ଡାକ୍ତରମାନେ ଚିକିତ୍ସା କରିବାକୁ ମନା କରି ଦେଇଥିଲେ। ସେମାନଙ୍କୁ ମିରଠ ରେଫର କରାଯାଇଥିଲା। ରାସ୍ତା ମଝିରେ ମହିଳା ଏବଂ ତାଙ୍କ ଦେଢ଼ ବର୍ଷ ପୁଅର ପ୍ରାଣବାୟୁ ଉଡ଼ିଯାଇଥିଲା। ଅନ୍ୟ ଦୁଇ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ଏବେ ଦୁହିଁଙ୍କ ଚିକିତ୍ସା ମିରଠ ହସ୍ପିଟାଲରେ ଚାଲିଛି।

ପୋଲିସଙ୍କ କହିବାନୁସାରେ ଏହି ଘଟଣା ମୁଜାଫରନଗର ନଗରର କୋତଓ୍ବାଲି ଅଞ୍ଚଳର ମୋହଲ୍ଲା କିଦଓ୍ବାଇ ନଗରରେ ଘଟିଛି। ଏଠାରେ ୩୫ବର୍ଷ ବୟସ୍କା ମହିଳା ଗୁଲଶନ ନିଜର ୩ ଶିଶୁଙ୍କ ସହିତ ବିଷ ଖାଇ ଦେଇଛନ୍ତି। ପାରିବାରିକ ସମସ୍ୟା ଯୋଗୁଁ ମହିଳା ଏହି କାଣ୍ଡ କରିଛନ୍ତି ବୋଲି ଜଣା ପଡ଼ିଛି। ସମସ୍ତଙ୍କ ଅବସ୍ଥା ବିଗିଡ଼ୁଥିବା ଦେଖି ତାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା। ଏହାପରେ ଜିଲ୍ଲା ଚିକିତ୍ସାଳୟର ଡାକ୍ତରମାନେ ସେମାନଙ୍କୁ ମିରଠ ହସ୍ପିଟାଲ ରେଫର କରି ଦେଇଥିଲେ।

ରାସ୍ତାରେ ମହିଳା ଏବଂ ତାଙ୍କ ଦେଢ଼ ବର୍ଷର ପୁଅ ଆହତଙ୍କ ମୃତ୍ୟୁ ହୋଇ ଯାଇଥିଲା। କିନ୍ତୁ ଦୁଇ ନିରୀହ ଝିଅ ଇକରା ଏବଂ ଅଲିବାଙ୍କ ଅବସ୍ଥା ଗୁରୁତର ରହିଛି। ମିରଠ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ପଡ଼ୋଶୀଙ୍କ କହିବାନୁସାରେ ମୃତା ମହିଳା ମାନସିକ ରୋଗରେ ପୀଡ଼ିତ ଥିଲେ। ତାଙ୍କର ଅନେକ ଦିନରୁ ଚିକିତ୍ସା ଚାଲିଥିଲା। ଘରେ କୈାଣସି ସମସ୍ୟା ନଥିଲା,କିନ୍ତୁ ତଥାପି ସେ ଏପରି କାଣ୍ଡ ଭିଆଇଥିଲେ। ଏ ଘଟଣାକୁ ନେଇ ପୋଲିସ୍ ତଦନ୍ତ ଜାରି ରଖିଛି।

142 Views

   ସମ୍ବନ୍ଧିତ ଖବର